ETV Bharat / state

ସିମକାର୍ଡ ଅପବ୍ୟବହାର‌ ନେଇ ବସିଲା ବୈଠକ, ଟେଲିକମ୍ ଅପରେଟରଙ୍କୁ ପୋଲିସର ଚେତାବନୀ

author img

By

Published : May 19, 2023, 10:36 PM IST

ଗ୍ରାହକ ବଢ଼ାଇବାକୁ ଯାଇ ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଟେଲିକମ ଅପରେଟରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଅଧିକ ପଢନ୍ତୁ

Odisha Crime Branch
Odisha Crime Branch

ଭୁବନେଶ୍ବର: ଗ୍ରାହକ ବଢ଼ାଇବାକୁ ଯାଇ ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଟେଲିକମ ଅପରେଟରଙ୍କୁ କଡ଼ା ଚେତାବନୀ । ଆଇଏସଆଇ ଲିଙ୍କରେ ଏସଟିଏଫ ହାତରେ ଧରାପଡ଼ିଥିବା ଫେକ୍ ସିମକାର୍ଡ ବ୍ୟବହାରକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜି ବୈଠକ ଜରିଆରେ ଦେଇଛନ୍ତି ସତର୍କବାଣୀ । ଆଗକୁ ହୋଇପାରେ କାର୍ଯାନୁଷ୍ଠାନ । କାରଣ ଟେଲିକମ ସର୍ଭିସ ପ୍ରୋଭାଇଡରଙ୍କୁ ସହ ଡିପାର୍ଟମେଣ୍ଟ ଅଫ ଟେଲିକମ ଓ କ୍ରାଇମବ୍ରାଞ୍ଚ ସିବି ସିଆଇଡି ସହ ମିଳିତ ଭାବେ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏଭଳି ଚେତାବନୀ ଦେଇଛନ୍ତି ।

ମେ’ ୨୦୨୨ରେ କମିସନରେଟ ପୋଲିସ ଦ୍ବାରା ୨୦ ହଜାର‌ ସିମକାର୍ଡ ସହ ୧୪ଲକ୍ଷ କ୍ୟାସ୍ ଜବତ ହୋଇଥିଲା। ସେହିପରି ସେପ୍ଟେମ୍ବର ୨୦୨୨ରେ ବାରିପଦାରେ ୧୭ହଜାର ସିମ୍ କାର୍ଡ ଜବତ ସହ ଏସଟିଏଫ ଦ୍ବାରା ୩ଜଣ ଗିରଫ ହେବା ପରେ ଏହା ପଛରେ ଫର୍ଜି ସିମକାର୍ଡ ଥିବା ଜଣାପଡିଛି । ତେବେ ଏହାକୁ କିପରି ରୋକାଯାଇ ପାରିବ ତାହାକୁ ନେଇ ଗୁରୁତ୍ବାରୋପ କରାଯାଇଛି। ଏନେଇ ଟେଲିକମ ଅପରେଟରଙ୍କୁ ପ୍ରଥମେ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବରରୁ ଟେଲି ଭେରିଫିକେସନ କରି ନୂଆ ସିମ ଆକ୍ଟିଭେଟ ପାଇଁ ଆଲୋଚନା କରାଯାଇଛି।

ଏହା ମଧ୍ୟ ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

ଏହା ମଧ୍ୟ ପଢନ୍ତୁ-G7 Summit: ଜାପାନରେ ପହଞ୍ଚିଲେ ମୋଦି, ଜେଲେନସ୍କିଙ୍କ ସହ ହୋଇପାରେ ଦ୍ବିପାକ୍ଷିକ ଆଲୋଚନା

ସେହିପରି ସ୍ଥାୟୀ ଦୋକାନ ନେଇଥିବା ସିମକାର୍ଡ ଦୋକୀନିଙ୍କୁ ଆକ୍ଟିଭେସନ ଓ ବିକ୍ରି ପାଇଁ ଅନୁମତି ଦେବାକୁ କୁହାଯାଇଛି। ଟେଲିକମ ଅପରେଟର ଏନେଇ ଗ୍ରାହକଙ୍କୁ ସିମ ଆକ୍ଟିଭେଟ ଉପରେ ଅବଗତ କରାଇବା ସହ ଫେକ୍ ଆକ୍ଟିଭେସନ କରୁଥିବା ଲୋକ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ନିୟମ ଉଲଙ୍ଘନ କରୁଥିବା ଦୋକାନୀକୁ ବ୍ଲାକ ଲିଷ୍ଟ କରିବାକୁ ନିଷ୍ପତ୍ତି କରାଯାଇଛି। ସେହିପରି ଟ୍ୟାଫକପ ଜରିଆରେ କେତୋଟି ସିମ ଆକ୍ଟିଭ ଅଛି ସେନେଇ ଅବଗତ ହୋଇପାରିବେ ଗ୍ରାହକ । ଏହା ସହିତ ଆଇଏସଆଇ ଏଜେଣ୍ଟକୁ ପଠାଯାଉଥିବା ଆକ୍ଟିଭେଟ ସିମ କାର୍ଡ ଘଟଣାରେ ତଦନ୍ତକୁ ଗମ୍ଭୀରତାର ସହ ନେଇଛି କ୍ରାଇମବ୍ରାଞ୍ଚ୍।ତେବେ ସିମ କାର୍ଡ ଅପବ୍ୟବହରକୁ ନେଇ ଯଦି କୌଣସି ଘଟଣା ସାମ୍ନାକୁ ଆସେ ତାହାଲେ ଅଭିଯୁକ୍ତଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବୈଠକରେ ଆଲୋଚନା କରାଯାଇଛି । ତେବେ ବୈଠକରେ ବିଶେଷ କରି ଜିଓ, ବିଏସଏନ୍ଏଲ, ଭୋଡାଫୋନ- ଆଇଡିଆ,ଏୟାରଟେଲ କମ୍ପାନୀ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ । ସେମାନଙ୍କୁ ଜାତିୟ ସୁରକ୍ଷା ଦିଗରୁ ସିମ କାର୍ଡ ଆକ୍ଟିଭେସନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.