ETV Bharat / state

Deputy Speaker Resign: ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ

Odisha Deputy Speaker Rajanikant Singh resign: ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ । ୨୦୧୯ ଜୁନ ମାସରୁ ଉପବାଚସ୍ପତି ଭାବେ ସେ କାର୍ଯ୍ୟ କରିଆସୁଥିଲେ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ
ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ
author img

By ETV Bharat Odisha Team

Published : Nov 8, 2023, 2:34 PM IST

Updated : Nov 8, 2023, 4:36 PM IST

Deputy Speaker Resign: ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ

ଭୁବନେଶ୍ବର: ଇସ୍ତଫା ଦେଲେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ । ରଜନୀକାନ୍ତ ତାଙ୍କ ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ୨୦୧୯ ଜୁନ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରିଆସୁଥିଲେ । ଆଜି ଉପବାଚସ୍ପତି ପଦରୁ ଅବ୍ୟାହତି ନେଇଛନ୍ତି ରଜନୀକାନ୍ତ । ନବ ନିଯୁକ୍ତ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବା ପାଇଁ ବିଧାନସଭା ଆସିଛନ୍ତି ବାଚସ୍ପତି ।

୨୦୧୯ ଜୁନ ମାସରୁ ରଜନୀକାନ୍ତ ଉପବାଚସ୍ପତି ଭାବେ କାର୍ଯ୍ୟ କରିଆସୁଥିଲେ । ରଜନୀକାନ୍ତ ୩ ଜଣ ବାଚସ୍ପତିଙ୍କ ଡେପୁଟି ଭାବେ କାର୍ଯ୍ୟ କରିଛନ୍ତି । ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ପ୍ରମିଳା ମଲ୍ଲିକ । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ରଜନୀକାନ୍ତ କାର୍ଯ୍ୟନିର୍ବାହୀ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୪ ମସିହାରୁ ସେ କ୍ରମାଗତ ଭାବେ ଅନୁଗୋଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ ମାସରୁ ସେ ଉପବାଚସ୍ପତି ଭାବେ ସାମ୍ବିଧାନିକ କାର୍ଯ୍ୟ କରୁଥିଲେ । ସାମ୍ବିଧାନିକ ପଦରେ ଥିବାରୁ ସେ ଦଳୀୟ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ । ଅନୁଗୋଳ ଜିଲ୍ଲାରେ ଦଳର ସଂଗଠନ ସେତେଟା ମଜଭୁତ ନଥିବା କୁହାଯାଉଛି । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ରହିଛି । ତେଣୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜଭୁତ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି । ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଅନୁଗୋଳରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’

ସେହିପରି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଢେଙ୍କାନାଳ ଲୋକସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ନେଇ ଚର୍ଚ୍ଚା ଲାଗି ରହିଛି । ବିଜେପିକୁ କାଉଣ୍ଟର କରିବା ଲାଗି ବିଜେଡି ଯଥାସମ୍ଭବ ଚେଷ୍ଟା ଜାରି ରଖିଛି । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ମେ’ ମାସରେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ଦଳର ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ବିକ୍ରମଙ୍କୁ ସାମ୍ବିଧାନିକ ପଦବୀ ଛାଡ଼ିବାକୁ ପଡ଼ିଥିଲା । ସେହିପରି ମନ୍ତ୍ରୀ ପଦ ଛାଡ଼ି ସାମ୍ବିଧାନିକ ପଦକୁ ଆସିଛନ୍ତି ପ୍ରମିଳା । ରଜନୀକାନ୍ତଙ୍କ ଇସ୍ତଫା ପରେ କିଏ ହେବେ ଉପବାଚସ୍ପତି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୧ ତାରିଖରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ନୂଆ ଉପବାଚସ୍ପତି ନିଯୁକ୍ତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 8, 2023, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.