ETV Bharat / state

Disaster Management: ବିପର୍ଯ୍ୟୟ ମୁକାବିଲା କରିବାକୁ 2000 କୋଟି, ପ୍ରତି ଗାଁରୁ ୧୦ ଜଣ ନେବେ ଟ୍ରେନିଂ

author img

By ETV Bharat Odisha Team

Published : Oct 29, 2023, 4:39 PM IST

Updated : Oct 29, 2023, 5:09 PM IST

ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ୧୯୯୯ ମସିହା ଆଜିର ଦିନରେ ଘଟିଯାଇଥିବା ମହାବାତ୍ୟାକୁ 24 ବର୍ଷ ପୁରିଥିବା ବେଳେ ଆଜି ବି ମନେ ପକାଉଛି ସାରା ରାଜ୍ୟ । ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ସହ ପ୍ରତି ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ

ବିପର୍ଯ୍ୟୟ ମୁକାବିଲା କରିବାକୁ 2000 କୋଟି

ଭୁବନେଶ୍ବର: ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ସହ ପ୍ରତି ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଘରୁ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା ପ୍ରସ୍ତୁତ କରାଯିବ । ସମସ୍ତ ଗାଁରୁ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ। ସରକାରୀ ଅଧିକାରୀ ମଧ୍ୟ ବିପର୍ଯ୍ୟୟ ମୁକାବିଲା ତାଲିମ୍ ନେବେ । ସବୁ ପଞ୍ଚାୟତରେ ଲାଗିବ ଅଟୋମେଟେଡ୍ ୱେଦର ଓ ରେନ୍ ଗଜ୍ ଷ୍ଟେସନ । ୩ ହଜାର ପଞ୍ଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଦେବ । ଏନେଇ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ଜରିଆରେ ଘୋଷଣା କରିଛନ୍ତି ।

ବିପର୍ଯ୍ୟୟ ଓଡ଼ିଶା ପାଇଁ ଏକ ବଡ଼ ଆହ୍ବାନ: ୧୯୯୯ ମସିହା ଆଜିର ଦିନରେ ଘଟିଯାଇଥିବା ମହାବାତ୍ୟାକୁ 24 ବର୍ଷ ପୁରିଥିବା ବେଳେ ଆଜି ବି ମନେ ପକାଉଛି ସାରା ରାଜ୍ୟ । ପ୍ରତିବର୍ଷ ଏହି ଦିନରେ ପାଳନ କରାଯାଏ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ରାଜ୍ୟ ସରକାରଙ୍କ ପକ୍ଷରୁ ରବିନ୍ଦ୍ର ମଣ୍ଡପରେ ଆୟୋଜିତ କରାଯାଇଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିଶ୍ୱ ବ୍ୟାଙ୍କ କଣ୍ଟ୍ରି ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବିପର୍ଯ୍ୟୟ ଓଡ଼ିଶା ପାଇଁ ଏକ ବଡ଼ ଆହ୍ବାନ । ରାଜ୍ୟ ସବୁବେଳେ ପ୍ରତିଟି ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛି । ଚଳିତ ବର୍ଷ ଘଟିଥିବା ବାହାନଗା ଟ୍ରେନ ଟ୍ରାଜେଡି ଏହାର ସବୁଠାରୁ ବଡ଼ ଉଦାହରଣ । ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ 2000 କୋଟି ଖର୍ଚ୍ଚ ହେବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....1999ର ପ୍ରଳୟଙ୍କାରୀ ମହାବାତ୍ୟା, ବିପର୍ଯ୍ୟୟକୁ ମନେ ପକାଇ ସଚେତନ ଶୋଭାଯାତ୍ରା

10 ବର୍ଷ ମଧ୍ୟରେ ଆସିଛି ଅନେକ ପରିବର୍ତ୍ତନ: ଅନ୍ୟପଟେ SRC ସତ୍ୟବ୍ରତ ସାହୁ କହିଛନ୍ତି ଯେ, ବିପର୍ଯ୍ୟୟ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆସିଛି । ବାହାନଗା ଟ୍ରେନ ଟ୍ରାଜେଡିରେ ଆମେ ଭଲ କାମ କରିଛନ୍ତି । ବଜ୍ରାଘାତ ମୃତ୍ୟୁ, ସାପ କାମୁଡା ଓ ପାଣି ବୁଡ଼ି ମୃତ୍ୟୁ ଏବେ ସରକାରଙ୍କ ପାଇଁ ସବୁଠୁ ଚିନ୍ତାଜନକ । ତାଳ ଗଛ ଲଗାଇ ବଜ୍ରାଘାତ ପ୍ରଭାଵ କମ ପାଇଁ ପଦକ୍ଷେପ ନିଆଯାଉଛି । ସମସ୍ତ ଜିଲ୍ଲାରେ ODRAF ଟିମ ରହିବେ । ଏବେ ରାଜ୍ୟରେ ୨୦ଟି ODRAF ଟିମ ରହିଛି । ଚାରିଆଡ଼େ ପକ୍କା ଘର ହୋଇଗଲାଣି । ଆଉ ପଲିଥିନର ଆବଶ୍ୟକତା ନାହିଁ। ତଥାପି ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ପଲିଥିନ ରଖାଯାଇଛି ।

ପ୍ରତି ଗାଁରୁ 10 ଜଣଙ୍କୁ ଦିଆଯିବ ଟ୍ରେନିଂ: ଏହାସହ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ପ୍ରତି ଗାଁରେ ୧୦ ଜଣଙ୍କୁ ରେଡ କ୍ରସ ପକ୍ଷରୁ ଦିଆଯିବ ଟ୍ରେନିଂ । ସମସ୍ତ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ବୋଲି କହିଛନ୍ତି ମୁଖ୍ୟ ସଚିବ । ସେପଟେ ସବୁ ପଞ୍ଚାୟତରେ ଅଟୋମେଟଡ ୱେଦର ଓ ରେନ ଗଜ ଷ୍ଟେସନ ଲାଗିବ । ୩ ହଜାର ପଞ୍ଚାୟତ ପାଇଁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 29, 2023, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.