ETV Bharat / state

ନୀତି ଆୟୋଗ ବୈଠକ: ନବୀନଙ୍କ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କଂଗ୍ରେସର ସମାଲୋଚନା

author img

By

Published : May 27, 2023, 8:49 AM IST

Updated : May 27, 2023, 2:12 PM IST

ନୀତି ଆୟୋଗ ବୈଠକ ପୂର୍ବରୁ କଂଗ୍ରେସର ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ରାଜନୀତିକରଣ କହିଲେ ପିସିସି ସଭାପତି । ଅଧିକ ପଢନ୍ତୁ

ନବୀନଙ୍କ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେଇ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ । ଯଦିଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ ତଥାପି ନୀତି ଆୟୋଗ ବୈଠକରେ ଏହି ଦାବି ଉଠାଇବ ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାବିକୁ ସମାଲୋଚନା କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ କେବଳ ରାଜନୀତିକରଣ କରିବା ପାଇଁ ଏହି ପ୍ରସଙ୍ଗ ଉଠାଉଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ନବୀନ ନୀତି ଆୟୋଗ ବୈଠକରେ ଯୋଗ ଦେବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେପି ସରକାର ୯ ବର୍ଷ ହେବ କେନ୍ଦ୍ରରେ ଶାସନ କରୁଛି । ଏହି ୯ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି ଉପସ୍ଥାପନ କରିନାହାନ୍ତି । ବିଜେପି ସହ ମିଶି ୯ ବର୍ଷ ଶାସନ କଲେ, ସେତେବେଳେ ମଧ୍ୟ ଏକଥା ଉଠାଇଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦାବି ପୂରଣ ହେଉନାହିଁ । ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶାର ଦାବି ପୂରଣ ହୋଇପାରିବ ନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି । ଏହାସତ୍ତ୍ବେ ମୁଖ୍ୟମନ୍ତ୍ରୀ କାହିଁକି ଏବେ ଏହି ପ୍ରସଙ୍ଗ ଉଠାଉଛନ୍ତି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ରାଜନୀତିକରଣ କରିବା ପାଇଁ ଏହି ପ୍ରସଙ୍ଗ ଉଠାଉଛନ୍ତି । ଯଦି ତାଙ୍କର ଆନ୍ତରିକତା ଥାଆନ୍ତା, ତେବେ କେବେ ଠାରୁ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିସାରିଥାନ୍ତା ବୋଲି ଶରତ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ ବସିବ । ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ । ଏଥିରେ ଯୋଗ ଦେଉଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ନିଜ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକ ଉଠାଇବେ । ବୈଠକରେ ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବରୁ ନୀତି ଆୟୋଗ ବୈଠକରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କେନ୍ଦ୍ର ଗ୍ରହଣ କରିନାହିଁ । ବିଭିନ୍ନ କ୍ଷେତ୍ରରେ ଅର୍ଥରାଶିକୁ ମଧ୍ୟ ବୃଦ୍ଧି କରିବା ଦାବି ଫେଲ୍ ମାରିଛି । କେନ୍ଦ୍ର ରାଜ୍ୟ ସଂଘୀୟ ବ୍ୟବସ୍ଥା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଅଂଶ ରାଜ୍ୟ ପାଉଛି, ତାକୁ ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ଆଜି ଦାବି ରଖିପାରନ୍ତି । ବିଶେଷକରି ଜିଏସଟି ଉପରେ ଫୋକସ ରଖିବେ ରାଜ୍ୟ ସରକାର । ତେବେ ଆଜିର ନୀତି ଆୟୋଗ ବୈଠକ ପରେ ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି ନା ନାହିଁ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 27, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.