ETV Bharat / state

6ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

author img

By ETV Bharat Odisha Team

Published : Jan 3, 2024, 7:54 AM IST

Updated : Jan 3, 2024, 1:53 PM IST

Odisha Congress In-charge to visit state: ଜାନୁଆରୀ 6ରେ ଓଡ଼ିଶା ଆସୁଛନ୍ତି ଓଡ଼ିଶାର ନୂତନ କଂଗ୍ରେସ ପ୍ରଭାରୀ ଡ଼. ଅଜୟ କୁମାର । ନବନିଯୁକ୍ତ ପ୍ରଭାରୀଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଦଳ । ନେତାମାନଙ୍କ ସହ ପ୍ରଭାରୀ କରିପାରନ୍ତି ରୁଦ୍ଧଦ୍ବାର ବୈଠକ । ଅଧିକ ପଢନ୍ତୁ

Odisha Congress In-charge Ajoy Kumar
ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର
6ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ବର: ଜାନୁଆରୀ 6ରେ ଓଡ଼ିଶା ଆସୁଛନ୍ତି ନୂତନ କଂଗ୍ରେସ ପ୍ରଭାରୀ ଡ଼. ଅଜୟ କୁମାର । ଏନେଇ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଉଠିଛି । ନୂଆ ପ୍ରଭାରୀଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ ଅଛନ୍ତି କଂଗ୍ରେସ ନେତା । ଅନ୍ୟପଟେ ରାଜ୍ୟ କଂଗ୍ରେସରେ ଦଳୀୟ ନେତାମାନଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଦେଖିବାକୁ ମିଳୁଥିବା ବେଳେ ଅଜୟ କୁମାରଙ୍କ ଏନେଇ କ'ଣ ଆଭିମୁଖ୍ୟ ରହିବ ତା' ଉପରେ ସମସ୍ତଙ୍କ ନଜର ।

ସୂଚନା ଅନୁଯାୟୀ, 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓଡ଼ିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଜାନୁଆରୀ 6 ତାରିଖରେ ସକାଳ ସମୟରେ ସେ ଓଡ଼ିଶାରେ ପହଞ୍ଚିବେ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି କଂଗ୍ରେସ ଭବନ ଯିବେ ନୂଆ ପ୍ରଭାରୀ । ବିମାନ ବନ୍ଦରରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଗ୍ରାଣ୍ଡ ସ୍ବାଗତ ଶୋଭାଯାତ୍ରା ଆୟୋଜନ କରିଛି ଦଳ । ଦୁଇ ଦିନ ମଧ୍ୟରେ ସେ ବ୍ଲକ, ଜିଲ୍ଲା, ଛାମୁଆ ସଂଗଠନର ମୁଖିଆ, ବିଧାୟକ, ସାଂସଦ ଏବଂ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିବେ । ତେବେ କିଛି ଭେଟେରାନ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ମଧ୍ୟ ସୂଚନା ରହିଛି ।

ତେବେ ରାଜ୍ୟ ରାଜନୀତିରେ କଂଗ୍ରେସ ସ୍ଥିତି ସବୁଠୁ ଖରାପ ରହିଥିବା ବେଳେ ଶୋଇରହିଥିବା କଂଗ୍ରେସକୁ ଉଠାଇବା ପାଇଁ ଅଜୟ କେତେ ସକ୍ଷମ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଅଜୟ କୁମାର କଂଗ୍ରେସ ପାଇଁ ସଞ୍ଜୀବନୀ ପାଲଟିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏହାମଧ୍ୟ ପଢନ୍ତୁ... ଇସ୍ତାହାର କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ପିସିସି ସଭାପତି

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, "ଜାନୁଆରୀ 6ରୁ 2 ଦିନ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଅଜୟ କୁମାର । ଏହି ଅବସରରେ ଦଳର ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିମାନ ବନ୍ଦରରେ ପ୍ରଭାରୀଙ୍କୁ ଭବ୍ୟ ସ୍ୱାଗତ ପରେ କାର୍ଯ୍ୟକାରିଣୀ ବୈଠକ ବସିବ । ଏହାସହ ପ୍ରଚାର କମିଟି, ଇସ୍ତିଆର କମିଟି ସହ ଅନ୍ୟ କମିଟିର ଚେୟାରମ୍ୟାନମାନଙ୍କ ସହ ମଧ୍ୟ ବୈଠକ କରି ଆଲୋଚନା କରିବେ ପ୍ରଭାରୀ ।ଗତ ନିର୍ବାଚନରେ 69 ନିର୍ବାଚନ ସିଟରେ କଂଗ୍ରେସ ଦଳର ଭଲ ମାର୍ଜିନ ରହିଥିଲା । 5 ହଜାରରୁ 15 ହଜାର ଭୋଟରେ କଂଗ୍ରେସ ନେତା ପରାଜିତ ହୋଇଥିଲେ । ସେହି ଆସନକୁ ହିଁ ଆମେ ଅଧିକ ଫୋକସ କରିବୁ ।"

ସେପଟେ ରାଜନୈତିକ ସମୀକ୍ଷକଙ୍କ ପ୍ରସନ୍ନ ମହାନ୍ତି କହିଛନ୍ତି, "ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ କ'ଣ ହେବ ତାହା ଆକଳନ କରିବା କଷ୍ଟକର କିନ୍ତୁ ନୂଆ ପ୍ରଭାରୀ ହିଁ ଶେଷ ଭରଷା । ଅଜୟ ମାକନଙ୍କ ପରେ ଆଉ କୌଣସି ପ୍ରଭାରୀ ଓଡିଶା କଂଗ୍ରେସ ସଂଗଠନକୁ ନୂଆ ଦିଗ ଦେଖାଇବା ପାଇଁ ସହାୟକ ହୋଇପାରିଲେ ନାହିଁ । ସମସ୍ତେ ବିଫଳ ହୋଇଛନ୍ତି । ତେବେ 5 ରାଜ୍ୟର ଫଳାଫଳ ପରେ ଓଡିଶା କଂଗ୍ରେସ ପାଇଁ ଅଜୟ ହିଁ ଏକା ସାହା ଭରଷା ।"

2024 ସାଧାରଣ ନିର୍ବାଚନ ପୂର୍ବରୁ ଅଜୟ କୁମାରଙ୍କୁ ମିିଳିଛି ଓଡ଼ିଶାର ଗୁରୁଦାୟିତ୍ବ । ଗତ ଅନେକ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସ୍ଥିତି ଖରାପ ଥିବା ସହ ନେତାମାନଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଓ ବିଶୃଙ୍ଖଳା ଆଚରଣ ମଧ୍ୟ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଅଜୟଙ୍କ ଆକ୍ସନ ଉପରେ ନଜର । କଂଗ୍ରେସ ପାଇଁ ଆଶାବାଡି ସାଜିଥିବା ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ରାଜ୍ୟରେ ସ୍ଥିତି ସୁଧାରିବାରେ କେତେ ସକ୍ଷମ ହେଉଛନ୍ତି ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 3, 2024, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.