ETV Bharat / state

ଜଳୁଛି ଜଙ୍ଗଲ, ଚିନ୍ତା ପ୍ରକଟ କଲେ ଭାରତର ଶିଶୁ ପରିବେଶବିତ - ଜଳୁଛି ଜଙ୍ଗଲ

ରାଜ୍ୟରେ ଜଙ୍ଗଲ ନିଆଁ ଲାଗିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତର ଶିଶୁ ପରିବେଶବିତ ଲିସି ପ୍ରିୟା କାଙ୍ଗୁଜାମ। ଦିନକୁ ଦିନ ସାରା ରାଜ୍ୟରେ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ଏନେଇ ରାଜ୍ୟ ସରକାର ଓ ବନ ବିଭାଗର ଅଧିକାରୀ କାର୍ମଚାରି ମାନେ ଚିନ୍ତାରେ ପଡିଛନ୍ତି। ବର୍ଷା ହେଲେ ଜଙ୍ଗଲ ନିଆଁ କମିବ ସେହି ଆଶାରେ ରହିଛନ୍ତି ସମସ୍ତେ। କିନ୍ତୁ ଏପଟେ ଜଣେ ଶିଶୁ ପରିବେଶବିତ ଲିସିପ୍ରୀୟା କାଙ୍ଗୁଜାମ ଟୁଇଟ କରି ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ କ୍ରୀଡା, ସଙ୍ଗୀତ ଇତ୍ୟାଦି ପାଇଁ ଓଡିଶାରେ କୋଟି କୋଟି ଟଙ୍କା ରହିଛି। ଅଧିକ ପଢନ୍ତୁ

ଜଳୁଛି ଜଙ୍ଗଲ, ଚିନ୍ତା ପ୍ରକଟ କଲେ ଭାରତର ଶିଶୁ ପରିବେଶବିତ

author img

By

Published : Mar 16, 2023, 9:01 PM IST

ଭୁବନେଶ୍ବର: ରାଜ୍ୟରେ ଜଳୁଛି ଜଙ୍ଗଲ । ଚିନ୍ତା ପ୍ରକଟ କଲେ ଭାରତର ଶିଶୁ ପରିବେଶବିତ । ସବୁଥିରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଜଙ୍ଗଲ ନିଆଁ ଲିଭାଇବାକୁ ନାହିଁ ମାନବ ଶକ୍ତି। ସାରା ରାଜ୍ୟରେ ହୁତୁ ହୂତୁ ହୋଇ ଜଳୁଛି ଜଙ୍ଗଲ। ଏପଟେ ଏବେବି ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା । ଜଙ୍ଗଲ ଜଳୁଥିବାରୁ ରାଜ୍ୟ ସରକାର ନିଆଁ ଲିଭାଇବା ପାଇଁ ହେଲିକପ୍ଟର ବା ଅତ୍ୟାଧୁନିକ ଯନ୍ତ୍ରପାତି ପଦ୍ଧତି ଆପଣାଉ ନାହାଁନ୍ତି ।

ଜଳୁଛି ଜଙ୍ଗଲ, ଚିନ୍ତା ପ୍ରକଟ କଲେ ଭାରତର ଶିଶୁ ପରିବେଶବିତ
ଜଳୁଛି ଜଙ୍ଗଲ, ଚିନ୍ତା ପ୍ରକଟ କଲେ ଭାରତର ଶିଶୁ ପରିବେଶବିତ

ସେପଟେ ରାଜ୍ୟରେ ଜଙ୍ଗଲ ନିଆଁ ଲାଗିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତର ଶିଶୁ ପରିବେଶବିତ ଲିସିପ୍ରିୟା କାଙ୍ଗୁଜାମ । ଦିନକୁ ଦିନ ସାରା ରାଜ୍ୟରେ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ଓ ବନ ବିଭାଗର ଅଧିକାରୀ କାର୍ମଚାରିମାନେ ଚିନ୍ତାରେ ପଡିଛନ୍ତି । ବର୍ଷା ହେଲେ ଜଙ୍ଗଲ ନିଆଁ କମିବ ସେହି ଆଶାରେ ରହିଛନ୍ତି ସମସ୍ତେ । କିନ୍ତୁ ଏପଟେ ଜଣେ ଶିଶୁ ପରିବେଶବିତ ଲିସିପ୍ରିୟା କାଙ୍ଗୁଜାମ ଟୁଇଟ କରି ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ କ୍ରୀଡା, ସଙ୍ଗୀତ ଇତ୍ୟାଦି ପାଇଁ ଓଡିଶାରେ କୋଟିକୋଟି ଟଙ୍କା ରହିଛି । କିନ୍ତୁ ରାଜ୍ୟରେ ଥିବା ଏସିଆର ବୃହତ୍ତମ ଜୈବ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଅତ୍ୟନ୍ତ ଲଜ୍ଜାଜନକ ଯେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ମାନବ ଶକ୍ତି ମଧ୍ୟ ନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ଆଧୁନିକ ଜ୍ଞାନକ କୌଶଳ ନାହିଁ ବୋଲି କହିଛନ୍ତି ଶିଶୁ ପରିବେଶବିତ ଲିସିପ୍ରିୟା ।

ସୂଚନା ଅନୁଯାୟୀ, ରାଜ୍ୟରେ ବନାଗ୍ନିକୁ କମ୍‌ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବନାଗ୍ନି କମ କରିବା ନିମନ୍ତେ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ସଂପୃକ୍ତ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ଜନ ପ୍ରତିନିଧି, ମିଶନ ଶକ୍ତି, ସ୍ଥାନୀୟ କ୍ଲବ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ପ୍ରାଥମିକତା ଭିତ୍ତିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ । ବନାଗ୍ନି ରୋକିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ସହ ଆବଶ୍ୟକ ସ୍ଥଳେ ଓଡ୍ରାଫ ଟିମ୍‌କୁ ମୁତୟନ କରାଯିବ ବୋଲି ସରକାର କହିଛନ୍ତି । ଆଗକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଆଶଙ୍କା ଥିବାରୁ ବନାଗ୍ନି ବ୍ୟାପିବା ସମ୍ଭାବିତ ସ୍ଥାନ ଗୁଡ଼ିକରେ ଆଗୁଆ ଓଡ୍ରାଫ ଟିମ୍‌ ମୁତୟନ ପାଇଁ ମୁଖ୍ୟ ଶାସନ ସଚିବ ଗତକାଲି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ହଜାର ୮୬୦ଟି ସ୍ଥାନରେ ବନାଗ୍ନି ସଂପର୍କରେ ତଥ୍ୟ ଥିବାବେଳେ ସେଥି ମଧ୍ୟରୁ ୯୮ ପ୍ରତିଶତ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.