ETV Bharat / state

ବଢିବ ଯୁକ୍ତ ଦୁଇ ସିଟ ସଂଖ୍ୟା, ମାଟ୍ରିକ ପାସ ହାର ଦେଖି ନିଷ୍ପତ୍ତି - ଯୁକ୍ତ ଦୁଇ ସିଟ

ବଢିବ ଯୁକ୍ତ ଦୁଇ ସିଟ ସଂଖ୍ୟା । 2023-24 ଅର୍ଥାତ ଚଳିତ ବର୍ଷରୁ ଯୁକ୍ତ ଦୁଇ ସିଟ ବଢାଇବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

Plus 2 seats will be increased
ବଢିବ ଯୁକ୍ତ ଦୁଇ ସିଟ ସଂଖ୍ୟା
author img

By

Published : May 31, 2023, 9:48 AM IST

ବଢିବ ଯୁକ୍ତ ଦୁଇ ସିଟ ସଂଖ୍ୟା

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଯୁକ୍ତ ଦୁଇ ପାଠପଢାରେ ନାମଲେଖା ପାଇଁ ଆଉ ହେବ ନାହିଁ ସମସ୍ୟା । ଅଧାରୁ ଛାଡିବାକୁ ପଡିବନି ପାଠପଢା । ରାଜ୍ୟରେ ବଢିବ ଯୁକ୍ତ ଦୁଇ ସିଟ ସଂଖ୍ୟା । 2023-24 ଅର୍ଥାତ ଚଳିତ ବର୍ଷରୁ ଯୁକ୍ତ ଦୁଇ ସିଟ ବଢାଇବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ସମସ୍ତ ଛାତ୍ରଛାତ୍ରୀ ଯେ ଭଳି ଯୁକ୍ତ ଦୁଇ କଲେଜରେ ସିଟ ପାଇବେ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱାଥି ଏସ ସୂଚନା ଦେଇଛନ୍ତି । ଚଳିତ ବର୍ଷ 96% ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ ହୋଇଥିବାରୁ କଲେଜରେ ସିଟର ଆବଶ୍ୟକତା ଅଧିକ ରହିଛି । ତେଣୁ ସିଟ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ହୋଇଛି । ଯୁକ୍ତ ଦୁଇ ସିଟ ସଂଖ୍ୟା ବୃଦ୍ଧି ନେଇ ବିଭାଗୀୟ ସଚିବ କହିଛନ୍ତି ଯେ,''ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ରାଜ୍ୟ ସରକାର 2023-24 ଶିକ୍ଷାବର୍ଷରୁ 106ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଯାଉଛନ୍ତି । ଏହା ବ୍ୟତୀତ ସିଟ ଅଭାବକୁ ପୂରଣ କରିବା ପାଇଁ ସମଗ୍ର ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍ତରରେ ଆବଶ୍ୟକତା ଅନୁଯାୟୀ ଯୁକ୍ତ ଦୁଇ ସିଟ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।''

ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ବର୍ଷ 2000-01 ଠାରୁ 2023-24 ମଧ୍ୟରେ ଆଶାତୀତ ଭାବରେ ବୃଦ୍ଧି ହୋଇଛି । ତେବେ ଦଶମ ଶ୍ରେଣୀ ପାସ ହୋଇଥିବା ଛାତ୍ରଛାତ୍ରୀ ମାନେ କିଭଳି ଭାବରେ କଲେଜରେ ସିଟ୍‌ ପାଇବେ ଏବଂ କେହି ବି ପାଠ ପଢା ଛାଡ଼ିବେ ନାହିଁ ତାହାକୁ ଦୃଷ୍ଟିରେ ତେଣୁ ବିଭାଗ ଯୁକ୍ତି ଦୁଇ ସିଟ ବଢାଇବାକୁ ନିଷ୍ପତ୍ତି ନେଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି ।

ଏହା ବି ପଢନ୍ତୁ...ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ବର୍ଷ 2000-01 ଠାରୁ 2023-24 ମଧ୍ୟରେ ଆଶାତୀତ ଭାବରେ ବୃଦ୍ଧି ହୋଇଛି । ତେବେ ଦଶମ ଶ୍ରେଣୀ ପାସ ହୋଇଥିବା ଛାତ୍ରଛାତ୍ରୀ ମାନେ କିଭଳି ଭାବରେ କଲେଜରେ ସିଟ ପାଇବେ ଏବଂ କେହି ବି ପାଠ ପଢା ଛାଡ଼ିବେ ନାହିଁ ତାହାକୁ ଦୃଷ୍ଟିରେ ତେଣୁ ବିଭାଗ ଯୁକ୍ତି ଦୁଇ ସିଟ ବଢାଇବାକୁ ନିଷ୍ପତ୍ତି ନେଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.