ETV Bharat / state

President Odisha Visit: BMC ଅଞ୍ଚଳରେ ଆଗୁଆ ସରକାରୀ ଅଫିସ୍, ସ୍କୁଲ ଛୁଟି - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ପହଞ୍ଚିବେ

ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଅପରାହ୍ନ 1 ରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଥିବା ସରକାରୀ ଅଫିସ, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଅଧିକ ପଢନ୍ତୁ

President Odisha Visit: BMC ଅଞ୍ଚଳରେ ଅପରାହ୍ନ 1 ଟା ରୁ  ଛୁଟି

author img

By

Published : Nov 9, 2022, 10:21 PM IST

ଭୁବନେଶ୍ବର: ଆସନ୍ତାକାଲିଠାରୁ 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଅପରାହ୍ନ 1 ରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଥିବା ସରକାରୀ ଅଫିସ, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ ।

President Odisha Visit: BMC ଅଞ୍ଚଳରେ ଅପରାହ୍ନ 1 ଟା ରୁ  ଛୁଟି
President Odisha Visit: BMC ଅଞ୍ଚଳରେ ଅପରାହ୍ନ 1 ଟା ରୁ ଛୁଟି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ସେ ମହାପ୍ରଭୁ ଜଗନ୍ନାଥ ଦର୍ଶନ ଲାଗି ପୁରୀ ଗସ୍ତରେ ଯିବେ । ସେଠାରୁ ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱର ଫେରିବେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ବିନା ବାଧାରେ କରିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଆସନ୍ତାକାଲି ଅପରାହ୍ନ 1 ରୁ ଭୁବନେଶ୍ୱର ଅଞ୍ଚଳରେ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବଳବତ୍ତର ରହିବ ।

ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.