ETV Bharat / state

Tulasi Yatra: ସଂକୀର୍ତ୍ତନ ସତ୍ୟାଗ୍ରହ ପରେ କଂଗ୍ରେସ କରିବ ତୁଳସୀ ଯାତ୍ରା - ତୁଳସୀ ଯାତ୍ରା

କଂଗ୍ରେସ କରିବ ତୁଳସୀ ଯାତ୍ରା । ନଭେମ୍ବର ମାସ ଶେଷ ବେଳକୁ ହେବ ତୁଳସୀ ଯାତ୍ରା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରୁ ତୁଳସୀ କଂଗ୍ରେସ ଭବନକୁ ଆସିବ । କଂଗ୍ରେସ କର୍ମୀଙ୍କ ସହ ଜନ ସାଧାରଣ ଚାହିଁଲେ ମଧ୍ୟ ତୁଳସୀକୁ ପଠେଇପାରିବେ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବ ତୁଳସୀ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ବରରୁ ନେତା ଏବଂ କର୍ମୀ ଏକାଠି ପୁରୀକୁ ଯିବେ । ରାଜଧାନୀରୁ ଶ୍ରୀକ୍ଷେତ୍ର ହେବ ତୁଳସୀ ଯାତ୍ରା । ଅଧିକ ପଢନ୍ତୁ

Tulasi Yatra: ସଂକୀର୍ତ୍ତନ ସତ୍ୟାଗ୍ରହ ପରେ କଂଗ୍ରେସ କରିବ ତୁଳସୀ ଯାତ୍ରା

author img

By ETV Bharat Odisha Team

Published : Nov 10, 2023, 10:10 PM IST

Tulasi Yatra: ସଂକୀର୍ତ୍ତନ ସତ୍ୟାଗ୍ରହ ପରେ କଂଗ୍ରେସ କରିବ ତୁଳସୀ ଯାତ୍ରା

ଭୁବନେଶ୍ବର: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ନେଇ ତେଜିଲା ରାଜନୀତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ସମର୍ଥନ ଜିତିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି କରିବା ଦାବି କରି ଆଗକୁ ସାରା ଓଡିଶା ଯାତ୍ରା କରିବ ରାଜ୍ୟ କଂଗ୍ରେସ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ତୁଳସୀକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭରସା ଜିତିବାକୁ ତୁଳସୀ ଯାତ୍ରା କରିବ କଂଗ୍ରେସ । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ- ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାଯାତ୍ରା ସଂକେତ କି ?

କଂଗ୍ରେସ କରିବ ତୁଳସୀ ଯାତ୍ରା । ନଭେମ୍ବର ମାସ ଶେଷ ବେଳକୁ ହେବ ତୁଳସୀ ଯାତ୍ରା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରୁ ତୁଳସୀ କଂଗ୍ରେସ ଭବନକୁ ଆସିବ । କଂଗ୍ରେସ କର୍ମୀଙ୍କ ସହ ଜନ ସାଧାରଣ ଚାହିଁଲେ ମଧ୍ୟ ତୁଳସୀକୁ ପଠେଇ ପାରିବେ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବ ତୁଳସୀ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ବରରୁ ନେତା ଏବଂ କର୍ମୀ ଏକାଠି ପୁରୀକୁ ଯିବେ । ରାଜଧାନୀରୁ ଶ୍ରୀକ୍ଷେତ୍ର ହେବ ତୁଳସୀ ଯାତ୍ରା । ସରକାର ରତ୍ନ ଭଣ୍ଡାର ଗଣତି, ମରାମତି ସହ ମନ୍ଦିର ଚାରି ଦୁଆର ନ ଖୋଲିବା ଏବଂ ବେଦାନ୍ତ ଜମି ହସ୍ତାନ୍ତର ନ କରିବା ଅଭିଯୋଗ ଆଣି ଏହି ତୁଳସୀ ଯାତ୍ରା ଆୟୋଜନ କରିବ କଂଗ୍ରେସ ।

କଂଗ୍ରେସ ଭବନରେ ଆୟୋଜିତ ଏକ ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛି କଂଗ୍ରେସ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଶରତ ଆହୁରି କହିଛନ୍ତି ଯଦି ସରକାର ନଶୁଣିବେ ତାହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବ କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ସବୁ ଜିଲ୍ଲାରୁ ତୁଳସୀ ଆସି କଂଗ୍ରେସ ଭବନରେ ପହଞ୍ଚିବ, ପରେ ସବୁ ତୁଳସୀ ଏକାଠି କରି ଭୁବନେଶ୍ବରରୁ ଶରଧାବାଲି ଯାତ୍ରା କରିବ କଂଗ୍ରେସ ।

ସେହିପରି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ରତ୍ନଅଳଙ୍କାର ମଣତି କରିବା ଦାବିରେ ଶରଧା ବାଲି ଯାତ୍ରା କରି ପ୍ରତିବାଦ କରିଥିଲା କଂଗ୍ରେସ । ହେଲେ ସରକାର କୌଣସି ପଦକ୍ଷେପ ନେଲେନାହିଁ । କଂଗ୍ରେସ 9 ତାରିଖରେ ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ପ୍ରତିବାଦ କଲା ହେଲେ ସଂକୀର୍ତ୍ତନ ଶବ୍ଦ ସରକାରଙ୍କ କାନରେ ପଡିଲା ନାହିଁ । ତେଣୁ ଚଳିତ ମାସ ଶେଷରେ ତୁଳସୀ ଯାତ୍ରା କରିବ କଂଗ୍ରେସ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଆଉ ଖେଳା ଯିବାକୁ ଦିଆଯିବନି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.