ETV Bharat / state

BSKYରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ, ୬୬୮ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ - ଫ୍ରଣ୍ଟଲାଇନ କର୍ମଚାରୀ

ରାଜ୍ୟ ସରକାରଙ୍କ ସର୍ବଭାରତୀୟ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଫଳତା ହାସଲ କରିଛି । ଏହି ଯୋଜନାରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 16, 2023, 8:52 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟ ସରକାରଙ୍କ ସର୍ବଭାରତୀୟ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ର ବ୍ୟବହାର ବଢ଼ିବାରେ ଲାଗିଛି । ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଓଡ଼ିଆ ପ୍ରବାସୀମାନେ BSKYରେ ଚିକିତ୍ସା ପାଇପାରୁଛନ୍ତି । ତେବେ BSKY ରୋଗୀଙ୍କୁ ସିଧାସଳଖ ସେବା ପାଇଁ ୬୬୮ ଜଣ ଫ୍ରଣ୍ଟ ଲାଇନ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହାସହିତ BSKYରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ କରାଯାଇଛି ।

ଏହି ଯୋଜନା ସଫଳତା ମଧ୍ୟ ହାସଲ କରିଛି । ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏକ ବୈଠକ। ତେବେ ହସ୍ପିଟାଲ ସ୍ତରରେ BSKY ରୋଗୀଙ୍କୁ ସାହାଯ୍ୟ କରିବାକୁ ସମସ୍ତ ପ୍ରସ୍ତୁତ କରାଯାଉଛି। ଏହାକୁ କିଭଳି ଭାବରେ ଆଗାମୀ ଦିନରେ ସୁଦୃଢ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ କ୍ଲିନିକାଲ ବିଭାଗ, ୱାର୍ଡ, ଆଇସିୟୁ, ଡିଜିଟାଲ ଡାଇଗ୍ନୋଷ୍ଟିକ ସେବା, ଲଜିଷ୍ଟିକ ସୁବିଧା ଆଦି ଭଳି ସମ୍ପୂର୍ଣ୍ଣ ସୂଚନା ରୋଗୀମାନେ ପାଇବେ ସେନେଇ ପରାମର୍ଶ ଦିଆଯାଇଛି। ବିଶେଷ ଭାବରେ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ସକ୍ରିୟ ଭାବରେ ସହାୟତା କରିବାକୁ କୁହାଯାଇଛି।

ଏହା ବି ପଢନ୍ତୁ- ଧର୍ମେନ୍ଦ୍ରଙ୍କ ହମଲା:‘ରାଜ୍ୟରେ ଗର୍ଭବତୀ ମା ଓ ନବଜାତ ଶିଶୁଙ୍କ ଅବସ୍ଥା ଚିନ୍ତାଜନକ’

ବିଶେଷ କରି ବୟସ୍କ, ମହିଳା, ଭିନ୍ନକ୍ଷମ ଆଦି ରୋଗୀଙ୍କର ପଞ୍ଜୀକରଣ, ଆଡମିଶନ, ଚିକିତ୍ସା ଏବଂ ଡିସଚାର୍ଜ ପର୍ଯ୍ୟନ୍ତ ସହାୟତା କରିବା ପାଇଁ କୁହାଯାଇଛି। ନୋଡାଲ ଅଧିକାରୀମାନଙ୍କୁ ହ୍ବାଟ୍ସ ଆପ ଗ୍ରୁପ ଏବଂ ଭିସି ମାଧ୍ୟମରେ ଡାକ୍ତରଖାନା ସହିତ ନିରନ୍ତର ଭାବରେ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବୈଷୟିକ ସମସ୍ୟା ସମାଧାନ ହେବା ପାଇଁ ପରାମର୍ଶ ଦିଆଯାଇଯାଇଛି। ସୂଚନା ଥାଉ କି ଚଳିତ ବର୍ଷ ମେ ୧୪ ସୁଦ୍ଧା ଘରୋଇ କ୍ଷେତ୍ରରେ ୬୮୧ଟି ସୁପର ସ୍ପେସିଆଲିଟି ହସ୍ପିଟାଲ BSKY ଅଧୀନରେ ଅଣାଯାଇଥିଲା। ଏହି ଡାକ୍ତରଖାନାଗୁଡ଼ିକ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଓଡିଶା ବାହାରେ ଥିବା ବିଭିନ୍ନ ପଡୋଶୀ ରାଜ୍ୟର ସାମିଲ ହୋଇଥିଲେ।

ତେବେ ରାଜ୍ୟ ବାହାର ହସ୍ପିଟାଲଗୁଡ଼ିକ ହେଉଛି ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଞ୍ଜାବ, ତାମିଲନାଡୁ, ହରିୟାଣା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଅନ୍ତର୍ଭୁକ୍ତ ହୋଇଛନ୍ତି । ମୋଟ ୬୮୧ଟି ହସ୍ପିଟାଲ ମଧ୍ୟରୁ ୧୨୬ଟି ଉପରୋକ୍ତ ରାଜ୍ୟରୁ ରହିଥିବା ବେଳେ ୫୫୫ଟି ଓଡିଶାର ରହିଛି । BSKY ଅଧୀନରେ ଥିବା ପ୍ରମୁଖ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସୁବିଧାଗୁଡ଼ିକରେ ଶ୍ରୀଶଙ୍କର କର୍କଟ ଫାଉଣ୍ଡେସନ୍, ଟାଟା ମେଡିକାଲ ସେଣ୍ଟର, ଟାଟା ମେମୋରିଆଲ ହସ୍ପିଟାଲ ଗ୍ରୁପ, ଫୋର୍ଟିସ ହେଲଥ କେୟାର ଗ୍ରୁପ, ଖ୍ରୀଷ୍ଟିଆନ ମେଡିକାଲ କଲେଜ ଏବଂ AIIMS ଭୁବନେଶ୍ବର ସମେତ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରମୁଖ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଗରିବ ଲୋକଙ୍କ ପାଇଁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ BSKY ଅଧୀନରେ କାର୍ଯ୍ୟକ୍ଷମ ହୋଇଛି।

BSKY ରୋଗୀଙ୍କୁ ଆବଶ୍ୟକ ସହାୟତା ପାଇଁ ୬୬୮ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏଥିରେ ୬୫ଟି ଜିଲ୍ଲା ସଂଯୋଜୋକ ଏବଂ ୬୧୪ ସ୍ବାସ୍ଥ୍ୟ ମିତ୍ର ଅନ୍ତର୍ଭୁକ୍ତ ରହିଛନ୍ତି । ଏହା ବ୍ୟତୀତ ୧୧୬ ବରିଷ୍ଠ ଡାକ୍ତରୀ ଅଧିକାରୀ ଯାହା BSKY ରୋଗୀଙ୍କୁ ନିରନ୍ତର ଚିକିତ୍ସା ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କୁ BSKY ଅଧୀନରେ କ୍ଲିନିକାଲ ଚିକିତ୍ସା ଆବଶ୍ୟକ କରୁଥିବା ଡାକ୍ତରଖାନା ଯିବା ପୂର୍ବରୁ ୱେବସାଇଟରେ ଥିବା ଡାକ୍ତରଖାନାଗୁଡ଼ିକର ନାମ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.