ETV Bharat / state

ବିଜେଡି-ବିଜେପି ମିଳିତ ସରକାର ଓଡ଼ିଶା ପାଇଁ କ୍ଷତିକାରକ: ଅଜୟ କୁମାର - Dr Ajay Kumar

BJD and BJP allied government: ଓଡ଼ିଶାରେ ଚାଲିଥିବା ବିଜେପି ଓ ବିଜେଡି ମିଳିତ ସରକାର ରାଜ୍ୟ ପାଇଁ କ୍ଷତିକାରକ କହିଲେ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ନାରା ଦେଲେ 'ଓଡିଶା ଫର ଓଡ଼ିଆ' । ଅଧିକ ପଢ଼ନ୍ତୁ...

ବିଜେଡି-ବିଜେପି ମିଳିତ ସରକାର ଓଡ଼ିଶା ପାଇଁ କ୍ଷତିକାରକ

author img

By ETV Bharat Odisha Team

Published : Jan 6, 2024, 10:09 PM IST

ବିଜେଡି-ବିଜେପି ମିଳିତ ସରକାର ଓଡ଼ିଶା ପାଇଁ କ୍ଷତିକାରକ

ଭୁବନେଶ୍ବର: ଦାୟିତ୍ବ ନେଉ ନେଉ ବିଜେଡି ସରକାର ଉପରେ ବର୍ଷିଛନ୍ତି ଓଡ଼ିଶା କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଡକ୍ଟର ଅଜୟ କୁମାର । ଆଜି ପ୍ରଥମ ଥର ପାଇଁ କଂଗ୍ରେସ ଭବନକୁ ଆସି ଦଳର ବରିଷ୍ଠ ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ନୂଆ ପ୍ରଭାରୀ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ବୁଝାମଣାର ଖୁଲାସା କରିଛନ୍ତି । ପ୍ରଶାସକରୁ ବିଜେଡି ନେତା ପାଲଟିଥିବା ଭିକେ ପାଣ୍ଡିଆନ୍‌ଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍‌ କରିଛନ୍ତି ଅଜୟ କୁମାର ।

ଅଜୟ କହିଛନ୍ତି, "ରାଜ୍ୟରେ ଯେଉଁ ବିଜେଡି ଏବଂ ବିଜେପି ମିଳିତ ସରକାର ଚାଲୁଛି ତାହା ରାଜ୍ୟ ପାଇଁ ଏକ ବିରାଟ କ୍ଷତି । ଉଭୟ ଗୋଟିଏ ଦଳ । କାରଣ ଆଜି ପର୍ଯ୍ୟନ୍ତ ବିଜେଡିର କୌଣସି ନେତାଙ୍କୁ ED ରେଡ୍‌ ହୋଇନାହିଁ। ରାଜ୍ୟସଭା ଏବଂ ଲୋକସଭାରେ ବିଜେପିକୁ ସର୍ବଦା ସମର୍ଥନ ଦେଇଛି ବିଜେଡି । ପ୍ରଶାସନିକ ଅଧିକାରୀଙ୍କୁ ଅବସରରେ ପରେ ମଧ୍ୟ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି । ଓଡିଶା ପ୍ରଶାସନିକ ଅଧିକାରୀ ସୁଯୋଗ ପାଉନାହାନ୍ତି । VRS ପାଇଁ ଆବେଦନ କଲେ ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ମଞ୍ଜୁର ଦିଆଯାଉଛି । ଏହାର ଅର୍ଥ କଣ ହୋଇପାରେ ? ଓଡିଶା ବାହାରର ଲୋକ ଓଡିଶାକୁ ଚଳାଉଛନ୍ତି । ରାଜନୀତି ବାହାର ଲୋକ କରୁଛନ୍ତି । ବାଣିଜ୍ୟ ଓ ବେପାର ବାହାର ଲୋକେ କରୁଛନ୍ତି, ସରକାରୀ କଣ୍ଟ୍ରାକ୍ଟ କାର୍ଯ୍ୟ ବାହାର ଲୋକ କରୁଛନ୍ତି । ତେବେ ଓଡିଶା ଲୋକମାନେ କୁଆଡେ ଯିବେ ?"

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ କଂଗ୍ରେସ ପ୍ରଭାରୀ ଅଜୟ, ପାଦ ଦେଉ ଦେଉ ପାଣ୍ଡିଆନଙ୍କୁ ଟାର୍ଗେଟ

ସେ ଆହୁରି କହିଛନ୍ତି, "ରାଜ୍ୟରେ 'ଫର ଦ ପିପୁଲ, ବାଏ ଦ ପିପୁଲ, ଅଫ ଦ ପିପୁଲ' ସରକାର ହେବା ଆବଶ୍ୟକ । ଆମ ସର୍ଭେ ଅନୁଯାୟୀ ରାଜ୍ୟରେ ବିଧାନସଭାରେ ୭୦ ପ୍ରତିଶତ ସ୍ଥାନରେ ଆମେ ଭଲ ପୋଜିସନରେ ରହିଛୁ । ସେହିଭଳି ଲୋକସଭାରେ ମଧ୍ୟ ୧୨ ରୁ ୧୪ ସିଟରେ କଂଗ୍ରେସ ଦଳର ପୋଜିସନ ଭଲ ରହିଛି । ଆମକୁ ଓଡ଼ିଆର ଅସ୍ମିତାକୁ ପୁନର୍ବାର ଆଣିବାକୁ ପଡିବ । ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଆଗକୁ ବଢିବ କଂଗ୍ରେସ ଦଳ । ଓଡ଼ିଶାର ଜନତା ଜାଣିସାରିଲେଣି । ବିଜେଡି ଏବଂ ବିଜେପି ଗୋଟିଏ ଦଳ । ଓଡିଶା ବହୁତ ସୁନ୍ଦର ରାଜ୍ୟ ଏବଂ ଏହାର ସଂସ୍କୃତି ଏବଂ ଲୋକେମାନେ ମଧ୍ୟ ଖୁବ ଭଲ । କିନ୍ତୁ ଦୁଃଖର କଥା ବାହାରର ଲୋକ ଏହାକୁ କବଜା କରିଦେଇଛନ୍ତି । ବାହାର ଲୋକଙ୍କୁ ଭଗାଅ ଏବଂ ଓଡିଶା ବଞ୍ଚାଅ ହିଁ କଂଗ୍ରେସର ନାରା । ଆମର କହିବା କଥା ହେଉଛି 'ଓଡିଶା ଫର ଓଡ଼ିଆ' । ନିର୍ବାଚନ 4 ମାସ ଥିବା ବେଳେ ଅଜୟ କୁମାର କିଛି ଯାଦୁ କରିପାରିବେ ନାହିଁ । କିନ୍ତୁ କଂଗ୍ରେସ ଦଳ ଏବଂ ଜନତା ଯେତେବେଳେ ଏକାଠି ହେବେ, ସେତେବେଳେ ନିଶ୍ଚୟ ଯାଦୁ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.