ETV Bharat / state

ମାନସିକତା ବଦଳିଲେ ଓଡିଶା ହେବ ବିକଶିତ ରାଜ୍ୟ: ରାଜ୍ୟପାଳ

author img

By ETV Bharat Odisha Team

Published : Jan 13, 2024, 10:32 PM IST

Governor Raghubar Das: ରାଜଭବନରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ ରାଜ୍ୟପାଳ ରଘୁବର ଦାସ । କହିଲେ ଲୋକଙ୍କ ମାନସିକତା ବଦଳିଲେ ଓଡିଶା ହେବ ବିକଶିତ ରାଜ୍ୟ । ଅଧିକ ପଢ଼ନ୍ତୁ

ରାଜ୍ୟପାଳଙ୍କ ପ୍ରେସ୍‌ମିଟ୍‌
ରାଜ୍ୟପାଳଙ୍କ ପ୍ରେସ୍‌ମିଟ୍‌
ରାଜ୍ୟପାଳଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ବର: ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିବ ଓଡିଶା । ଓଡିଶା ଲୋକଙ୍କର ସେଥିପାଇଁ ମାନସିକତା ବଦଳିବାର ଆବଶ୍ୟକତା ରହିଛି । ଲୋକଙ୍କ କଥା ଶୁଣିବାକୁ ଲୋକଙ୍କ ଭିତରକୁ ଯିବାକୁ ମୋତେ ଭଲ ଲାଗେ ବୋଲି କହିଛନ୍ତି ରାଜ୍ୟପାଳ ରଘୁବୀର ଦାସ । ଲୋକଙ୍କ ସମସ୍ୟା ଶୁଣିବା ଓ ତାକୁ ସମାଧାନ କରିବା ମୋର ପ୍ରାଥମିକତା ବୋଲି ସେ କହିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବାପରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ସାମ୍ନାକୁ ଆଣି ଚର୍ଚ୍ଚାକୁ ଆସିଥିବା ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେତେବେଳେ ରାଜ୍ୟପାଳ ଭାବେ ଶପଥ ନେଲି, ସେ ସମୟରେ ରାଜ୍ୟର ସେବା କରିବାର ମଧ୍ୟ ଶପଥ ନେଇଥିଲି । ତେବେ ଶ୍ରୀଜଗନ୍ନାଥ ଡାକିଲେ ବୋଲି ଓଡ଼ିଶାରେ କାମ କରିବାର ସୁଯୋଗ ପାଇଥିବା କହିଛନ୍ତି ରାଜ୍ୟପାଳ ।

ରାଜଭବନ ପରିସରରେ ଥିବା ଅଭିଷେକ ହଲରେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ଅବସରରେ ରାଜ୍ୟପାଳ କହିଛନ୍ତି, "ପ୍ରବାସ କାର୍ଯ୍ୟକ୍ରମ ସମୟରେ ରାଜ୍ୟରେ ଥିବା କିଛି ସମସ୍ୟାକୁ ମୁଁ ଅନୁଭବ କରିଛି । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି । ୨୦୪୭ ମସିହା ମଧ୍ୟରେ ଭାରତକୁ ବିକଶିତ ରାଷ୍ଟ୍ର ଓ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ସମସ୍ତେ ପ୍ରୟାସ କରିବା ଦରକାର । ଇଂଲଣ୍ଡକୁ ପଛରେ ପକାଇ ଆମେ ୫ମ ଅର୍ଥନୀତି ରାଷ୍ଟ୍ର ବନିଛେ । ୨୦୨୮ ସୁଦ୍ଧା ବିଶ୍ଵର ତୃତୀୟ ଅର୍ଥନୀତି ରାଷ୍ଟ୍ର ବନିବା ଭାରତର ଲକ୍ଷ୍ୟ । ଏଥିପାଇଁ କୁଶଳୀ କାରିଗରଙ୍କ ଆବଶ୍ୟକତା ବହୁଳ ମାତ୍ରାରେ ରହିବ ।"

