ETV Bharat / state

ନଭେମ୍ବର ୯ରୁ ୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ, ଦେଶ ବିଦେଶରୁ ସାମିଲ ହେବେ ୩୦୦ ପ୍ରତିନିଧି - millet news

କୃଷି ଓ କୃଷକ ସଶକ୍ତିରଣ ବିଭାଗ ପକ୍ଷରୁ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ । ଭୁବନେଶ୍ବର ଜନତା ମଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠତ ହେବ । ଅଧିକ ପଢନ୍ତୁ

୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ
୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ
author img

By ETV Bharat Odisha Team

Published : Nov 2, 2023, 6:32 AM IST

୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ପକ୍ଷରୁ ମିଲେଟ ସମ୍ବନ୍ଧୀୟ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ । ଭୁବନେଶ୍ବର ଜନତା ମଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠତ ହେବ । ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଆସିବେ । ଏଥିରେ ୩୧ଟି ସେସନ ରହିବ । ମାଣ୍ଡିଆ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ସାରା ଭାରତରେ ପ୍ରଥମ । ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କୃଷି ସଚିବ ଅରବିନ୍ଦ ପାଢ଼ୀ ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥି ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ । ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ 4 ବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨ହଜାର ୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି ।

ଏହି ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ’ । ସମ୍ମିଳନୀରେ ମିଲେଟ ଚାଷ, ପ୍ରକ୍ରିୟାକରଣରେ କୃଷକଙ୍କ ସମ୍ପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସମେତ ବୈଷିୟକ ଅଧିବେଶନ, ନୀତି ନିର୍ଦ୍ଧାରଣ ନିମନ୍ତେ ରାଉଣ୍ଡ ଟେବୁଲ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମେଳା, କୁଇଜ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ମିଶନ ଶକ୍ତି ଅଧିନସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଲେଟ ଉଦ୍ୟୋଗୀଙ୍କର ସଫଳତାର କାହାଣୀ ପ୍ରଦର୍ଶନ କରିବ ।

ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ତିନିଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଏବଂ ମିଲେଟସ ଉପରେ ଆଧାରିତ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଖ୍ୟାତନାମା ସେଫ୍‌ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗ ଦେବା ପାଇଁ ସମ୍ମତି ଦେଇଛନ୍ତି । ଏହା ସହିତ ହୋଟେଲ, ରେଷ୍ଟୁରାଣ୍ଟ, ଫୁଡ୍‌ ବ୍ଲଗରସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ମିଲେଟ୍‌ସ୍‌ ମା’ମାନଙ୍କ ସହିତ ମିଲେଟରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ଫାଷ୍ଟଫୁଡକୁ ଛାଡ଼ି ମିଲେଟ ମୁହାଁ ଲୋକେ, ଗୁଣବତ୍ତା ସଂରକ୍ଷଣ ପାଇଁ ପ୍ରୟାସ ଜାରି

‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ର ଆର୍ଥିକ ସହାୟତା ଓ ମାର୍ଗଦର୍ଶନରେ ପ୍ରସ୍ତୁତ ଓଡ଼ିଶା ମିଲେଟସ ମିଶନର ଯାତ୍ରା ଏବଂ ଏହାର ସାଫଲ୍ୟ, ବିଶେଷ କରି ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର କାର୍ଯ୍ୟକ୍ରମ ସମ୍ବନ୍ଧିତ ଏକ କଫି ଟେବୁଲ ବୁକ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହେବ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, "ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରଚାର ଓ ପ୍ରସାରଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରାଯାଉଛି ।

ଅନ୍ତର୍ଜାତୀୟ ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅର୍ଗାନାଇଜିଂ କମିଟି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପିପିଭିଏଫଆରଏର ଅଧ୍ୟକ୍ଷ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକାଧିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.