ETV Bharat / state

Weather Update: ରାଜ୍ୟ ମୌସୁମୀରେ ବି ନାହିଁ ବିସ୍ତୃତ ବର୍ଷା, ଆସୁଛି ଆଉ ଏକ ଲଘୁଚାପ

author img

By

Published : Jul 29, 2023, 5:54 PM IST

ରାଜ୍ୟରେ ମୌସୁମୀରେ ବି ନାହିଁ ବିସ୍ତୃତ ବର୍ଷା । ତେବେ ଆସୁଥିବା ଲଘୁଚାପ ପ୍ରଭାବରେ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Weather Update
Weather Update
Weather Update: ରାଜ୍ୟ ମୌସୁମୀରେ ବି ନାହିଁ ବିସ୍ତୃତ ବର୍ଷା, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ରାଜ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟିଛି । ମୌସୁମୀ ଆସିଥିଲେ ସୁଦ୍ଧା ହେଉନି ବିସ୍ତୃତ ବର୍ଷା । ରାଜ୍ୟବାସୀ ବର୍ଷା ଋତୁରେ ବି ଖରା ଗରମରେ ହନ୍ତସନ୍ତ ହେଉଛନ୍ତି । ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି କିନ୍ତୁ ବର୍ଷା ହେଉନି କି ଗୁଳୁଗୁଳିରୁ ବି ମୁକ୍ତି ମିଳୁନି । ଶ୍ରାବଣରେ ବି ରାଜ୍ୟରେ ଦେଖାଦେଇଛି ନିଅଣ୍ଟିଆ ବର୍ଷା । ସେପଟେ ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୪ରୁ ୫ ଦିନ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

  • ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି

    — Meteorological Centre, Bhubaneswar (@mcbbsr) July 29, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ରାଜ୍ୟରେ ଯେଉଁ ବର୍ଷା ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । କାହିଁକି ନା ୧ ଜୁନରୁ ୨୯ ଜୁଲାଇ ମଧ୍ୟରେ ରାଜ୍ୟରେ ୪୬୧.୯ ମିମି ବର୍ଷା ହୋଇଥିବା ବେଳେ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୨ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି । ସେହିପରି ୧୬ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି । ତେଣୁ ଏହି ପରିବର୍ତ୍ତିତ ପାଣିପାଗ ସମସ୍ତଙ୍କୁ ବ୍ୟଥିତ କରିଛି । ଅନ୍ୟପଟେ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି।

ଏହା ବି ପଢନ୍ତୁ- କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ, ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଏହି ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ, ଯାଜପୁର । ସେହିପରି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକହେଲା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲକା ଓ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇଥିବା ବେଳେ ବୌଦ୍ଧର ହରଭଙ୍ଗାଠାରେ ସର୍ବାଧିକ ୧୬୨ ମିମି ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.