ସେ ଆହୁରି କହିଛନ୍ତି, "ଦେଶର ଅଗ୍ରଣୀ ରାଜ୍ୟ ହେବା ପାଇଁ ଓଡିଶା ପାଖରେ ସାମର୍ଥ୍ୟ ଓ ସଂଯୋଗ ମଧ୍ୟ ରହିଛି । ପ୍ରଚୁର ମାତ୍ରାରେ ପ୍ରକୃତିର ବୈଭବ ଓଡିଶା ପାଖରେ ଅଛି । ବିକଶିତ ରାଜ୍ୟ ଶ୍ରେଣୀରେ ଆସିବା ଲାଗି ଓଡ଼ିଶାର କ୍ଷମତା ରହିଛି । ଖଣିଜ ସମ୍ପଦ ସହ ଓଡ଼ିଶାର ଲୋକେମାନେ ସିଧାସାଧା । ଯାହା ମୁଁ ଅନୁଭବ କଲି, ଏଠାରେ ଲୋକ କମରେ ତୁରନ୍ତ ସନ୍ତୁଷ୍ଟ ହୋଇଯାଉଛନ୍ତି । ଦେଶ ଓ ରାଜ୍ୟକୁ ଆଗକୁ ବଢ଼ାଇବାକୁ ହେଲେ ଲୋକଙ୍କ ଚିନ୍ତାଧାରା ବଦଳାଇବାର ଆବଶ୍ୟକତା ରହିଛି । ନିଜ ଆକାଂକ୍ଷାକୁ ଜାଗ୍ରତ କରିବାର ଅଛି ।" ଏହି ଚିନ୍ତାଧାରା ବଦଳେଇବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି ବୋଲି ରାଜ୍ୟପାଳ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ ସହ ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ସେ କହିଛନ୍ତି, "ମହାମହିମ ପଦ ସହ ମୁଁ ସାମ୍ବିଧାନିକ ପଦର ଶପଥ ନେଇଛି । ରାଜ୍ୟର ଜନସାଧାରଣଙ୍କ ସେବା କରିବା ପାଇଁ ମଧ୍ୟ ଶପଥ ନେଇଛି । ଓଡ଼ିଶାର ଜନସାଧାରଣ ମୋର ପ୍ରାଥମିକତା । ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ପବିତ୍ର ଭୂମିର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି । କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସମ୍ବନ୍ଧୀୟ ଯଦି କିଛି ଫିଡ୍‌ବ୍ୟାକ ଲୋକଙ୍କ ତରଫରୁ ମିଳୁଛି, ତାହା ଉଭୟ ସରକାରଙ୍କ ନଜରକୁ ଆଣୁଛି । ଫଳରେ ଆମ ଲୋକଙ୍କର ଭଲ ହେଉ ବୋଲି ଆଶା କରୁଛି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଚାଲିଛି । କିନ୍ତୁ ବହୁ ଲୋକ ଏହାର ସୁବିଧା ନେଇପାରୁନାହାନ୍ତି ।"

ଜିଲ୍ଲା ଗସ୍ତ ଅବସରରେ ଯୋଜନା ବାବଦରେ ଲୋକଙ୍କଠାରୁ ସୂଚନା ପାଇବା ସହ ସୂଚନା ପ୍ରଦାନ କରିବାର ସୁଯୋଗ ମିଳୁଛି ବୋଲି ରାଜ୍ୟପାଳ କହିଛନ୍ତି । ସେ କହିଛନ୍ତି, "ଏହାସହ ଓଡ଼ିଶାର ଗ୍ରାମୀଣ ଅଞ୍ଚଳକୁ ଜାଣିବାର ସୁଯୋଗ ମିଳୁଛି । ଯାହା ଫଳରେ ମୁଁ ସରକାରଙ୍କ ସଠିକ ମାର୍ଗଦର୍ଶନ ଦେଇପାରିବି । ଓଡିଶା ଲୋକଙ୍କ ମାନସିକତା ବଦଳେଇବାର ଆବଶ୍ୟକତା ରହିଛି । ସେ ଗରିବ କି ମଧ୍ୟମ ବର୍ଗ ହେଉ । ଯେତେବେଳେ ମାନସିକତା ବଦଳିବ ସେତେବେଳେ ଓଡ଼ିଶା ବଦଳିବ । ଦୁନିଆ ବହୁତ ଜଲ୍‌ଦି ବଦଳୁଛି । ଆମକୁ ମଧ୍ୟ ଜଲ୍‌ଦି ବଦଳିବାକୁ ପଡିବ । ଜଲ୍‌ଦି ବଦଳିବାକୁ ହେଲେ ଲୋକଙ୍କ ମାନସିକତା ବଦଳିବା ଦରକାର ।"

