ETV Bharat / state

ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ, କଂଗ୍ରେସର ସମାଲୋଚନା

author img

By

Published : Apr 6, 2023, 9:08 PM IST

ଅବସରପ୍ରାପ୍ତ ସରକାରୀ ଅଫିସର ମାନଙ୍କୁ ପୁନଃ ନିଯୁକ୍ତି କୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ। । ଏଭଳି ନିଯୁକ୍ତି କାରଣରୁ ଯେଉଁମାନେ ଚାକିରୀ ପାଉଛନ୍ତି ସେମାନେ ପ୍ରମୋସନ ମଧ୍ୟ ହେଉନାହିଁ । ରାଜ୍ୟ ସରକାର ଯେଉଁ ନୋଟିଫିକେସନ ବାହାର କରିଛନ୍ତି ତାକୁ ଫେରାଇ ନିଅନ୍ତୁ ବୋଲି କହିଲେ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ, କଂଗ୍ରେସର ସମାଲୋଚନା
ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ, କଂଗ୍ରେସର ସମାଲୋଚନା
ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ, କଂଗ୍ରେସର ସମାଲୋଚନା

ଭୁବନେଶ୍ବର: ରାଜ୍ୟ ସରକାର ଅବସରପ୍ରାପ୍ତ ସରକାରୀ ଅଫିସର ମାନଙ୍କୁ ପୁନଃ ନିଯୁକ୍ତି କୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ରାଜ୍ୟରେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ନିଯୁକ୍ତି ନପାଇ ଆଜି ରାଜ୍ୟରୁ ବହୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳଲେ ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସହଜ ହେଉନଥିବା ବେକେ ଏଭଳି ସମୟରେ ସରକାର ଅବସରପ୍ରାପ୍ତ ଚାକିରିଆଙ୍କୁ ପୁନଃ ଥଇଥାନକୁ ବିରୋଧ କରିଛି କଂଗ୍ରେସ । ଏହା ସମ୍ପୂର୍ଣ୍ଣ ଭୁଲ ସରକାର ସାଧାରଣ ଯୁବ ବର୍ଗଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂସାଲୁଜା କହିଛନ୍ତି, "ଏଭଳି ନିଯୁକ୍ତି ପ୍ରକ୍ରିୟାଙ୍କୁ ଆମେ ନିନ୍ଦା କରୁଛୁ । ରାଜ୍ୟରେ 8 ଲକ୍ଷ 80 ହଜାରରୁ ଉର୍ଦ୍ଧ୍ବ ବେକାରୀ ଯୁବକଯୁବତୀମାନେ ରହିଛନ୍ତି ସେମାଙ୍କୁ ନିଯୁକ୍ତି କରାଯାଉ । ଏଭଳି ନିଯୁକ୍ତି କାରଣରୁ ଯେଉଁମାନେ ଚାକିରୀ ପାଉଛନ୍ତି ସେମାନେ ପ୍ରମୋସନ ମଧ୍ୟ ହେଉନାହିଁ । ରାଜ୍ୟ ସରକାର ଯେଉଁ ନୋଟିଫିକେସନ ବାହାର କରିଛନ୍ତି ତାକୁ ଫେରାଇ ନିଅନ୍ତୁ । ଝାଡଖଣ୍ଡରେ ଟାଟା ଗୋଟିଏ ଶିଳ୍ପ କରୁଛି । ସେଠି ନିର୍ଦେଶ କରାଯାଇଛି ଝାଡ଼ଖଣ୍ଡର ମୂଳବାସୀଙ୍କୁ ଚାକିରୀ ଦେବାପାଇଁ । ଏଥିରୁ ଜଣାପଡୁଛି ରାଜ୍ୟ ସରକାର ରୋଜଗାର ଦିଆଯିବ ବୋଲି ଯେଉଁ ବାହସ୍ପଟ ମାରୁଛନ୍ତି ତାହା କେବଳ ଧୂଆଁବାଣ । ଯେଉଁ ବିଦେଶୀ କମ୍ପାନୀ ଓଡ଼ିଶାରେ ଶିଳ୍ପ କରିବ ସେଠି ମଧ୍ୟ ମୂଳ ବାସିନ୍ଦାଙ୍କୁ ଚାକିରୀ ମିଳିବନାହିଁ । ଏଠି ରାଜ୍ୟ ସରକାର ତେଲିଆ ମୁଣ୍ଡରେ ତେଳ ହିଁ ମାରୁଛନ୍ତି ।"

ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ରାଜ୍ୟରେ ଅନେକ ବେକାର ଯୁବକ ଯୁବତୀ ଅଛନ୍ତି ସେମାନଙ୍କୁ ରୋଜଗାର ଦିଆଯାଉ । ଯେଉଁ କମ୍ପାନୀ ଗୁଡିକ ରାଜ୍ୟରେ ରହିଛି ସେଠି ବାହାର ପିଲା ନିଯୁକ୍ତି ପାଉଛନ୍ତି ଏହା ଠିକ ନୁହେଁ । ରାଜ୍ୟରେ ଲକ୍ଷଲକ୍ଷ ବେକାର ଯୁବକ ଯୁବତୀମାନେ ରହିଛନ୍ତି । ସେମାନଙ୍କୁ ପ୍ରଥମେ ରୋଜଗାର ଦିଆଯାଉ । ଏପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ 2 ଲକ୍ଷ ଏବଂ କେନ୍ଦ୍ରରେ ମୋଦି ସରକାର 2 କୋଟି ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା କଥା କହିଥିଲେ ହେଲେ ସବୁ ପାଣିର ଗାର ପାଲଟି ଯାଇଛି ।"

ପୂର୍ବରୁ ରାଜ୍ୟ ସରକାର ପ୍ରତି ବର୍ଷ 1 ଲକ୍ଷ ବେକାରୀଙ୍କୁ ଚାକିରି ଦେବେ ବୋଲି ଘୋଷଣା କରିଥିଲେ । ହେଲେ ରାଜ୍ୟରେ ତାହା ହେଉନାହିଁ । ଆଜି କାମ ନପାଇ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ହଜାରହଜାର ଯୁବବର୍ଗ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ମିଳିବ ବୋଲି ସରକାର କହୁଥିବା ବେଳେ ତାହା ବାସ୍ତବରେ କେତେ କାର୍ଯ୍ୟାନ୍ବୟନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.