ETV Bharat / state

Congress Show of Strength: ‘2024ରେ ଧର୍ମ ଅଧର୍ମର ଲଢେଇ ହେବ’ - ପୁରୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ‘‘2024 ନିର୍ବାଚନ ପାଇଁ ଏହି ଲଢେଇ ଆରମ୍ଭ ହୋଇଯାଇଛି । ଏହା ଧର୍ମର ଲଢେଇ ହେବ । ନ୍ୟାୟ ଓ ଅନ୍ୟାୟର ଲଢେଇ ହେବ । ନ୍ୟାୟ ଜିତିବ ଓ ଅନ୍ୟାୟ ହାରିବ 2024 ନିର୍ବାଚନରେ ।’’ ଅଧିକ ପଢନ୍ତୁ

Congress Show of Strength
Congress Show of Strength
author img

By ETV Bharat Odisha Team

Published : Oct 17, 2023, 7:14 PM IST

Congress Show of Strength: 2024 ରେ ଧର୍ମ ଅଧର୍ମର ଲଢେଇ ହେବ : ପିସିସି ସଭାପତି

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ବଳ କଷୁଛି କଂଗ୍ରେସ । ଶ୍ରୀକ୍ଷେତ୍ରରୁ ଆରମ୍ଭ କଲା 2024 ନିର୍ବାଚନ ପ୍ରଚାର ଅଭିଯାନ । ଲୋକଙ୍କ ଭାବାବେଗ ସହ ଜଡିତ ପ୍ରସଙ୍ଗକୁ କରିଛି ମୁଦ୍ଦା । ଗତକାଲି ଶ୍ରୀମନ୍ଦିର ସହିତ ଜଡିତ 4 ଟି ପ୍ରସଙ୍ଗକୁ ଧରି ବଡଦାଣ୍ଡରେ କରିଛି ବିଶାଳ ସମାବେଶ । ପୁରୀରେ ଆୟୋଜିତ ବିଶାଳ ସମାବେଶ ଏହାର ପ୍ରମାଣ । ଏହି ସମାବେଶରେ ରାଜ୍ୟବାସୀଙ୍କ ପାଇଁ 4ରୁ ଅଧିକ ପ୍ରମୁଖ ଦାବି ରଖି 2024 ନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଜଗନ୍ନାଥଙ୍କୁ ସାକ୍ଷୀ ରଖି ପ୍ରଚାର ଆରମ୍ଭ କରିଛି କଂଗ୍ରେସ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ‘‘2024 ନିର୍ବାଚନ ପାଇଁ ଏହି ଲଢେଇ ଆରମ୍ଭ ହୋଇଯାଇଛି । ଏହା ଧର୍ମର ଲଢେଇ ହେବ । ନ୍ୟାୟ ଓ ଅନ୍ୟାୟର ଲଢେଇ ହେବ । ନ୍ୟାୟ ଜିତିବ ଓ ଅନ୍ୟାୟ ହାରିବ 2024 ନିର୍ବାଚନରେ । ’’ ଶରତ ପଟ୍ଟନାୟକ କହିଛନ୍ତି ରତ୍ନଭଣ୍ଡାର ପ୍ରସଙ୍ଗ ଠାରୁ ଆରମ୍ଭ କରି ବେଦାନ୍ତ ଜମି ଫେରାଇବା ଭଳି ପ୍ରସଙ୍ଗକୁ ନିର୍ବାଚନୀ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । 2024 ନିର୍ବାଚନ ପାଇଁ କଂଗ୍ରେସର ଏହି ପ୍ରୟାସ ବିପୁଳ ଆକାରରେ ପୁରୀରୁ ଆରମ୍ଭ ହୋଇଛି । ଜନ ସମର୍ଥନ ମିଳିଛି କଂଗ୍ରେସକୁ । ଯାହାର ଫଳାଫଳ 2024 ନିର୍ବାଚନରେ ଦେଖିବାକୁ ମିଳିବ ।

ଅଧିକ ପଢନ୍ତୁ- କୋରାପୁଟ କଂଗ୍ରେସର ଶକ୍ତି ପ୍ରଦର୍ଶନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି

ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, 2024 ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ସମାବେଶ ହେଉଥିଲା । କିନ୍ତୁ ପୁରୀରେ 2024 ନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ ହୋଇଛି । ଏହାର ସଫଳତା ପରେ ଓଡିଶାର ବିଭିନ୍ନ ସ୍ଥାନରେ 2024 ନିର୍ବାଚନ ପାଇଁ ପ୍ରଚାର କରାଯିବ । ଲୋକଙ୍କ ସମର୍ଥନ କଂଗ୍ରେସ ସହିତ ଅଛି । କଂଗ୍ରେସ ଲୋକଙ୍କ ସହିତ ରହିଛି । 2024 ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ଏହାର ପ୍ରମାଣ ପୁରୀର ସମାବେଶ ଏବଂ ଲୋକଙ୍କ ସମାଗମ ବୋଲି ସେ କହିଛନ୍ତି ।

କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, କଂଗ୍ରେସ ବିରୋଧୀ ଦଳ ହିସାବରେ ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଠାରୁ ଆଗରେ ରହିଛି । ପୁରୀରେ ଆୟୋଜିତ ବିଶାଳ ସମାବେଶରେ ପ୍ରାୟ 7 ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । 2024 ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ପାଇଁ ଶୁଭଲକ୍ଷଣ । ସମାବେଶ ମାଧ୍ୟମରେ ଦକ୍ଷିଣ ଓଡିଶାରେ ନିଜର ଦବଦବା ଜାହିର କରିଥିବା ବେଳେ ଏବେ ଉପକୂଳ ଅର୍ଥାତ ପୁରୀରେ ମଧ୍ୟ ଚିହ୍ନ ଛାଡିଛି କଂଗ୍ରେସ । ଜନତାଙ୍କ ପ୍ରସଙ୍ଗକୁ ନେଇ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିଛି କଂଗ୍ରେସ । ରତ୍ନଭଣ୍ଡାର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟବାସୀଙ୍କ ହୃଦୟ ଜିତିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । 2024 ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାହା କଂଗ୍ରେସ ପାଇଁ ବିରୋଧୀ ବିଜେପି ଅପେକ୍ଷା ଲାଭ ଦାୟକ ହେବ ।

ଅଧିକ ପଢନ୍ତୁ- ଓଡିଶାରେ ତାମିଲ ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି: ଶରତ ପଟ୍ଟନାୟକ

ଅନ୍ୟପଟେ ନିର୍ବାଚନକୁ ଆଉ କିଛି ମାସ ଅଛି । ପ୍ରମୁଖ ରାଜନୈତିକ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀରେ ଲାଗି ପଡିଛନ୍ତି । ବିଜେପି ବିଧାୟକମାନଙ୍କୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଯୋଜନା କରୁଛି । ବିଜେଡି ବିକାଶ ମୂଳକ ଯୋଜନାର ଘୋଷଣା କରି ଭୋଟ ବ୍ୟାଙ୍କକୁ ସୁଦୃଢ କରିବାକୁ ପ୍ରୟାସ ଚଳାଇଛି । ଆଉ ଏହାରି ଭିତରେ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.