ରାଜ୍ୟର ବିଭିନ୍ନ ସ୍ଥାନରେ ଜଳସେଚନର ସମସ୍ୟା ଥିବା ନଜରକୁ ଆସୁଛି ବୋଲି କହିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, "ପାହାଡ଼ି ଅଞ୍ଚଳରେ ଛୋଟ ଛୋଟ ଚେକ୍‌ ଡ୍ୟାମ୍‌ ବନେଇବାର ଆବଶ୍ୟକତା ରହିଛି । ଗାଁ ପାଣି ଗାଁରେ ରଖିବାର ଆବଶ୍ୟକତା ରହିଛି । ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ । ବଡ଼ ବଡ଼ ଯୋଜନାର ବଜେଟ ହନୁମାନଙ୍କ ଲାଙ୍ଗୁଡ ପରି ବଢି ବଢି ଯାଏ । ଯୋଜନା ପୂର୍ଣ୍ଣ ହୋଇପାରେ ନାହିଁ । ରାଜ୍ୟର ପ୍ରାୟ ୪୯ ପ୍ରତିଶତ ଡ୍ରପଆଉଟ୍‌ । ଏହାକୁ ରୋକିବା କେବଳ ରାଜ୍ୟ ସରକାରଙ୍କ ଦାୟିତ୍ବ ନୁହେଁ । ଏହା ଆମ ସମସ୍ତଙ୍କର ଦାୟିତ୍ବ । ମୁଁ ଯେଉଁଠିକି ଯାଉଛି, ଲୋକଙ୍କୁ ଏଦିଗରେ ମାର୍ଗଦର୍ଶନ ଦେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମ ଗସ୍ତରେ ରାଜ୍ୟପାଳ, ମା' ତାରାତାରିଣୀଙ୍କୁ ଦର୍ଶନ କଲେ

ରାଜ୍ୟପାଳ ଭାବେ ଶପଥ ନେବା ପରେ ରଘୁବର ୧୭ ଜିଲ୍ଲା ଗସ୍ତ କରିସାରିଲେଣି । ଆଗାମୀ ଦିନରେ ବାକି ଥିବା ୧୩ ଜିଲ୍ଲା ଖୁବଶୀଘ୍ର ବୁଲିବେ । ରାଜ୍ୟରେ ବହୁ ଅଞ୍ଚଳରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସାଧାରଣ ଜନତା ଅନଭିଜ୍ଞ ଅଛନ୍ତି । ସେମାନେ ଖବରକାଗଜ ଏବଂ ଟିଭି ଠାରୁ ଦୂରରେ ଥିବାରୁ ସେମାନଙ୍କ ସମସ୍ୟା ଖବରକାଗଜ ଓ ଗଣମାଧ୍ୟମରେ ଆସିବା ଦରକାର ବୋଲି ରଘୁବର କହିଛନ୍ତି । ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଏକଲବ୍ୟ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ବୁଲୁଛନ୍ତି । କୌଣସି ତ୍ରୁଟି ବିଚ୍ୟୁତି ଦେଖିଲେ ତତକ୍ଷଣାତ ସମ୍ପୃକ୍ତ ଅଧିକାରୀ ଏପରିକି ଜିଲ୍ଲାପାଳଙ୍କୁ ତାଗିଦ ତଥା ସୁଧାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ଏବଂ ଏପରି ଭାବ ବିନିମୟ କାର୍ଯ୍ୟକ୍ରମ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

ରାଜ୍ୟପାଳ ଭାବେ ଶପଥ ନେବା ପରେ ରଘୁବର ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟାଳୟର ଶତାଧିକ ସାମ୍ବାଦିକ, ଗଣମାଧ୍ୟମ ମାଲିକ ଓ ସମ୍ପାଦକଙ୍କୁ ଭେଟିଛନ୍ତି । ମକର ସଂକ୍ରାନ୍ତି ଥିବାରୁ ପ୍ରଥମ ଭେଟଘାଟ ସ୍ବରୂପ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ରାଜ୍ୟପାଳଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି । ରାଜ୍ୟପାଳ ସମସ୍ତଙ୍କ ପରିଚୟ ପଚାରି ବୁଝିବା ସହ ସାମ୍ବାଦିକଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ରାଜ୍ୟର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜଭବନ ସାମ୍ବାଦିକମାନଙ୍କ ପାଇଁ ସବୁବେଳେ ଖୋଲା ବୋଲି ସେ କହିଛନ୍ତି । ଏହାସହ କିଛି ଗଣମାଧ୍ୟମ ସମ୍ପାଦକଙ୍କୁ ଅଲଗା ଭାବେ ନିକଟ ଭବିଷ୍ୟତରେ ଭେଟିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ରାଜଭବନକୁ ଗଣମାଧ୍ୟମକୁ ଡାକି ରାଜ୍ୟପାଳ ଆଲୋଚନା କରିବା ଘଟଣା ବାହାରକୁ ଅତି ସାଧାରଣ ମନେ ହେଉଛି । କିନ୍ତୁ ରାଜ୍ୟ ଗୁଇନ୍ଦା ସଂସ୍ଥା ଏହାକୁ ଗୁରୁତର ସହ ବିଚାର କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.