ETV Bharat / state

ଆଜି ନବ ତ କାଲି ଆଉ କାହା ପାଳି: ଚେଲ୍ଲା କୁମାର

author img

By

Published : Feb 15, 2023, 6:59 PM IST

ନବ ଦାସ ହତ୍ୟାକାଣ୍ଡ ନେଇ ବିଜେଡି ନେତାଙ୍କୁ ସତର୍କ କରାଇଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । କହିଲେ ନବ ଦାସ ଭଳି ଆଉ କିଏ ମଧ୍ୟ ଏଭଳି ଘଟଣାର ଶିକାର ହୋଇପାରନ୍ତି । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡ ନେଇ ବିଜେଡି ନେତାଙ୍କୁ ସତର୍କ କରାଇଲେ ଚେଲ୍ଲା କୁମାର

ଭୁବନେଶ୍ବର: ରାଜ୍ୟରେ ନବ ଦାସ ହତ୍ୟା ଘଟଣା ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏହାରି ଭିତରେ ବିଜେଡି ନେତାଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସତର୍କବାଣୀ ଶୁଣାଇଛନ୍ତି । ବିଜେଡି ନେତାଙ୍କୁ ସତର୍କ କରାଇଲେ ଚେଲ୍ଲା କୁମାର । କହିଲେ ନବ ଦାସ ଭଳି ଆଉ କିଏ ମଧ୍ୟ ଏଭଳି ଘଟଣାର ଶିକାର ହୋଇପାରନ୍ତି ।

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ବିରୋଧି ବାରମ୍ବାର ଶାସକ ଦଳକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ଏହି ଘଟଣା ପଛରେ ଶାସକ ଦଳର ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ବିରୋଧି ଅଭିଯୋଗ କରୁଛନ୍ତି । ତେବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଜେଡିର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କୁ ସତର୍କ ବାଣୀ ଶୁଣାଇ କହିଛନ୍ତି, "ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ । ଆଜି ନବ ତ କାଲି ଆଉ କିଏ । ଯେଉଁମାନେ ଦଳରେ ରହି ସତକୁ ସାମ୍ନାକୁ ଆଣିବା ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି, ନବୀନ ଶାସନରେ ସେମାନଙ୍କ ସ୍ବରକୁ ଦବାଇ ଦିଆଯାଉଛି । ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି । ଏଠି ସରକାର କାମ କରୁନି । ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି । ASI ଗୋପାଳ ଦାସ ମାରିବା ଭଳି ଲାଗୁନି । ଅନେକ ସନ୍ଦେହ ରହୁଛି ।" ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଚେଲ୍ଲା କୁମାର ।

ଏହା ମଧ୍ୟ ପଢ଼ନ୍ତୁ...Budget Session 2023: ବିଧାନସଭା ହୁଲୁସ୍ତୁଲ କରିବାକୁ କଂଗ୍ରେସ ପ୍ରସ୍ତୁତ

ସେ ଆହୁରି କହିଛନ୍ତି, "ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ରଖିବା ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ । ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନାହିଁ । ପୂର୍ବରୁ ମଧ୍ୟ ପରି, ମମିତା, ସ୍ମିତାରାଣୀ ଭଳି ଘଟଣାର ତଦନ୍ତ ହୋଇଛି, କଣ ଫଳ ଆସିଛି ? ରାଜ୍ୟରେ ବିଜେଡି ଗୁଣ୍ଡାରାଜ ଚଳାଇଛି । ଏହି କଥାରେ ଅନେକ ସନ୍ଦେହ ପ୍ରକାଶ ପାଉଛି । ନବ ଦାସ ଅଧିକ ଆଶାବାଦୀ ହୋଇଯାଉଥିଲେ ମୁଖ୍ୟମନ୍ତ୍ରୀ ହେବାପାଇଁ । ତାଙ୍କ ଜୀବନ ଚାଲିଗଲା । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ବିଜୟ ପଟ୍ଟନାୟକ ଏନେଇ ଅନେକ ପ୍ରଶ୍ନ କରିଛନ୍ତି । ହେଲେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୁହଁ ନଖୋଲି ଚୁପ ରହିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.