ETV Bharat / state

ଏକଜିଟ ପୋଲ୍‌ ୨୦୨୩: ଦଳ ୫ଟି ରାଜ୍ୟରେ ଭଲ ପ୍ରଦର୍ଶନ କରିବ କହିଲା ଓଡ଼ିଶା କଂଗ୍ରେସ

Exit poll 2023: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ପ୍ରକାଶ ପାଇଲା ଏକଜିଟ୍‌ ପୋଲ ରିପୋର୍ଟ । ଦଳ ସମସ୍ତ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି କହିଲେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 30, 2023, 10:50 PM IST

Odisha Congress reacts over exit poll
Odisha Congress reacts over exit poll
ଏକଜିଟ ପୋଲ୍‌ ୨୦୨୩

ଭୁବନେଶ୍ବର: ସରିଲା ୫ ରାଜ୍ୟର ବିଧାନସଭା ନିର୍ବାଚନ । ଆସିଲା ଏକଜିଟ୍‌ ପୋଲ ରିପୋର୍ଟ । ଭୋଟିଂ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଲା ବୁଥ ବାହୁଡା ମତ । କେଉଁଠି ହାତ ଆଗୁଆ ତ ଆଉ କେଉଁଠି ପଦ୍ମ ଫୁଟିବ । ତେଲେଙ୍ଗାନା, ରାଜସ୍ଥାନ, ମିଜୋରାମ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ସରିବା ପରେ କାହା ସପକ୍ଷରେ ଜନମତ ତାକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଆସିବାରେ ଲାଗିଛି । ଏହାପରେ ଓଡ଼ିଶା କଂଗ୍ରେସ ଓ ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଏନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, " କଂଗ୍ରେସ ୫ଟି ରାଜ୍ୟରେ ଭଲ ପ୍ରଦର୍ଶନ କରିବ । ମଧ୍ୟ ପ୍ରଦେଶରେ କ୍ଷମତାକୁ ଫେରିବ କଂଗ୍ରେସ । ରାଜସ୍ଥାନ, ଛତିଶଗଡ଼ରେ ଶାସନ ବଜାୟ ରଖିବ । ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇ ଭଲ ପ୍ରଦର୍ଶନ କରିବ କଂଗ୍ରେସ ।" ଏକ ସର୍ଭେ ରିପୋର୍ଟ ଆଧାରରେ ସୂଚନା ମିଳିଛି ଯେ ଛତିଶଗଡ଼ରେ କଂଗ୍ରେସ ସହ ବିଜେପି ମୁହାଁମୁହିଁ ହେଉଛି । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ଅଧିକାଂଶ ସଂସ୍ଥାର ସର୍ଭେ ଆକଳନ କହୁଛି କଂଗ୍ରେସକୁ ମିଳିବ ଅଧିକ ଜନମତ । ସେହିପରି ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ଆଞ୍ଚଳିକ ଦଳ ବିଆରଏସକୁ କଂଗ୍ରେସ ପଛରେ ପକାଇବ । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି ବୁଥ ବାହୁଡ଼ା ମତରେ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- ଏକଜିଟ ପୋଲ 2023: ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ପଲ୍ଲା ଭାରି

ଏନେଇ ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, "ଯଦି ପ୍ରତି ରାଜ୍ୟର ନିର୍ବାଚନ ପ୍ରଚାରକୁ ଅନୁଶୀଳନ କରିବା ଏଠି ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦିଙ୍କ ଭିତରେ ହେଉଛି ଲଢେଇ । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପିର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରୋଜେକ୍ଟ କରାଯାଇ ନଥିଲା । ନରେନ୍ଦ୍ର ମୋଦି ଏହି ରାଜ୍ୟଗୁଡ଼ିକରେ ପ୍ରଚାର ମଙ୍ଗ ଧରିଥିଲେ । ଶେଷ ମୁହୂର୍ତ୍ତରେ ଯେତେବେଳେ ସ୍ଥିତି ଗମ୍ଭୀର ହେଲା ମଧ୍ୟପ୍ରଦେଶର ମୋଦି ଶିବରାଜ ସିଂହ ଚୌହାନଙ୍କ ସଫଳ ଶାସନ କଥା କହିଥିଲେ । ସେହିପରି ରାଜସ୍ଥାନରେ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଗୁରୁତ୍ବ ଦିଆଯାଇ ନଥିଲା । ତେଲେଙ୍ଗାନାରେ ସେହିଭଳି ବିଜେପି ସଭାପତିଙ୍କୁ ପରିବର୍ତ୍ତନ କରାଯାଇ ଅନ୍ୟ ଜଣଙ୍କୁ ସଭାପତି ଦାୟିତ୍ବ ଦିଆଗଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.