ETV Bharat / state

ବଢିଲା କଂଗ୍ରେସର ସାଂଗଠନିକ ଜିଲ୍ଲା, ଏଆଇସିସିର ଅନୁମୋଦନ - ନୂତନ ସାଂଗଠନକ ଜିଲ୍ଲାକୁ ଏଆଇସିସିର ଅନୁମୋଦନ

ରାଜ୍ୟରେ କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବାକୁ ତତ୍ପରତା ପ୍ରକାଶ କଲା ଅଖିଳ ଭାରତୀୟ କଂଗ୍ରେସ କମିଟି । ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଥିବା ବେଳେ ଆବଶ୍ୟକତା ଏବଂ ସାଙ୍ଗଠନିକ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ହେବା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଅଧିକ ପଢନ୍ତୁ

ବଢିଲା କଂଗ୍ରେସର ସାଂଗଠନିକ ଜିଲ୍ଲା, ଏଆଇସିସିର ଅନୁମୋଦନ

author img

By ETV Bharat Odisha Team

Published : Nov 16, 2023, 10:34 PM IST

ବଢିଲା କଂଗ୍ରେସର ସାଂଗଠନିକ ଜିଲ୍ଲା, ଏଆଇସିସିର ଅନୁମୋଦନ

ଭୁବନେଶ୍ବର: ବଢିଲା ଓଡିଶା କଂଗ୍ରେସର ସାଙ୍ଗଠନିକ ଜିଲ୍ଲା । ବିଜେଡି ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ପ୍ରସ୍ତୁତ । 2024 ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଲା ରାଜ୍ୟ କଂଗ୍ରେସ । ରାଜ୍ୟରେ ଆଉ ଦୁଇଟି ସାଂଗଠନିକ ଜିଲ୍ଲା ବୃଦ୍ଧି କଲା ଦଳ। ଆଗକୁ ନିର୍ବାଚନ ଆସୁଥିବାରୁ ମୟୂରଭଞ୍ଜ ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲା ଭାବେ ମିଳିଲା ଅଖିଳ ଭାରତୀୟ କଂଗ୍ରେସ କମିଟିର ସ୍ବୀକୃତି । ଏନେଇ ଏଆଇସିସି ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ରାଜ୍ୟରେ କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବାକୁ ତତ୍ପରତା ପ୍ରକାଶ କଲା ଅଖିଳ ଭାରତୀୟ କଂଗ୍ରେସ କମିଟି। ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଥିବା ବେଳେ ଆବଶ୍ୟକତା ଏବଂ ସାଙ୍ଗଠନିକ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ହେବା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ମୟୂରଭଞ୍ଜ ଇଷ୍ଟ ଏବଂ ମୟୂରଭଞ୍ଜ ୱେଷ୍ଟ । ସେହିପରି ଗଞ୍ଜାମ ଜିଲ୍ଲାର ବୃହତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଇଷ୍ଟ ଏବଂ ଗଞ୍ଜାମ ୱେଷ୍ଟ ଭାବେ ଦୁଇଟି ସାଙ୍ଗଠନିକ ଜିଲ୍ଲା ଗଠନ କରାଯାଇଛି । ଦୁଇଟି ଅଧିକ ସାଙ୍ଗଠନିକ ଜିଲ୍ଲା ବିଜ୍ଞପ୍ତିକୁ ସ୍ବାଗତ କରିଛନ୍ତି ଗଞ୍ଜାମ ଜିଲ୍ଲା ଦାୟିତ୍ବରେ ଥିବା କଂଗ୍ରେସ ପର୍ଯ୍ୟବେକ୍ଷକ ତଥା ଜୟପୁର ବିଧାୟକ ତାରା ବାହିନୀପତି ।

ତାରା କହିଛନ୍ତି କଂଗ୍ରେସ ସଂଗଠନ ଅଧିକ ସୁଦୃଢ ହେବ ସେଥିପାଇଁ ପ୍ରୟାସ କରିଛନ୍ତି ପିସିସି ସଭାପତି । ଗଞ୍ଜାମ ଜିଲ୍ଲା ବହୁତ ବଡ଼ ଜିଲ୍ଲା। 14ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଆସ୍କା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରହିଛି । ସେଥିପାଇଁ ପିସିସି ସଭାପତିଙ୍କ ଆଲୋଚନା କ୍ରମେ ବିଜ୍ଞପ୍ତି ଜାରି କରିଛି ଏଆଇସିସି । ସେହିପରି ମୟୂରଭଞ୍ଜକୁ ମଧ୍ୟ ଦୁଇଟି ସାଙ୍ଗଠନିକ ଜିଲ୍ଲା କରାଯାଇଛି ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଏଆଇସିସି ପାଖରେ ଦୀର୍ଘଦିନ ହେବ ଦାବି ଥିଲା ଗଞ୍ଜାମ ଏବଂ ମୟୂରଭଞ୍ଜକୁ ସମ୍ପ୍ରସାରଣ କରିବା ପାଇଁ। ଦୀର୍ଘବର୍ଷ ପରେ ଏଆଇସିସି ଅନୁମୋଦନ ଦେଇଥିବାରୁ ଧନ୍ୟବାଦ। ଏହି ଦୁଇଟି ସାଙ୍ଗଠନିକ ଜିଲ୍ଲାରେ କର୍ମୀ ଓ ନେତାଙ୍କ ମନରେ ଉତ୍ସାହ ସୃଷ୍ଟି କରିବ। ଆଗାମୀ ଦିନରେ କଂଗ୍ରେସ ଅଧିକ ସକ୍ରିୟ ହେବ।

ଅଧିକ ପଢନ୍ତୁ- ଡିସେମ୍ବର 1ରେ କଂଗ୍ରେସ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ମୟୁରଭଞ୍ଜ ଜିଲ୍ଲାକୁ ନେଇ 9ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ 3ଟି ସଂସଦୀୟ କ୍ଷେତ୍ର ରହିଛି। ଜଶୀପୁର,ରାଇରଙ୍ଗପୁର, ସାରସକଣା, ବାଙ୍ଗିରିପୋଷି, ବାରିପଦା, ମୋରଡା, ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀ ମୟୁରଭଞ୍ଜ ଜିଲ୍ଲାରେ ଅନ୍ତର୍ଭୁକ୍ତ। ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ଅବସ୍ଥିତ । କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ରହିଛି। ତେବେ ସାଂଗଠନିକ ଜିଲ୍ଲା ସମ୍ପ୍ରସାରଣ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାଶ।

ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ 30 ଟି ଜିଲ୍ଲାରେ 33 ଟି ସାଙ୍ଗଠନିକ ଜିଲ୍ଲା ଥିଲା । ଭୌଗୋଳିକ ଦୃଷ୍ଟିକୋଣ ଏବଂ ଜନସଂଖ୍ୟାକୁ ଦେଖି ଗଞ୍ଜାମ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଭାଗ କରି ଗଞ୍ଜାମ ପୂର୍ବ, ପଶ୍ଚିମ ମୟୂରଭଞ୍ଜ ପୂର୍ବ, ପଶ୍ଚିମ କରାଯାଇଛି । ଜିଲ୍ଲା ଭାଗ ଭାଗ ହେବା ପରେ ଏହି ଦୁଇ ନୂଆ ଜିଲ୍ଲାରେ ନୂଆ ମୁଖିଆ ଘୋଷଣା କରିବ କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ଏହା ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.