ETV Bharat / state

ବିକାଶ ନା ନିର୍ବାଚନ, ଅନୁଗୋଳରେ ମୁଖ୍ୟମନ୍ତ୍ରୀ ବନାମ 3 କେନ୍ଦ୍ରମନ୍ତ୍ରୀ

author img

By

Published : Dec 28, 2022, 10:49 PM IST

Updated : Dec 29, 2022, 7:30 AM IST

ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ସହ ରେଳ ବିଭାଗର କାର୍ଯ୍ୟକ୍ରମରେ ସାମିଲ ହେବେ । ଅଧିକ ପଢନ୍ତୁ

ବିକାଶ ନା ନିର୍ବାଚନ
ବିକାଶ ନା ନିର୍ବାଚନ
ବିକାଶ ନା ନିର୍ବାଚନ, ଅନୁଗୋଳରେ ମୁଖ୍ୟମନ୍ତ୍ରୀ ବନାମ 3 କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ 2024 କିମ୍ବା ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଆଜି ଅନୁଗୋଳରେ ମୁହାଁମୁହିଁ ହେବେ ବିଜେଡି ଓ ବିଜେପି । ମୁଖ୍ୟମନ୍ତ୍ରୀ ବନାମ 3 କେନ୍ଦ୍ରମନ୍ତ୍ରୀ, ବାର୍ତ୍ତା ବିକାଶ । ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନୁଗୋଳ ଯାଉଥିବାବେଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ 3 କେନ୍ଦ୍ରମନ୍ତ୍ରୀ ମଧ୍ୟ ଅନୁଗୋଳ ଆସିବେ । ଗୋଟିଏ ଦିନରେ ଦୁଇ ପ୍ରମୁଖ ଦଳର ହେଭିୱେଟ ଅନୁଗୋଳ ଯାଉଥିବାରୁ ଉଭୟ ଦଳ ଶକ୍ତି ପ୍ରଦର୍ଶନ କରିବେ ।

ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ସହ ରେଳ ବିଭାଗର କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀର ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ଗସ୍ତ ପୂର୍ବରୁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସରକାରୀ ଚିଫ ହୁଇପ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ଆଗୁଆ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ଦଳ ଏଥିରୁ କେମିତି ଫାଇଦା ହାସଲ କରିପାରିବ, ସେଥିନେଇ ସବୁ ପ୍ରୟାସ କରାଯାଉଛି ।

ଅନ୍ୟପକ୍ଷରେ 3 ଜଣ କେନ୍ଦ୍ରମନ୍ତ୍ରୀ ଅନୁଗୋଳକୁ ଆସୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସ୍ଥାନୀୟ ନେତା ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ‌କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଆସୁଛନ୍ତି । ସେମାନେ ଅନୁଗୋଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରେଳ ଲାଇନର ଲୋକାର୍ପଣ, ନୂତନ ଟ୍ରେନକୁ ପତାକା ଦେଖାଇବା ସହିତ ରାଣୀଗୋଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜା କରାଯିବ । ଗୋଟିଏ ଦିନରେ 3 କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ ପାଇଁ ଜିଲ୍ଲା ବିଜେପି ଶିବିର ମଧ୍ୟ ଚଳଚଞ୍ଚଳ ହୋଇଛି । ଦିନକରେ ମୁଖ୍ୟମନ୍ତ୍ରୀ ଓ 3 କେନ୍ଦ୍ରମନ୍ତ୍ରୀ ଗୋଟିଏ ଜିଲ୍ଲାକୁ ଗସ୍ତ ନେଇ ରାଜନୀତି ଜୋର ଧରିଥିବାବେଳେ ପ୍ରତିକ୍ରିୟା ରଖିଛି ବିଜେଡି ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ‘‘25 ବର୍ଷର ପୂର୍ତ୍ତି ଉତ୍ସବ ବିଜେଡି ପୁରୀରେ ପାଳନ କରିଛି । ଆଗକୁ ଆହୁରି ପ୍ରସ୍ତୁତି କାର୍ଯ୍ୟକ୍ରମ ହାତକୁ ନିଆଯିବ । ରାଜନୈତିକ ଦଳ ଆସନ୍ତା ନିର୍ବାଚନ ନେଇ ପ୍ରସ୍ତୁତି ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ଆଜି ଅନୁଗୋଳ ଯିବେ । ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । 3 କେନ୍ଦ୍ରମନ୍ତ୍ରୀଙ୍କର ମଧ୍ୟ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନଗଲେ କୁହାଯାଉଛି, କାହିଁକି ଯାଉନାହାଁନ୍ତି । ମୁଖ୍ୟମନ୍ତ୍ରୀ ଗଲେ, କାହିଁକି ଯାଉଛନ୍ତି ବୋଲି କହୁଛନ୍ତି ? ମୁଖ୍ୟମନ୍ତ୍ରୀ ଯିବା ନଯିବାକୁ ଅନେକ ସମୟରେ ଲୋକେ ପ୍ରସଙ୍ଗ କରୁଛନ୍ତି ।’’

‘‘ ମୁଖ୍ୟମନ୍ତ୍ରୀ ଏକ ଆଞ୍ଚଳିକ ଦଳର ସଭାପତି । ପାଞ୍ଚ ପାଳି ତାଙ୍କ ନେତୃତ୍ୱରେ ଦଳ ଜିତିଛି । ତାଙ୍କ ପରି ସଫଳତା ଆଉ କେହି ପାଇନାହାନ୍ତି । ଏଥର ଆଉ ଅଧିକ ସଫଳତା ମିଳୁ ବୋଲି କଣ ସେ ଚାହିଁବେନି । ସେଥିପାଇଁ ସେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ ଲାଗି ମୁଖ୍ୟ ଚେହେରା ନୁହେଁ ବୋଲି ଆଉ କିଏ ଅଛି କହିପାରିବ । କାହା ଜିଭରେ ହାଡ଼ ଅଛି ସେ କହିବ । ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜୁ ଜନତା ଦଳ ନିର୍ବାଚନ ଲଢ଼େ, ଅଧଭୁତ ସଫଳତା ପାଏ । ଏଥିରେ କଣ କାହାର ସନ୍ଦେହ ଅଛି । ଆଗୁଆ ନିର୍ବାଚନ କେନ୍ଦ୍ର ସରକାର ବା ପ୍ରଧାନମନ୍ତ୍ରୀଙ୍କ ମାନସିକତା ଉପରେ ନିର୍ଭର କରୁଛି । ଏକା ସାଙ୍ଗରେ ନିର୍ବାଚନ କରେଇ ନେବାକୁ ଚାହିଁଲେ, ଆଗୁଆ ନିର୍ବାଚନ ହେବ । ଯେଉଁ ସମୟରେ ନିର୍ବାଚନ ହେଲେ ବି ବିଜେଡି ପ୍ରସ୍ତୁତ ଅଛି । ବିଜେଡି 5 ଥର ନିର୍ବାଚନ ଜିତିଛି । ନିର୍ବାଚନ ଜିତିବା ବିଜେଡିର ଅଭ୍ୟାସ ହୋଇଗଲାଣି । ତେଣୁ ବିଜେଡି ନିର୍ବାଚନ ପାଇଁ ବ୍ୟସ୍ତ ଓ ବିବ୍ରତ ନୁହେଁ । ଆତ୍ମସନ୍ତୋଷ କିମ୍ବା ଅହଂକାର କରିବା ଉଚିତ ନୁହେଁ । ସଦାବେଳେ ପ୍ରସ୍ତୁତ ରହିବା କଥା ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 29, 2022, 7:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.