ETV Bharat / state

ନୂଆ କଂଗ୍ରେସ ପ୍ରଭାରୀଙ୍କ ରୋଡମ୍ୟାପ୍‌; ୧୦ଦିନ ଭିତରେ ପଞ୍ଚାୟତ ଏବଂ ବୁଥ କମିଟି ଗଠନ ପାଇଁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 7, 2024, 7:50 PM IST

Odisha Congress: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଭାରୀ ଡଃ ଅଜୟ କୁମାର । ୧୦ ଦିନ ଭିତରେ ପଞ୍ଚାୟତ ଏବଂ ବୁଥ କମିଟି ଗଠନ ପାଇଁ ନିର୍ଦ୍ଦେଶ । ଜାନୁଆରୀ 21 ତାରିଖରୁ ରାଜ୍ୟରେ କଂଗ୍ରେସ ଆରମ୍ଭ କରିବ ବସ ଯାତ୍ରା । ଅଧିକ ପଢ଼ନ୍ତୁ

ନୂଆ କଂଗ୍ରେସ ପ୍ରଭାରୀଙ୍କ ରୋଡମ୍ୟାପ୍‌
ନୂଆ କଂଗ୍ରେସ ପ୍ରଭାରୀଙ୍କ ରୋଡମ୍ୟାପ୍‌
ନୂଆ କଂଗ୍ରେସ ପ୍ରଭାରୀଙ୍କ ରୋଡମ୍ୟାପ୍‌

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ବ୍ଲ୍ୟୁ ପ୍ରିଣ୍ଟ । ରୋଡ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର । ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କ ବୈଠକରେ ପ୍ରସ୍ତୁତ ହେଲା ରଣନୀତି । ବ୍ଲକ କମିଟି, ମଣ୍ଡଳ କମିଟି, ବୁଥ କମିଟି ଗଠନ ହୋଇପାରିନଥିବାରୁ ବର୍ଷିଲେ ପ୍ରଭାରୀ ଅଜୟ କୁମାର । ଆଜି ପ୍ରଭାରୀଙ୍କ ଗସ୍ତର ଦ୍ବିତୀୟ ଦିନରେ ଜିଲ୍ଲା ଏବଂ ବ୍ଲକ ସଭାପତି ମାନଙ୍କୁ ଚରମ ବାଣୀ ଶୁଣାଇଛନ୍ତି ପ୍ରଭାରୀ ଡଃ ଅଜୟ କୁମାର । ଆଗାମୀ ୧୦ ଦିନ ଭିତରେ କମିଟି ଗଠନ କରିବାକୁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାରୀ । ପଞ୍ଚାୟତ ଏବଂ ବୁଥ କମିଟି ତୁରନ୍ତ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ପ୍ରଭାରୀ ।

ସେହିଭଳି ଆସନ୍ତା ଜାନୁଆରୀ 21 ତାରିଖରୁ ରାଜ୍ୟରେ କଂଗ୍ରେସ ଆରମ୍ଭ କରିବ ବସ ଯାତ୍ରା । ସମସ୍ତ ଜିଲ୍ଲାରେ ବସ ଯାତ୍ରାରେ ବୁଲିବେ କଂଗ୍ରେସ ନେତା । ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଇବା । ଏହା ସହିତ ସ୍ଥାନୀୟ ସମସ୍ୟାକୁ ନେଇ ପ୍ରଚାର ପତ୍ର ବାଣ୍ଟିବ କଂଗ୍ରେସ । ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କୁ ଚରମବାଣୀ ଶୁଣାଇଛନ୍ତି ନବନିଯୁକ୍ତ ପ୍ରଭାରୀ । ଯିଏ କାମ ନକରିବ, ତାଙ୍କୁ ବିଦା କରାଯିବ ବୋଲି ସିଧା ସିଧା ଶୁଣାଇ ଦେଇଛନ୍ତି ପ୍ରଭାରୀ ।

ଏହା ମଧ୍ୟ ପଢ଼ନ୍ତୁ...2019 ନିର୍ବାଚନ ଫଳାଫଳ ଯନ୍ତ୍ରଣାଦାୟକ ଥିଲା, 2024ରେ କଂଗ୍ରେସର ଆସନ ବୃଦ୍ଧି ପାଇବ: ଗଣେଶ୍ବର ବେହେରା

ଅନ୍ୟପଟେ ନିର୍ବାଚନ ସମୟରେ ପ୍ରଚାର ପତ୍ରରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଫଟୋ ଏକାଠି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାରୀ । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସାଙ୍ଗରେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ । ପୂର୍ବରୁ ଯିଏ ଯେମିତି ଚାହୁଁଥିଲେ ରଖୁଥିଲେ, ଆଉ ସେମିତି ହେବନାହିଁ । ଏଆଇସିସିର ନିୟମକୁ ମାନିବାକୁ ପଡିବ । ଏହି ନିର୍ଦ୍ଦେଶ ବାଧ୍ୟତାମୂଳକ ବୋଲି ପିସିସି ସଭାପତି କହିଛନ୍ତି। ସେହିଭଳି ପ୍ରତ୍ୟେକ ଜିଲ୍ଲାରେ ବ୍ଲକ, ପଞ୍ଚାୟତ ଏବଂ ୱାର୍ଡ କମିଟି ଗଠନ କରି କଂଗ୍ରେସ ଭବନକୁ ତାଲିକା ପଠାଯିବ । ପିସିସି କାର୍ଯ୍ୟାଳୟକୁ ସମସ୍ତ ବିବରଣୀ ପଠାଇବେ ତୃଣମୂଳସ୍ତରର ନେତା । କଂଗ୍ରେସ ଭବନରୁ କଲ ସେଣ୍ଟରରୁ କଲ ଯିବ, ଆଉ ଦେଇଥିବା ତଥ୍ୟର ଯାଞ୍ଚ ମଧ୍ୟ କରାଯିବ ବୋଲି ତାଗିଦ୍‌ କରିଛନ୍ତି ପ୍ରଭାରୀ ଡଃ ଅଜୟ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.