ETV Bharat / state

କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ, ଡିସେମ୍ବର ୧ରେ ତୁଳସୀ ଯାତ୍ରା

author img

By ETV Bharat Odisha Team

Published : Nov 25, 2023, 10:04 AM IST

ଜନସାଧାରଣଙ୍କୁ କଂଗ୍ରେସ ସହ ଯୋଡିବାକୁ ଦଳର ଅଭିନବ ପ୍ରୟାସ । ଡିସେମ୍ବର ୧ରେ ପୁରୀ ଅଭିମୁଖେ ଯାତ୍ରା କରିବ କଂଗ୍ରେସ । ନଭେମ୍ବର 17ରୁ ଜିଲ୍ଲାରେ ତୁଳସୀ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ ,ଡିସେମ୍ବର ୧ରେ ତୁଳସୀ ଯାତ୍ରା

ଭୁବନେଶ୍ୱର: କଂଗ୍ରେସ ଭବନରେ ପହଞ୍ଚିଲା ତୁଳସୀ ଯାତ୍ରାର ପ୍ରଥମ ତୁଳସୀ । ଏହାକୁ ପଠାଇଛନ୍ତି ପଶ୍ଚିମ ଓଡ଼ିଶା ସମ୍ବଲପୁରର ଜୟନ୍ତ ପୂଜାରୀ । ତେବେ ଶ୍ରୀମନ୍ଦିରର ବିଭିନ୍ନ ଦାବି ନେଇ ଡିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଜନସାଧାରଣଙ୍କୁ କଂଗ୍ରେସ ସହ ଯୋଡିବାକୁ ଦଳର ଏହା ଏକ ଅଭିନବ ପ୍ରୟାସ । ଓଡିଶାବାସୀଙ୍କ ଧର୍ମୀୟ ଭାବନା ସହ କଂଗ୍ରେସକୁ ଯୋଡିବାକୁ ପିସିସି ପକ୍ଷରୁ ଏପରି ଉଦ୍ୟମ କରାଯାଉଛି । ଏହି ତୁଳସୀ ଯାତ୍ରାରେ ସାମିଲ ହେବା ପାଇଁ ସମ୍ବଲପୁର ଜଣେ ଶ୍ରଦ୍ଧାଳୁ କଂଗ୍ରେସ ଭବନକୁ ତୁଳସୀ ପଠାଇଛନ୍ତି । ଯାହା ଶୁକ୍ରବାର ଦିନ ପ୍ରଥମ କରି କଂଗ୍ରେସ ଭବନରେ ପହଞ୍ଚିଛି । ଏହାସହ ଏକ ଚିଠି ମଧ୍ୟ ପ୍ରେରଣ କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଏହି ଯାତ୍ରା ସଫଳ ହେବ । ସେ ଏହାକୁ ସମର୍ଥନ ଜଣାଇଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତୁଳସୀ ଯାତ୍ରା ଆରମ୍ଭ କରିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ମରାମତି ଓ ଭକ୍ତଙ୍କ ପାଇଁ ମନ୍ଦିରର ଚାରିଦ୍ବାର ଖୋଲିବା ପାଇଁ ଦାବି କରିଛି ଦଳ । ଏହାରି ପ୍ରତିବାଦରେ କଂଗ୍ରେସ ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ କରିଥିଲା । ନଭେମ୍ବର 17ରୁ ପ୍ରତି ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ମ୍ୟୁନିସିପାଲିଟିରେ ତୁଳସୀ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ଓ ବ୍ଲକ ସଭାପତିଙ୍କୁ ଚିଠି ଲେଖି ଅବଗତ କରିଥିଲେ ପିସିସି ସଭାପତି । ଡିସେମ୍ବର ୧ ସୁଦ୍ଧା ରାଜ୍ୟର ପ୍ରତି ଅଞ୍ଚଳରୁ ତୁଳସୀ କଂଗ୍ରେସ ଭବନ ଆସିବ ଏବଂ ସେହିଦିନ ରାଜଧାନୀରୁ ଶ୍ରୀକ୍ଷେତ୍ର ଅଭିମୁଖେ ବିରାଟ ଶୋଭାଯାତ୍ରା ତୁଳସୀ ଯାତ୍ରାରେ ବାହାରିବ ଦଳ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାଜ୍ୟବସୀଙ୍କୁ ଏହି ଯାତ୍ରାରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ।

ଏହା ମଧ୍ୟ ପଢନ୍ତୁ: ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ପିସିସି ସଭାପତି କହିଛନ୍ତି, "ଜନ ସାଧାରଣ ସଜ ତୁଳସୀ ପଠାଇ ପାରିବେ । କଂଗ୍ରେସ କର୍ମୀ ମଧ୍ୟ ସଂଗ୍ରହ କରିବେ ତୁଳସୀ । ପୋଷ୍ଟ ଜରିଆରେ ମଧ୍ୟ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବେ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ୱରରୁ ନେତା କର୍ମୀ ଏକ ବିରାଟ ପଟୁଆରରେ ଶରଧାବାଲି ଯିବେ । ଜଗା ପାଇଁ ତୁଳସୀ ପଠେଇଲେ କଂଗ୍ରେସ ଦାୟିତ୍ୱର ସହ ତୁଳସୀ ଯାତ୍ରାରେ ସେହି ତୁଳସୀକୁ ନେଇ ଜଗା ଦୁଆରେ ସମର୍ପଣ କରିବ । " ଏହି କାର୍ଯ୍ୟକ୍ରମରେ ସାମିଲ ହେବେ AICC ସାଧାରଣ ସମ୍ପାଦକ ତଥା ପ୍ରଭାରୀ ଡ଼ ଚେଲ୍ଲା କୁମାର । ଏଥିପାଇଁ ପୂର୍ବରୁ ରାଜ୍ୟପାଳ ଓ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଦେଇଥିଲା କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.