ETV Bharat / state

ଲୁଚିବନି ଶିଶୁ ଓ ମହିଳାଙ୍କ ସହ ଅପରାଧ, ଦୋଷୀକୁ ଖୋଜି ଦଣ୍ଡ ଦେବାକୁ ଦିଆଯାଉଛି ତାଲିମ

author img

By ETV Bharat Odisha Team

Published : Aug 28, 2023, 8:52 AM IST

Updated : Aug 28, 2023, 1:10 PM IST

କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଉଇଛି ତିନି ଦିନିଆ ପୋଲିସ ତାଲିମ ଶିବିର । ଅପରାଧିକୁ ସହଜରେ ଧରିବା ପାଇଁ ଦିଆଯାଉଛି ତାଲିମ । ଅଧିକ ପଢନ୍ତୁ

sexual crimes against women and children

ଭୁବନେଶ୍ବର: ନୟାଗଡର ପରି ହତ୍ୟାକାଣ୍ଡ ହେଉ ବା ମମିତା ମେହେର ହତ୍ୟାକାଣ୍ଡ । ଏଣିକି ଶିଶୁ ଓ ମହିଳାଙ୍କ ସହ ଅପରାଧ ଘଟାଇ ଦୀର୍ଘଦିନ ଧରି ଲୁଚି ରହିପାରିବନି ଅପରାଧି । ଅପରାଧ ଘଟାଇ ଅପରାଧି ପ୍ରମାଣ ନଷ୍ଟ କରି ବି ଲୁଚି ଖସିପାରିବନି । କାରଣ ଆଖିକୁ ଦିଶୁ ନଥିବା ଆଉ ଭାବନା ବାହାରେ ଥିବା ଅଦୃଶ୍ୟ ପ୍ରମାଣକୁ ଖୋଜିବା ପାଇଁ ଆରମ୍ଭ ହୋଇଛି ପୋଲିସ ତାଲିମ ଶିବିର । ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ତିନି ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ୟୁନିସେଫ ସହଯୋଗରେ ରାଜ୍ୟର ପୋଲିସ କର୍ମଚାରୀ ତାଲିମ ଦିଆଯାଉଛି । ଫରେନସିକ ସାଇନ୍ସରେ ଏକ୍ସପର୍ଟ, ଅଭିଜ୍ଞ ଆଇନ ବିଶେଷଜ୍ଞ, ୟୁନିସେଫର ସାଇବର ଏକ୍ସପର୍ଟ ବିଭିନ୍ନ ଟେକନିକ, ନୂଆ ପ୍ରଣାଳୀ ତଦନ୍ତ ଓ ନୂଆ ନୂଆ ଢାଞ୍ଚାରେ ପ୍ରମାଣ ଯୋଗାଡ଼ ସହ ଦୋଷୀକୁ ଦଣ୍ଡ ଦେଲା ଭଳି ଆଇନଗତ ଦିଗର ତାଲିମ ଦିଆଯାଉଛି । ମହିଳା ଏବଂ ଶିଶୁଙ୍କ ପ୍ରତି ଯୌନ ଅପରାଧର ଅନୁସନ୍ଧାନ ପାଇଁ ଫୋରେନସିକ୍ ଟେକନିକ ଏବଂ ଟେକ୍ନୋଲୋଜିର ବ୍ୟବହାର ଉପରେ ତାଲିମ ଦିଆଯାଉଛି ।

