ETV Bharat / state

Foundation Day of Bhubaneswar: ପ୍ଲାଟିନମ ଜୁବଲୀ ପାଳିଲା ରାଜଧାନୀ

author img

By

Published : Apr 13, 2023, 1:30 PM IST

Updated : Apr 13, 2023, 2:18 PM IST

ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ । ଏହାରି ଭିତରେ ରାଜଧାନୀକୁ ପୁରି ଗଲାଣି 75 ବର୍ଷ । ଆଜି ଜନ୍ମଦିନ ପାଳିଛି ଭୁବନେଶ୍ବର । ଏ ନେଇ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

bhubaneswar foundation day celebrated
୭୫ତମ ପ୍ରତିଷ୍ଠା ଦିବସ ପାଳିଲା ଭୁବନେଶ୍ୱର

୭୫ତମ ପ୍ରତିଷ୍ଠା ଦିବସ ପାଳିଲା ଭୁବନେଶ୍ୱର

ଭୁବନେଶ୍ବର: ୭୫ତମ ପ୍ରତିଷ୍ଠା ଦିବସ ପାଳିଛି ରାଜଧାନୀ ଭୁବନେଶ୍ବର । 75 ବର୍ଷ ପ୍ରତିଷ୍ଠା ଦିବସରେ ପ୍ଳାଟିନମ ଜୁବଲୀ ପାଳିଛି ରାଜଧାନୀ । 75 ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି । ଭୁବନେଶ୍ବର ଲୋୟର ପିଏମଜିରେ ଧୁମଧାମରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ପରେଡ କରାଯାଇଥିଲା ।

୭୫ ବର୍ଷ ଲମ୍ବା ଯାତ୍ରାକୁ ନେଇ ପ୍ରତିଷ୍ଠା ଦିବସ ପାଳିଛି ଭୁବନେଶ୍ବର । ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ସମାରୋହ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରି ପ୍ରତିଷ୍ଠା ଦିବସର ଉଦଘାଟନ କରିଛନ୍ତି । ଏହି ଅବସରରେ ଦିବସକୁ ଆଉ ଟିକେ ଆକର୍ଷଣୀୟ ସରସ, ସୁନ୍ଦର କରିବା ପାଇଁ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ୧୮ଟି ଟ୍ରୁପରେ ପରେଡ ପରିବେଷଣ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମାଞ୍ଚଳର ସମସ୍ତ ଓ୍ବାର୍ଡରେ ଉତ୍ସବ ପାଳନ କରାଯାଉଛି ।

ଏହି ଅବସରରେ ଅନ୍ୟ ଅତିଥିଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରଦୀପ କୁମାର ଅମାତ, ବିଧାୟକ ସୁଶାନ୍ତ କୁମାର ରାଉତ ସୁର ରାଉତରାୟ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ପୋଲିସ କମିଶନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ,ଭୁବନେଶ୍ୱର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦ୍ୟୁଷ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଦେଖିବାକୁ ମିଳିନଥିଲା । ସଂସଦୀୟ କ୍ଷେତ୍ରର ସଂସଦ ହୋଇଥିଲେ ହିଁ ତାଙ୍କ ଅନୁପସ୍ଥିତି ପୁଣି ପୂର୍ବ ବର୍ଷ ପରି ଏଥର ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିଷ୍ଠା ଦିବସ ଅବସରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି,''ଯେ ଆଜି ଆମେ ଭୁବନେଶ୍ୱରର ୭୫ ବର୍ଷ ପାଳନ କରୁଛୁ ଏହା ଆମ ପାଇଁ ଗର୍ବ ଆଉ ଗୌରବର କଥା । ତେଣୁ ଆଜିର ଦିନରେ ରାଜଧାନୀର ବିକାଶ ସହ ସହରକୁ ସରସ ସୁନ୍ଦର କରିବା ପାଇଁ ପ୍ରତିଟି ନାଗରିକ ଶପଥ ନେବା ।'' ସେହିପରି ସୁର ରାଉତରାୟ କହିଛନ୍ତି ମନ୍ଦିର ମାଳିନୀ ଓ ସଂସ୍କୃତିର ଏହି ସହରକୁ ଆସନ୍ତୁ ସମସ୍ତେ ମିଶି ସରସ ସୁନ୍ଦର କରିବା ସହ ଯେଉଁ ମହାନ ପୁରୁଷଙ୍କ ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ସହର ହୋଇଛି ତାଙ୍କର ସ୍ମୃତିଚାରଣ କରିବା ।

ବିଏମସି କମିଶନର କହିଛନ୍ତି ଯେ, ବିଏମସି ସର୍ବଦା ସହରର ଭିତ୍ତିଭୂମିକୁ ନେଇ ବିକାଶ କରିବ । ତେଣୁ ସେ ଡ୍ରେନେଜ ସମସ୍ୟା ହେଉ ଅବା ରାସ୍ତାଘାଟ ନିର୍ମାଣ ଏହା କାର୍ଯ୍ୟ କିଭଳି ସୁଚାରୁରୂପେ ତ୍ଵରାନିତ୍ଵ ହେବ ଓ ଏକ ସରସ ସୁନ୍ଦର ସବୁଜ ସହର ହେବ ସେ ଦିଗରେ ଆମେ ସର୍ବଦା କାର୍ଯ୍ୟ କରିବୁ ଆଉ ଭୁବନେଶ୍ୱରକୁ ଏକ ନମ୍ବର କରିବୁ ।''

ପ୍ରକାଶଥାଉ କି, 1948 ଏପ୍ରିଲ 13 ତାରିଖରେ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା । ଆଜିକୁ ଠିକ 75 ବର୍ଷ ତଳେ ଜନ୍ମ ହୋଇଥିଲା ସ୍ବପ୍ନର ସହର ଭୁବନେଶ୍ବର । ପୁରୁଣା ଭୁବନେଶ୍ବର, କପିଳ ପ୍ରସାଦ, କପିଳେଶ୍ବର ଓ ସାମନ୍ତରାପୁର ଭଳି ଅଳ୍ପ ଅଞ୍ଚଳକୁ ନେଇ ଗଢି ଉଠିଥିଲା ରାଜଧାନୀ ଭୁବନେଶ୍ବର । ପରେ ପରେ ନୂଆ ଅଞ୍ଚଳ ମିଶିବା ସହ ସହର ବଢି ଚାଲିଥିଲା । ଆଜି 75ରେ ପାଦ ଥାପିଛି ଭୁବନେଶ୍ବର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.