ETV Bharat / state

ବଦଳିଲା OTET ନିୟମ, ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା

author img

By

Published : May 12, 2023, 10:41 PM IST

ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ, OTET ନିୟମରେ ପରିବର୍ତ୍ତନ କରି ବୈଧତା ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ସହ 7 ବର୍ଷ ସ୍ଥାନରେ ଲାଇଫ ଟାଇମ କରିବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ଅଧିକ ପଢନ୍ତୁ

ବଦଳିଲା OTET ନିୟମ, ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା
ବଦଳିଲା OTET ନିୟମ, ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା

ଭୁବନେଶ୍ବର: ବଦଳିଲା OTET ନିୟମ। ସ୍କୁଲ ଶିକ୍ଷକ ପଦବୀ ପାଇଁ ଆବେଦନ କରୁଥିବା ଆଶାୟୀଙ୍କୁ ଆଶ୍ବସ୍ତି। OTET ର ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ OTET ପାସ କଲେ ବୈଧତା ୭ ବର୍ଷ ରହୁଥିଲା । ଏହି ସମୟ ସୀମୀ ବୃଦ୍ଧି କରିବାକୁ ପୂର୍ବରୁ ଆଶାୟୀ ଦାବି କରି ଆସୁଥିଲେ । ଯାହା ଶେଷରେ ପୂରଣ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଆଶାୟୀ ଏହାକୁ ନେଇ ଆଶ୍ବସ୍ତି ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: Terror Conspiracy in Hyderabad: ହାଇଦ୍ରାବାଦରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ, ୬ ଗିରଫ

ଏନେଇ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ, OTET ନିୟମରେ ପରିବର୍ତ୍ତନ କରି ବୈଧତା ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ସହ 7 ବର୍ଷ ସ୍ଥାନରେ ଲାଇଫ୍‌ଟାଇମ୍‌ କରିବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ଏହା ଦ୍ଵାରା ଯେଉଁମାନେ ଆଶାୟୀ ଅଛନ୍ତି ଶିକ୍ଷକତା କରିବାକୁ ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କ ପାଇଁ ଏହା ଏକ ଖୁସି ଖବର । ସେମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଉତ୍ସାହ ବଢ଼ିବ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ପାଇଁ ।

ଏହା ବି ପଢ଼ନ୍ତୁ: Most punctual Airport: ସମସାବାଦ ଏୟାରପୋର୍ଟକୁ ବିଶ୍ବର ଶ୍ରେଷ୍ଠ ସମୟାନୁବର୍ତ୍ତିତା ମାନ୍ୟତା

ଅନ୍ୟପଟେ ଯେଉଁମାନଙ୍କର ବୟସର ଅବଧି ରହୁନଥିଲା, ସେମାନେ ବିଭିନ୍ନ ଦୁଶ୍ଚିନ୍ତା ରେ ରହୁଥିଲେ କିନ୍ତୁ ଏହା ଦ୍ବାରା ବର୍ତ୍ତମାନ ସେମାନେ ଅପ୍ଲାଏ କରିପାରିବେ। ଏପଟେ ସଭାପତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁମାନେ ଶିକ୍ଷକତା ପରୀକ୍ଷା ଦେଇ ନିଯୁକ୍ତି ହେଉଛନ୍ତି ସେମାନେ ଉଚ୍ଚ ଶିକ୍ଷା କରିଥାନ୍ତି। ତେଣୁ ସେମାନଙ୍କୁ ରାଜ୍ୟ ସରକାର ରେଗୁଲାରରେ ନିଯୁକ୍ତି ଦିଅନ୍ତୁ । ଏହାସହ ମାଧ୍ୟମିକ ଏବଂ ସେକେଣ୍ଡାରୀ ସ୍କୁଲରେ ଯଦି ଏଭଳି ନିଷ୍ପତି ଗ୍ରହଣ କରାଯାଏ ତେବେ ଆଶାୟୀମାନେ ଅଧିକ ଭାବରେ ଖୁସି ହେବା ସହ ଉତ୍ସାହ ବଢିବ ।

ସୂଚନା ଅନୁଯାୟୀ, ରାଜ୍ୟରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ପରେ ମଧ୍ୟ ଗଣଶିକ୍ଷା ବିଭାଗରେ ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଆଜି ବି ଅନ୍ଧାରରେ ରହିଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ବି ରେଗୁଲାର ହୋଇପାରି ନାହାନ୍ତି । ଅନେକ ସମୟରେ ଆନ୍ଦୋଳନ ପରେ ମଧ୍ୟ କୋଉଁଷୀ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.