ETV Bharat / state

ବିଦ୍ୟାଳୟରେ ହାଉସ ସିଷ୍ଟମ ଆରମ୍ଭ, ଇଂରାଜୀ ସ୍କୁଲ ଭଳି ନୂଆ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ

author img

By

Published : Jul 19, 2023, 8:11 AM IST

ବିଦ୍ୟାଳୟରେ ଆରମ୍ଭ ହେଲା ‘ହାଉସ ସିଷ୍ଟମ’ । ହାଉସ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଏହା ସହାୟକ ହେବ । ଇଂରାଜୀ ମାଧ୍ୟମିକ ସ୍କୁଲ ଭଳି ଓଡ଼ିଆ ସରକାରୀ ବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀ ଏଭଳି ୟୁନିଫର୍ମ ପିନ୍ଧିବେ । ପ୍ରତି ବର୍ଷ ଭଲ କାମ କରିଥିବା ହାଉସକୁ ‘ହାଉସ ଅଫ୍‌ ଦ ଇୟର’ର ଭାବେ ପୁରସ୍କୃତ କରାଯିବ । ଅଧିକ ପଢ଼ନ୍ତୁ

house system in govt school
ବିଦ୍ୟାଳୟରେ ଆରମ୍ଭ ହେଲା ହାଉସ ସିଷ୍ଟମ

ଭୁବନେଶ୍ବର: ବିଦ୍ୟାଳୟରେ ହାଉସ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ । ଟି-ସାର୍ଟ ସାଙ୍ଗକୁ ଘନ ନୀଳ ଟ୍ରାକ ପ୍ୟାଣ୍ଟ । ଲାଲ, ହଳଦିଆ, ସବୁଜ, ନୀଳ ରଙ୍ଗର ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି । ଆଉ ନୂଆ ୟୁନିଫର୍ମ ପିନ୍ଧି ବେଶ ଉତ୍ସାହିତ ମଧ୍ୟ ରହିଛନ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏଭଳି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମୋ ସ୍କୁଲ୍‌ ଅଭିଯାନ, ଚମକିବ ୫୧୯୫ ପ୍ରାଥମିକ ବିଦ୍ୟାଳୟ

ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଏହାର ମୂଳ ଉଦ୍ଦେଶ୍ୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂଆ ପ୍ରୟାସ ଆରମ୍ଭ କରିଛି ଯାହାର ନାମ ‘ହାଉସ ସିଷ୍ଟମ’। ଏନେଇ ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି । ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତ୍ତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମ ସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ ‘ହାଉସ ସିଷ୍ଟମ’ ସହାୟକ ହେବ । ‘ହାଉସ ସିଷ୍ଟମ’ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଲାଗୁ ହୋଇଛି । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକରେ ୪ଟି ହାଉସ ଗଠନ କରାଯାଇଛି । ଅନ୍ୟପଟେ ୧୦୦ରୁ କମ୍‌ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ଗଠନ କରାଯାଉଛି । ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି । ପ୍ରାକୃତିକ ସମ୍ପଦ ଯେପରିକି ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲ ଗୁଡିକର ନାମକୁ ବ୍ୟବହାର କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଅଗଷ୍ଟ ୧୫ରେ ମିଳିବ ନୂଆ ୟୁନିଫର୍ମ

ପାଠପଢ଼ା, ନେତୃତ୍ୱ ନେବାର କଳା, ବିଭିନ୍ନ କାର୍ଯ୍ୟକଳାପରେ ଦକ୍ଷ ଥିବା ଜଣେ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ହାଉସର ଅଧିନାୟକ (କ୍ୟାପଟେନ) ଭାବେ ମନୋନୀତ କରୁଛନ୍ତି । ଆଉ ଜଣେ ଉପଅଧିନାୟକ ଓ ଜଣେ ହାଉସ ପ୍ରତିନିଧି ଭାବେ ମଧ୍ୟ ମନୋନୀତ ହେଉଛନ୍ତି । ପ୍ରତି ସପ୍ତାହରେ ଗୋଟିଏ ପିରିୟଡରେ ହାଉସର ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି । ବୈଠକରେ ବିଭିନ୍ନ କାର୍ଯ୍ୟର ଯୋଜନା, କ୍ରିୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଉଛି । ପ୍ରତି ହାଉସ ପାଇଁ ଜଣେ ଶିକ୍ଷକଙ୍କୁ ହାଉସ ମାଷ୍ଟର ଭାବେ ପ୍ରଧାନ ଶିକ୍ଷକ ନିୟୋଜିତ କରିଛନ୍ତି । ହାଉସ ମାଷ୍ଟରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିନାୟକ କାର୍ଯ୍ୟ କରୁଛନ୍ତି । ପ୍ରତି ବର୍ଷ ଭଲ କାମ କରିଥିବା ହାଉସକୁ ‘ହାଉସ ଅଫ୍‌ ଦ ଇୟର’ର ଭାବେ ପୁରସ୍କୃତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.