ETV Bharat / state

୧୪ଟି ନୂତନ ଏସଡିସି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 1, 2023, 10:53 PM IST

ଅନୁଗୁଳ ଅଧ୍ୟକ୍ଷ ହେଲେ ସଦାଶିବ ନାୟକ, ବାଲେଶ୍ବରର ମଦନ ମୋହନ ମାଝୀ, ବଲାଙ୍ଗୀରର ବ୍ରଜମୋହନ ବିଶୋଇ, ବୌଦ୍ଧର ଭଗବାନ କହଁର, ଢେଙ୍କାନାଳର ସୁରେନ୍ଦ୍ର ହେମ୍ବ୍ରମ, ଯାଜପୁରର ଲମ୍ବୋଦର ମୁଣ୍ଡା, କଳାହାଣ୍ଡିର ଶିବାଜୀ ମାଝୀ, ନୂଆପଡାର ଭଗତରାମ ମାଝୀ, ସମ୍ବଲପୁରର ଶୋଭାରାମ ପ୍ରଧାନ, ଦେବଗଡର ପାଞ୍ଜିଆ ଭୋଇ, ବରଗଡର ସୁଶୀଳା ଭୋଇ, ଝାରସୁଗୁଡାର ମୋହନ କିଶାନ, ନୟାଗଡର ଜାନକୀ ଦେହୁରୀ, ଗଞ୍ଜାମର ବିଦ୍ୟାଧର ଜାନୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଛି । ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୪ଟି ଜିଲ୍ଲାକୁ ଏହାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

ଅନୁଗୁଳ ଅଧ୍ୟକ୍ଷ ହେଲେ ସଦାଶିବ ନାୟକ, ବାଲେଶ୍ବରର ମଦନ ମୋହନ ମାଝୀ, ବଲାଙ୍ଗୀରର ବ୍ରଜମୋହନ ବିଶୋଇ, ବୌଦ୍ଧର ଭଗବାନ କହଁର, ଢେଙ୍କାନାଳର ସୁରେନ୍ଦ୍ର ହେମ୍ବ୍ରମ, ଯାଜପୁରର ଲମ୍ବୋଦର ମୁଣ୍ଡା, କଳାହାଣ୍ଡିର ଶିବାଜୀ ମାଝୀ, ନୂଆପଡାର ଭଗତରାମ ମାଝୀ, ସମ୍ବଲପୁରର ଶୋଭାରାମ ପ୍ରଧାନ, ଦେବଗଡର ପାଞ୍ଜିଆ ଭୋଇ, ବରଗଡର ସୁଶୀଳା ଭୋଇ, ଝାରସୁଗୁଡାର ମୋହନ କିଶାନ, ନୟାଗଡର ଜାନକୀ ଦେହୁରୀ, ଗଞ୍ଜାମର ବିଦ୍ୟାଧର ଜାନୀ । ଗତବର୍ଷ ଏସଡିସିରେ ଥଇଥାନ ହୋଇଥିଲେ ୧୮ ଦଳୀୟ ନେତା ।

ଏହାବି ପଢନ୍ତୁ- Odisha Assembly Elections: ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନେଲା ଏହି ପଦକ୍ଷେପ...

ରାଜ୍ୟର ଆଦିବାସୀବହୁଳ ଜିଲ୍ଲାର ଆଦିବାସୀ ପରିବାରର କଳା, ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏସଡିସି ଗଠନ କରିଥିଲେ । ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ଆଉ ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ କରିଛନ୍ତି । ଫଳରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩ କୁ ବୃଦ୍ଧି ହୋଇଛି । ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି କାର୍ଯ୍ୟକ୍ରମରେ ୮୦ ଲକ୍ଷରୁ ଅଧିକ ଜନଜାତି ଲୋକ ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ ।

ଜନଜାତି ଲୋକଙ୍କ ପବିତ୍ର ବୃକ୍ଷର ସଂରକ୍ଷଣ, ସଂସ୍କୃତି କ୍ଲବ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କର୍ଯ୍ୟାନ୍ବୟନ ହୋଇଛି । ୪୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ ଟି ବୃକ୍ଷର ସଂରକ୍ଷଣ କରାଯାଇଛି । ୧୫୯୨ଟି କ୍ଲବ ଗଠନ କରାଯାଇଛି । ୨୧ ଟି ଭାଷାରେ ଜନଜାତି bilingual dictionary ଓ trilingual proficiency module ପ୍ରସ୍ତୁତ କରାଯାଇ ୩୦ ଟି ଜିଲ୍ଲାରେ ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.