ଅଧିକାଂଶ ସମୟରେ ମହିଳା ଓ ଶିଶୁଙ୍କ ସହ ଯୌନ ନିର୍ଯାତନା ଭଳି ଅନେକ ଅପରାଧ ଘଟୁଛି । ଅପରାଧି ନିଜକୁ ବଞ୍ଚାଇବା ପାଇଁ ପ୍ରମାଣ ନଷ୍ଟ କରି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରେ । ଫଳରେ ପୀଡିତାଙ୍କୁ ନ୍ୟାୟ ମିଳିପାରେ ନାହିଁ । ତେଣୁ ଯାହା ପ୍ରମାଣ ରହିଛି ତାକୁ କିପରି ଫରେନସିକ ଟେକ୍ନୋଲୋଜିର ସହାୟତାରେ ଯୌନ ଶୋଷଣର ଶିକାର ପୀଡିତାଙ୍କୁ ତ୍ୱରିତ ନ୍ୟାୟ, ହତ୍ୟାକାରୀକୁ ତୁରନ୍ତ ଗିରଫଦାରୀ ସହ ଉଚିତ ଦଣ୍ଡବିଧାନ ଓ ନୃଶଂସ ଅପରାଧିକ ପୃଷ୍ଠଭୂମିର ଖୁଲାସା ପାଇଁ ପୋଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓଡ଼ିଶାର ଅଫିସରଙ୍କୁ ଅଭିଜ୍ଞ କରିବାକୁ ତାଲିମ ଶିବିର ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସିବିଆଇ ରେଡ ଆଳରେ ଲୁଟିଥିଲେ ୨ କୋଟି, ଗିରଫ କରି କୋଟିଏ ଟଙ୍କା ଜବତ କଲା କମିଶନରେଟ ପୋଲିସ

ପ୍ରମାଣ ଅଭାବରୁ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ଘଟଣାରେ ଆଖିଦୃଶିଆ ଦଣ୍ଡବିଧାନ ହୋଇପାରୁନି । ଫଳରେ ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଆଇନର ଗଳାବାଟରେ ଖସିଯାଉଛନ୍ତି ହାଇପ୍ରୋଫାଇଲ କ୍ରିମିନାଲ । ପ୍ରାୟ 66 ପ୍ରତିଶତ କେସରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ଖସିଯାଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ପୋସ୍କୋ, ଜୁଭେନାଇଲ ଜଷ୍ଟିସ, ଡିଏନଏ ପ୍ରୋଫାଲିଂ ଭଳି ନାରକୋ ଆନାଲିସିସ, ପଲିଗ୍ରାଫ, ବ୍ରେନ ମ୍ୟାପିଂ, ଫିଙ୍ଗର ପ୍ରିଣ୍ଟ ସହ ସସ୍ପେକ୍ଟ ଡିଟେକ୍ସ ସିଷ୍ଟମ ଉପରେ ପୋଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି ।

ଏନେଇ ପୋଲିସ ଡିଜି ତାଲିମ ନେଉଥିବା ଅଫିସରଙ୍କୁ କହିଛନ୍ତି ଯେ, ଦଣ୍ଡବିଧାନ ପାଇଁ ସାଇଣ୍ଟିଫିକ ପ୍ରମାଣ ଏକ ଗୁରୁତ୍ବପୂର୍ଣ୍ଣ ଦିଗ । ତେଣୁ ଆଗକୁ ନ୍ୟୁ ଇଣ୍ଡିଆନ ପେନାଲ କୋଡ଼ ବା ନ୍ୟାୟ ସଂହିତା ଓ ଏଭିଡେନସ ଆକ୍ଟ ଭଳି ଆଇନଗତ ଦିଗ ଆହୁରି କଡାକଡି ହେବ । ତେଣୁ ସେସବୁ ପାଇଁ ସାଇଣ୍ଟିଫିକ ବହୁତ ଗୁରୁତ୍ବପୂର୍ଣ୍ଣ । ସମୟ ସମୟରେ ଅଫିସର ମାନେ ଏଭଳି ତାଲିମ ଜରିଆରେ ନୂଆ ନୂଆ ଟେକନିକ୍ ଓ ଟେକ୍ନୋଲୋଜିର ବ୍ୟବହାର କରି କିପରି ପ୍ରମାଣ ଯୋଗାଡ଼ ଓ ଦୋଷୀକୁ ଦଣ୍ଡ ଦେବାରେ ସହାୟକ ହୋଇପାରିବ ସେନେଇ ଏହି ତାଲିମ ଶିବିର ଏକ ସୁଯୋଗ । ପର୍ଯ୍ୟାୟ କ୍ରମେ ଆମେ ଏପରି କାର୍ଯକ୍ରମ କରି ଏ ଦିଗରେ ଅଫିସରଙ୍କ ବ୍ୟବସ୍ଥା ଭିତରେ ଭିଡିଓ ଜରିଆରେ ବି ତାଲିମ ଦେବାକୁ ଯୋଜନା ଚଳାଇଛୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 28, 2023, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.