ETV Bharat / state

Poonch Terror Attack: ଶହୀଦ ଦେବାଶିଷଙ୍କ ପରିବାରକୁ 25ଲକ୍ଷ ଅନୁକମ୍ପା ସହାୟତା

author img

By

Published : Apr 21, 2023, 11:02 PM IST

ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତ ମା'ର 5 ବୀର ଯବାନ । ଶହୀଦ ଯବାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳ । ଦେବାଶିଷଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ଶହୀଦ ଦେବାଶିଷଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ସେପଟେ ଜମ୍ମୁକାଶ୍ମୀର ପୁଞ୍ଚ ଆତଙ୍କୀ ହମଲା ଶହୀଦ ହୋଇଥିବା ୫ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା । ରାଜୌରିରେ ଭାରତୀୟ ସେନା ଶହୀଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇଛି । ଗତକାଲି ସେନା ଗାଡି଼କୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିବା ବେଳେ ଏଥିରେ ୫ଜଣ ଯବାନ ଶହୀଦ ହୋଇଥିଲେ । ଆଜି ସେମାନଙ୍କୁ ସେନା ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଭାରତୀୟ ସେନାର ଅନେକ ବରିଷ୍ଠ ଅଧିକାରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏହାବି ପଢନ୍ତୁ- Poonch Terror Attack: ୫ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା

ଗୁରୁବାର ଏହି ଆତଙ୍କୀ ହମଲା ହୋଇଥିବା ବେଳେ ୫ଜଣ ଯବାନଙ୍କ ସହିତ କିଛି ଯବାନ ଗୁରୁତର ଆହତ ହୋଇଥିଲେ । ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ରାଜୌରିରେ ପ୍ରବଳ ବର୍ଷା ସାଙ୍ଗକୁ ସ୍ପଷ୍ଟ ଦୃଶ୍ୟମାନ ହେଉନଥିବାର ସୁଯୋଗ ନେଇ ଭାରତୀୟ ସେନା ଉପରକୁ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ । ଗ୍ରେନେଡ ମାଡ଼ରେ ସେନା ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଫଳରେ ଏଥିରେ ଥିବା ୫ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଶହୀଦ ହୋଇଥିବା ଯବାନମାନେ ହେଉଛନ୍ତି ହାବିଲଦାର ମନଦୀପ ସିଂ, ଲାଏନ୍ସ ନାଏକ ଦେବାଶିଷ ବିଶ୍ବାଳ, ଲାଏନ୍ସ ନାଏକ କୁଲୱତ ସିଂ, ଏସଇପି ହରକ୍ରିଷ୍ଣ ସିଂ, ଏସଇପି ସେବକ ସିଂ । ଏହି ସମସ୍ତ ଯବାନ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ସଦସ୍ୟ ଥିଲେ । ଏମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ । ଏହି ୫ଜଣ ଶହୀଦଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ହୋଇଥିବା ବେଳେ ଅନ୍ୟ ୪ ଜଣ ପଞ୍ଜାବର । ପଞ୍ଜାବର ଏହି ଶହୀଦ ବୀର ଯବାନଙ୍କ ପରିବାରକୁ ୧କୋଟି ସହାୟତା ରାଶି ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.