ETV Bharat / state

ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ସରକାରୀ ଛାଟ

author img

By

Published : Mar 7, 2023, 11:00 AM IST

Updated : Mar 7, 2023, 11:43 AM IST

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ଲାଗିଲ କଟକଣା । କଟକଣା ଲାଗୁ କଲା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଅଧିକ ପଢନ୍ତୁ

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ କଟକଣା

ଭୁବନେଶ୍ବର: ଯାତ୍ରା ଓ ମେଲୋଡିରେ ଚଳିବନି ଅଶ୍ଳୀଳତା । ଯାତ୍ରା ମଞ୍ଚରେ ହୋଇପାରିବ ନାହିଁ ଅଶ୍ଳୀଳ ନୃତ୍ୟ ପରିବେଷଣ । ଦ୍ବିଅର୍ଥବୋଧକ ସଂଳାପ କହିପାରିବେନାହିଁ କଳାକାର । ଯାତ୍ରା ଓ ମେଲୋଡିରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ଓ ଦ୍ଵିଅର୍ଥବୋଧକ ପ୍ରଦର୍ଶନ ଉପରେ କଟକଣା ଲାଗୁ କରିଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଏନେଇ ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚିଠିରେ ଦର୍ଶାଯାଇଛି ଯେ, ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ । ମାତ୍ର ଏବେ ଯାତ୍ରା ଓ ମେ‌ଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି । ଫଳରେ ପରିବାର ସହ ନାଟକ ଦେଖିବ‌ା ସମ୍ଭବ ହେଉନାହିଁ । ଏହା ପ୍ରଭାବ‌ରେ ଯୁବକ ଯୁବତୀ ବିପଥଗାମୀ ହେଉଛନ୍ତି । ବିଭିନ୍ନ ପ୍ରକାରର ଅପରାଧରେ ମଧ୍ୟ ସଂପୃକ୍ତ ହେଉଥିବାର ନଜର ଆସୁଛି । ଏହା ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ ଏକ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଛି । ଯାହାକି ଅତ୍ୟନ୍ତ ଲଜ୍ଜାଜନକ । ତେଣୁ ଯ‌ାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସେହିପରି ଜିଲ୍ଲାରେ ପରିବେଷଣ କରିବାକୁ ଯାଉଥିବା ସମସ୍ତ ଯାତ୍ରା ଓ ମେଲୋଡି ଦଳଙ୍କୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହେବା ଆବଶ୍ୟକ । ଏଥିରେ ବ୍ୟତିକ୍ରମ ହେଲେ ଆବଶ୍ୟକୀୟ ଦୃଷ୍ଟାନ୍ତମୂଳକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ପରିବେଷିତ ହେଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳୁଥିଲା । ଏହାଯୋଗୁଁ ଓଡ଼ିଶାର କଳା ସଂସ୍କୃତି ନଷ୍ଟ ହେଉଥିବା ଅଭିଯୋଗ କରି ସାମାଜିକ ଅନୁଷ୍ଠାନମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି । ଚଳିତବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ପ୍ରଦର୍ଶନୀକୁ ନେଇ ଭୁବନେଶ୍ୱର ମହାନଗର ନିଗମ କଟକଣା ଲଗାଇବା ସହିତ ଅଶ୍ଳୀଳ ନୃ୍ତ୍ୟକୁ ସମ୍ପୂର୍ଣ୍ଣ ବାରଣ କରିଥିଲା । ମେଲୋଡିରେ ରୋକ ଲାଗିବା ସହ ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳିନଥିଲା । ହେଲେ ଅଭିନୟ ମାଧ୍ୟମରେ କିଛି କଳାକାର ଦ୍ବିଅର୍ଥବୋଧକ ସଂଳାପ ପରିବେଷଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବେଷିତ ହେଉଥିବା ଯାତ୍ରା ସଂଳାପରେ ଦ୍ବିଅର୍ଥବୋଧକ ସାଙ୍ଗକୁ କଳାକାରଙ୍କ ଅଭିନୟରେ ନଗ୍ନତା ଦେଖିବାକୁ ମିଳିଛି । ଗାଁଠୁ ସହର, ସବୁଠି ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2023, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.