ETV Bharat / state

Power Outage Issue: ରାଜ୍ୟପାଳଙ୍କ ରିପୋର୍ଟ ତଲବ, ୭ଦିନରେ ଉତ୍ତର ଦେବେ ରାଜ୍ୟ ସରକାର

author img

By

Published : May 8, 2023, 10:57 PM IST

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କାଟିବା ଘଟଣା । ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ଅଧିକ ପଢନ୍ତୁ

Power Outage Issue
Power Outage Issue

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କାଟିବା ଘଟଣା । ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏନେଇ ସେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତର ଶେଷ ଦିନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଗତ ୬ ତାରିଖ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ଥିଲା । ରାଷ୍ଟ୍ରପତି ଦୀକ୍ଷାନ୍ତ ସମାରୋହରେ ଭାଷଣ ଦେବା ସମୟରେ ୯ ମିନିଟ ବିଦ୍ୟୁତ କଟିଥିଲା । ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଅନ୍ଧାରରେ ବି ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ । ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କାହିଁକି ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିଲା ଏହାର ସେ ରିପୋର୍ଟ ମାଗିଛନ୍ତି ।

ଏହା ବି ପଢନ୍ତୁ- Power outage: ଭାଷଣ ଦେବା ବେଳେ କଟିଲା ଲାଇନ, ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ସେ ରିପୋର୍ଟ ମାଗିଛନ୍ତି । ଘଟଣାକୁ ନେଇ ରାଜ୍ୟ ପ୍ରଶାସନରେ ହୁଲସ୍ତୁଲ ହୋଇଥିଲା । ଘଟଣାରେ ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ବିଶ୍ବବିଦ୍ୟାଳୟ କୁଳପତି, ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା । ଏଭଳି ବିଦ୍ୟୁତ ବିଭ୍ରାଟ ଘଟଣାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା, କ୍ଷମା ମାଗିଲେ ବିଶ୍ବବିଦ୍ୟାଳୟର କୁଳପତି

ରାଷ୍ଟ୍ରପତିଙ୍କ ବିଶ୍ଵବିଦ୍ୟାଳୟ ଗସ୍ତ ପୂର୍ବରୁ ଟିକିନିଖି ଯାଞ୍ଚ କରାଯାଇ ସମସ୍ତ ପ୍ରକାର ଆୟୋଜନ କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ସମାବର୍ତ୍ତନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ହଠାତ ବିଜୁଳି ୯ ମିନିଟ ଧରି ଚାଲିଯିବାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ମୟୂରଭଞ୍ଜ ବାସୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ବିଜୁଳି କଟିବା ଘଟଣାକୁ ନେଇ କ୍ଷମା ମାଗିଥିଲେ ବିଶ୍ବବିଦ୍ୟାଳୟର କୁଳପତି । MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏନେଇ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ଏଭଳି ତ୍ରୁଟି ପାଇଁ ସେ ନିଜେ ନିଜକୁ ଦାୟୀ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.