ETV Bharat / state

Odisha Weather: ରାଜ୍ୟରେ ବର୍ଷା ଜାରି, ୨ ଦିନ ପରେ ବଦଳିବ ପାଗ

author img

By

Published : Mar 23, 2023, 9:21 PM IST

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Odisha Weather
Odisha Weather

୨ ଦିନ ପରେ ବଦଳିବ ପାଗ

ଭୁବନେଶ୍ବର: ରାଜ୍ୟରେ ପଶ୍ଚିମା ଝଡ଼ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨ଦିନ ପରେ ବଦଳିବ ପାଗ । କମିବ ବର୍ଷା ଓ ବଢିବ ତାପମାତ୍ରା । ପରେ ପୁଣି ୨୫ରୁ ହୋଇପାରେ ବର୍ଷା । ୨୩ ତାରିଖ ତଥା ଆଜି ରାଜ୍ୟରେ ସୃଷ୍ଟି ହୋଇପାରେ ଆଉ ଏକ ଝଡ଼ ବର୍ଷା । ଆଉ ଏକ ପଶ୍ଚିମା ଝଡ଼ ଆସିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୨୬ ପାଇଁ ଉପକୂଳ ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ପଶ୍ଚିମା ଝଡ଼ର ପ୍ରଭାବରେ ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାରେ ୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟ ସ୍ଥାନରେ ହାଲୁକା ଧାରଣା ବର୍ଷା ହୋଇଛି । ସର୍ବାଧିକ ଦିନ ତାପମାତ୍ରା ମାଲକାନଗିରି ୩୭ ଡିଗ୍ରୀ ହୋଇଛି। ବର୍ତ୍ତମାନ ପାଣିପାଗ ଆକଳନ ଅନୁସାର ଆଜି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ମୟୂରଭଞ୍ଜ, ବାଲେଶ୍ଵର ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ସେତେ ରହିବ ନାହିଁ କିନ୍ତୁ କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବ । ୨୬ରୁ ବର୍ଷାର ମାତ୍ରା ବୃଦ୍ଧି ହେବ। ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସହ ୩୦ରୁ ୪୦ ପବନ ବହିବାର ସମ୍ଭାବନା ରହିଛି । ୨୬ ପାଇଁ ଉପକୂଳ ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଦକ୍ଷିଣରେ ମାଲକାନାଗିରି, କୋରାପୁଟ, ନବରଙ୍ଗୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ଼, ମୟୂରଭଞ୍ଜ ବାଲେଶ୍ବର, ଭଦ୍ରକ, ଯାଜପୁର ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦କିମି ବେଗରେ ପବନ ବହିବ।

ଏହା ବି ପଢନ୍ତୁ-Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା

ଏହାର ପ୍ରଭାବ ୨୭ ତାରିଖରେ ମଧ୍ୟ ରହିବ ଖାସ କରି ଉପକୂଳ ଓଡ଼ିଶାରେ ରହିବ । ରାଜ୍ୟରେ ତାପମାତ୍ରା ସ୍ଵାଭାବିକଠାରୁ ୨ରୁ ୩ ଡିଗ୍ରୀ କମ ରହିଛି । ୨ଦିନ ମଧ୍ୟରେ ତାପମାତ୍ରା ସ୍ଵାଭାବିକ ହେବ । ଏହା ସହ ସାମାନ୍ୟ ଗରମ ଅନୁଭୂତି ହେବ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ମଧ୍ୟାହ୍ନରୁ ଭୁବନେଶ୍ବର ସମେତ ବର୍ଷା କିଛି ସ୍ଥାନରେ ହୋଇଛି । ଆଉ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାୟୁମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପ ରହୁଛି । ସକାଳେ ଖରା ଓ ଜଳୀୟବାଷ୍ପ ଫଳରେ ମଧ୍ୟାହ୍ନରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି । ଦିନେ ଛାଡ଼ି ଦିନେ ବର୍ଷା ହୋଇପାରେ ।

ତେବେ ଆସନ୍ତା ୨୯ରେ ଆଉ ଏକ ଟ୍ରାପ୍ ଲାଇନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ ଯାଏଁ କାଳବୈଶାଖୀ ବର୍ଷା ହୋଇପାରେ । ଏହା ପ୍ରଭାବରେ ଘଣ୍ଟା ପ୍ରତି ପବନର ବେଗ ୬୦ରୁ ୭୦ କିମି ମଧ୍ୟ ହୋଇପାରେ । କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ସେପଟେ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରଭାବ ରହିବ ବୋଲି କହିଛି ଵିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.