ETV Bharat / state

NDA vs INDIA: ବିରୋଧୀ ଲୋକଙ୍କ ପାଖକୁ ଯାଇପାରିଲେ ଜିତିବେ କହିଲେ ନରସିଂହ, ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠାଇଲା ବିଜେପି

author img

By

Published : Jul 20, 2023, 8:45 AM IST

୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଛି । NDA ବିରୋଧରେ ଏକାଠି ହୋଇଛନ୍ତି ୨୬ ବିରୋଧୀ ଦଳ । ବିରୋଧୀ ମେଣ୍ଟର ନାମକରଣ ହୋଇଛି INDIA । ଏହାକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଏହାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ସେପଟେ ଜବାବ ରଖିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

NDA vs INDIA
NDA vs INDIA
NDA vs INDIA

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ୨୬ ବିରୋଧୀ ଦଳ ମେଳି ବାନ୍ଧିଛନ୍ତି । କଂଗ୍ରେସ ନେତୃତ୍ବରେ ଏହି ୨୬ ଦଳର ନେତୃବୃନ୍ଦ ଏକାଠି ହୋଇ ମହାମେଣ୍ଟର ନାମ INDIA ରଖିଛନ୍ତି ଏବଂ ଏହାର ଟ୍ୟାଗ୍‌ ଲାଇନ ରହିଛି 'Jeetega Bharat' । NDA ବିପକ୍ଷରେ ଜିତିବ ଭାରତ ବୋଲି ଆହ୍ବାନ ଦେଇଛନ୍ତି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । INDIAର ସ୍ଥାୟୀତ୍ବକୁ ନେଇ ବିଜେପି ପ୍ରଶ୍ନ କରିଥିବା ବେଳେ ଏହାର ଜବାବ ରଖିଛି କଂଗ୍ରେସ ।

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "୨୦୨୪ ନିର୍ବାଚନରେ NDA ଏବଂ INDIA ମଧ୍ୟରେ ଲଢେଇ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣୁଥିଲି । ମୋତେ ଲାଗୁଛି ବିରୋଧୀଙ୍କ ମେଳିରେ ଭୟଭୀତ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ । NDAରେ ଯେଉଁ ଦଳମାନେ ତାଙ୍କ ସାଙ୍ଗରେ ଅଛନ୍ତି ବୋଲି କୁହାଯାଉଛି, ସେମାନଙ୍କ ନାଁ କେହି ଶୁଣିନାହାନ୍ତି । ଭାରତର ପ୍ରଧାନମନ୍ତ୍ରୀ ସମ୍ମାନର ସହ ବକ୍ତବ୍ୟ ରଖିବା କଥା । ସଡ଼କ ଛାପ ଭଳି ବକ୍ତବ୍ୟ ରଖିବା ଠିକ ନୁହେଁ । ବିରୋଧୀ ଦଳଙ୍କ ବୈଠକରେ ୧୧ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିବା ବେଳେ ଏନ୍‌ଡିଏରେ ୪ ଜଣ ମୁଖ୍ୟମନ୍ତ୍ରୀ ଥିଲେ । ବିରୋଧୀଙ୍କ ପାଖରେ ଯେତିକି ଲୋକସଭା ସିଟ୍‌ ରହିଛି, ତାଙ୍କ ପାଖରେ ନାହିଁ । ବିଭିନ୍ନ ମତବାଦୀ ନେତା ଏକାଠି ହେବା ସହଜ ନୁହେଁ । ଆଗକୁ ଅଗ୍ନିପରୀକ୍ଷା ରହିଛି । ଭବିଷ୍ୟତ କହିବ ବିଜୟ କାହାର ହେବ । ଯଦି ବିରୋଧୀ ଏକାଠି ହୋଇ ଲୋକମାନଙ୍କ ପାଖକୁ ଯାଇପାରିବେ, ତେବେ ବିଜୟ ତାଙ୍କର । ନହେଲେ ପରାଜିତ ହେବେ ।"

ଅପରପକ୍ଷେ ବିରୋଧୀ ମେଣ୍ଟ INDIAକୁ କାଉଣ୍ଟର କରିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "୨୦୧୯ ପୂର୍ବରୁ ବିରୋଧୀ ମାନେ ସମାନ ଢଙ୍ଗରେ ମେଳି ବାନ୍ଧିଥିଲେ । ସେମାନଙ୍କ ଅସଲ ମୁଖା ଖୋଲିଥିଲା । ନିର୍ବାଚନ ପରେ ସେମାନେ ବିଫଳ ହୋଇଥିଲେ । ଏବେ ସମାନ ଢଙ୍ଗରେ ପୁଣି NDA ବିରୋଧରେ ଲଢ଼ିବା ପାଇଁ ମେଳି ବାନ୍ଧିଛନ୍ତି । ଏଥିରେ ନୂତନତ୍ଵ କିଛି ନାହିଁ । INDIAରେ ସବୁ ଦୁର୍ନୀତିଗ୍ରସ୍ତ ନେତା ମାନେ ସାମିଲ ଅଛନ୍ତି । ଲୋକମାନେ କେବେ ବି ଗ୍ରହଣ କରିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...NDA Vs INDIA: ୨୦୨୪ରେ ହେବ ଜୋରଦାର ଲଢେଇ, 38 ଉପରେ ଭାରିପଡିବ କି 26 ?

ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ଅନୁଭୂତ ହେଉଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟରେ ଶାସନ କରୁଥିବା ବିଜେଡି ନା NDA ନା INDIA, କୌଣସି ଶିବିରରେ ସାମିଲ ହୋଇନାହିଁ । ତେବେ ଭବିଷ୍ୟତରେ ବିଜେଡିର ଆଭିମୁଖ୍ୟ କଣ ରହିବ, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.