ETV Bharat / state

Odisha Drivers Mahasangha strike: ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ - ଡ୍ରାଇଭର ସଂଘ

ସାରା ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନ । ଡ୍ରାଇଭର ସଂଘର ଦାବି ନେଇ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଯାହା ଦାବି ରହିଛି ତାହା ପୂରଣ ପାଇଁ ବିଚାର କରାଯିବ । ଆନ୍ଦୋଳନ ଦ୍ବାରା କିଛି ଲାଭ ହେବ ନାହିଁ । ସଂଘ ଆନ୍ଦୋଳନ ବନ୍ଦ କରି ଆଲୋଚନା କରନ୍ତୁ । ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି । ପୁଣି ଥରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ସେ ନିବେଦନ କରିଛନ୍ତି ପରିବହନ ସଚିବ । ଅଧିକ ପଢନ୍ତୁ

Odisha Drivers Mahasangha strike: ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ

author img

By

Published : Mar 15, 2023, 6:32 PM IST

Odisha Drivers Mahasangha strike: ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ

ଭୁବନେଶ୍ବର: ଡ୍ରାଇଭର ମହାସଂଘ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ । ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି । ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି । ଆଗକୁ ମଧ୍ୟ ଆଲୋଚନା କରାଯିବ । ଡ୍ରାଇଭର ମାନଙ୍କର ବିଭିନ୍ନ ସଂଘ ଅଛି । ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଆମେ ଅନୁରୋଧ କରୁଛୁ । ଆମେ ତାଙ୍କ ସହ କଥା ହେବା ପାଇଁ ରାଜି ଅଛୁ । ତାଙ୍କ ଦାବି ନେଇ ଆମ ସହ ଆଲୋଚନା କରନ୍ତୁ । ଯାହା ସମ୍ଭବ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ଆନ୍ଦୋଳନ ଦ୍ବାରା ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଏହା କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଓ ବିଭାଗୀୟ ସଚିବ ଉଷା ପାଢୀ ।

ଆଜି ଏକ ପ୍ରେସମିଟ କରି ପରିବହନ ମନ୍ତ୍ରୀ କହିଛନ୍ତି ‘‘ଡ୍ରାଇଭର ସଂଘର ଦାବି ନେଇ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଯାହା ଦାବି ରହିଛି ତାହା ପୂରଣ ପାଇଁ ବିଚାର କରାଯିବ । ଆନ୍ଦୋଳନ ଦ୍ବାରା କିଛି ଲାଭ ହେବ ନାହିଁ । ସଂଘ ଆନ୍ଦୋଳନ ବନ୍ଦ କରି ଆଲୋଚନା କରନ୍ତୁ । ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ପୁଣି ଥରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ସେ ନିବେଦନ କରିଛନ୍ତି ।

ଏହାବି ପଢନ୍ତୁ- Odisha Assembly: ନିଆଁ ଲିଭାଇବା ପାଇଁ ଉନ୍ନତ ଜ୍ଞାନ କୌଶଲ ବ୍ୟବହାର ହେଉଛି: ଜଙ୍ଗଲ ପରିବେଶ ମନ୍ତ୍ରୀ

ସେପଟେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି ‘‘ଡ୍ରାଇଭର ସଂଘ ଆନ୍ଦୋଳନ ଛାଡି ଆଲୋଚନାକୁ ଆସନ୍ତୁ । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ । ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି। ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି। ଆଗକୁ ମଧ୍ୟ ଆଲୋଚନା କରାଯିବ ।"

10 ଦଫା ଦାବି ନେଇ ଆଜିଠାରୁ ରାଜ୍ୟର ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛି । ଯାହାର ପ୍ରଭାବ ସାରା ରାଜ୍ୟରେ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର ସଂଘର ଧର୍ମଘଟ ଆରମ୍ଭ ଜାରି ରହିଛି । ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି ସଙ୍ଘ । ପ୍ରାଇସ, ପେନସନ, ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ବୀମା ସୁରକ୍ଷା, ପ୍ରତି 100 କିମିରେ ଶୌଚାଳୟ ବ୍ୟବସ୍ଥା ଭଳି 10 ଦଫା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମାନେ ।

ଏହାବି ପଢନ୍ତୁ- ବର୍ଷେ ହେଲାଣି ଶେଷ ହୋଇ ପାରୁନି 8 କିମି ରାସ୍ତା କାମ, 10 ମିନିଟର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟାଏ

ଗତକାଲି ପରିବହନ ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନା ବିଫଳ ହେବାରୁ ଡ୍ରାଇଭର ସଂଘ ପୂର୍ବ ଘୋଷଣା ଅନୁସାରେ ଆନ୍ଦୋଳନ କରୁଛି । ଫଳରେ ସାରା ରାଜ୍ୟରେ ପରିବହନ ସେବା ପ୍ରଭାବିତ ହୋଇଛି । ସାରା ରାଜ୍ୟରେ ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ରହିଛି । ଆଗରୁ ଡ୍ରାଇଭରମାନଙ୍କ ଦାବି ନେଇ ଭୁବନେଶ୍ୱରରେ ବିଶାଳ ଧର୍ମଘଟ ହୋଇଥିଲା । ତେବେ ଘରୋଇ ବସ ମାଲିକ ସଂଘ ଧର୍ମଘଟରୁ ନିଜକୁ ଦୂରେଇ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.