ETV Bharat / state

Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା - ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି

ଆସନ୍ତା ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସୂର୍ଯ୍ୟପରାଗ ପଡୁଥିବାରୁ ବନ୍ଦ ରହିବ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ । ଅଧିକ ପଢନ୍ତୁ

Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

author img

By

Published : Oct 22, 2022, 2:59 PM IST

ଭୁବନେଶ୍ବର: ଆସନ୍ତା ୨୫ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଛି । ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ ଏବଂ କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨୫ ତାରିଖ ମଙ୍ଗଳବାର ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ହେବ । ତେବେ ହିନ୍ଦୁନୀତି ଅନୁସାରେ, ଦେବସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ବିଭିନ୍ନ ଦେବଦେବୀ ମନ୍ଦିରର ଦେବ ନୀତି ବନ୍ଦ ରହିବ । ଚଳିତ ବର୍ଷ ପ୍ରଥମ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ । ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ । ‌

ଏହି ଦିନ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଏହି ଦିନ ଭୋର ୪ ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।‌ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସେହିପରି ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ତେଣୁ ଏହି ଦିନ ସକାଳ ୮ଟା ୨୯ ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.