ETV Bharat / state

ଓଡ଼ିଶା ଦଖଲ ମନ୍ତ୍ର ଦେଲେ ଶୀର୍ଷ ନେତୃତ୍ବ, ଉତ୍ସାହିତ ରାଜ୍ୟ କଂଗ୍ରେସ

author img

By ETV Bharat Odisha Team

Published : Dec 22, 2023, 10:52 PM IST

Odisha Congress leaders excited after meeting with AICC leaders in Delhi: ଦିଲ୍ଲୀରେ ଏଆଇସିସି ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ପରେ ଉତ୍ସାହିତ ରାଜ୍ୟ କଂଗ୍ରେସ ନେତୃବୃନ୍ଦ । ଓଡ଼ିଶା ଦଖଲ ପାଇଁ ଦଳ ଏକ ହୋଇ ଲଢ଼ିବ ବୋଲି କହିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ଓଡ଼ିଶା ଦଖଲ ପାଇଁ ମନ୍ତ୍ର ଦେଲେ ଶୀର୍ଷ ନେତୃତ୍ବ

ଭୁବନେଶ୍ବର: ରାଜ୍ୟରେ ଶାସକ ବିଜୁ ଜନତା ଦଳ ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି ବିରୋଧରେ ଜୋରଦାର ଲଢ଼ିବ ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ଏଆଇସିସି ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି । ଶୋଇପଡ଼ିଥିବା କଂଗ୍ରେସକୁ ଉଠାଇବା ପାଇଁ ହେଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା । ରାହୁଲଙ୍କ ମନ୍ତ୍ରକୁ ଉଚ୍ଚାରଣ କରି ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାର ହେବ ପ୍ରଦେଶ କଂଗ୍ରେସ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅଧ୍ୟକ୍ଷତାରେ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ଘରକୁ ଘର ଯାଇ ଲୋକଙ୍କ ସହ ମିଶିବେ କଂଗ୍ରେସ କର୍ମୀ ଓ ନେତା । ବୁଥ ସ୍ତରରେ ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ।

ଦଳୀୟ ଶୃଙ୍ଖଳାକୁ ରକ୍ଷା କରି ରାଜ୍ୟ ନେତୃତ୍ବ ଏକାଠି ହୋଇ ଲଢ଼ିବେ । ତମାମ ବରିଷ୍ଠ ନେତାମାନେ କଂଗ୍ରେସକୁ ଅଧିକ ବିଶ୍ବାସଭାଜନ କରାଇବା ଦିଗରେ କାର୍ଯ୍ୟ କରିବେ । ଓଡିଶାରେ ବିଜେଡି ଓ ବିଜେପିର ବିକଳ୍ପ କେବଳ କଂଗ୍ରେସ, ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ଯେମିତି ପହଞ୍ଚିବ, ସେନେଇ ନିରନ୍ତର ପ୍ରୟାସ କରିବ ଦଳ । ଦିଲ୍ଲୀ ବୈଠକରେ ରାଜ୍ୟର ବରିଷ୍ଠ ନେତାଙ୍କୁ ଏଭଳି ଟିପସ୍‌ ଦେଇଛନ୍ତି ଦଳର ସର୍ବୋଚ୍ଚ ନେତା ରାହୁଲ ଗାନ୍ଧୀ । ସାଧାରଣ ନିର୍ବାଚନରେ କଂଗ୍ରେସ ଜନସାଧାରଣଙ୍କ କିଭଳି ଆସ୍ଥାଭାଜନ ହେବ, ସେନେଇ ଏଆଇସିସି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ପିସିସି ସଭାପତିଙ୍କ ହାତ ମୁଠାକୁ ଟାଣ କରିବାକୁ ରାଜ୍ୟରେ ସମସ୍ତ ବରିଷ୍ଠ ନେତା ଏକାଠି ହୋଇ କାର୍ଯ୍ୟ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତି ବିରୋଧରେ ଲଢେଇ କରିବ କଂଗ୍ରେସ: କ୍ଷମତା ହାତେଇବାକୁ ରାହୁଲ ଦେଲେ ଗୁରୁମନ୍ତ୍ର

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୨୦୨୪ରେ କିଭଳି କଂଗ୍ରେସ ଦଳ ଅଧିକ ସିଟ୍‌ରେ ଜିତିବ, ସେନେଇ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସହ ଲଢ଼େଇ ହେବ, ସେଥିପାଇଁ ସଂଗଠନକୁ ଅଧିକ ସକ୍ରିୟ ଏବଂ ଦୃଢ଼ କରାଯିବ । ନବୀନ ସରକାର ଯୁବ ବିରୋଧୀ, ମହିଳା ବିରୋଧୀ, ଚାଷୀ ବିରୋଧୀ, ଶ୍ରମିକ ବିରୋଧୀ । ୨୪ ବର୍ଷ ହେବ ଦୁର୍ନୀତିରେ ବୁଡି ରହିଛି । ଜମି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ବିଦ୍ୟୁତ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି । ଲୋକମାନଙ୍କ ସେବା କରିବା ପାଇଁ ବୁଥ କମିଟି ଗୁଡିକ ସଶକ୍ତ କରିବାକୁ ପଡିବ । ଉଭୟ ବିଜେଡି ଏବଂ ବିଜେପି ସରକାର ସହ ଲଢ଼େଇ କରିବାକୁ ଆହ୍ବାନ ଦିଆଯାଇଛି ।"

ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "AICCର ବରିଷ୍ଠ ନେତାମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଲା । ୨୦୨୪ ନିର୍ବାଚନରେ କିଭଳି କଂଗ୍ରେସ କ୍ଷମତାକୁ ଫେରିବ, ସେନେଇ ସମସ୍ତେ ଏକାଠି ହୋଇ ଲଢ଼ିବେ । ଯେଉଁ ଲୋକ କଂଗ୍ରେସକୁ ଆସିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଦଳରେ ପ୍ରାଥମିକତା ଦିଆଯାଉ । ସମସ୍ତେ ଏକାଠି ହୋଇ ଲଢ଼ିବୁ । ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ରାଜ୍ୟ ନେତୃତ୍ବ ଗମ୍ଭୀରତାର ସହ ନେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.