ETV Bharat / state

ଆଜି ବସିବ ବର୍ଷର ଶେଷ କ୍ୟାବିନେଟ, 10ରୁ ଅଧିକ ପ୍ରସ୍ତାବରେ ବାଜିବ ମୋହର !

author img

By

Published : Dec 27, 2022, 9:56 AM IST

ଆଜି ବସିବ ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସମୟରେ ଆରମ୍ଭ ହେବ ବୈଠକ । ଅଧିକ ପଢନ୍ତୁ

odisha cabinet meeting
odisha cabinet meeting

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ (Odisha cabinet meeting to be held today )। ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହା ହେବ ଚଳିତ ବର୍ଷର ଶେଷ କ୍ୟାବିନେଟ ବୈଠକ । ଏହି ବୈଠକରେ 10ରୁ ଅଧିକ ପ୍ରସ୍ତାବରେ ମୋହର ବାଜିବା ନେଇ ଅନୁମାନ କରାଯାଉଛି । ବଢୁଥିବା କୋଭିଡ଼ ସଂକ୍ରମଣ ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ ।

ଏହା ମଧ୍ୟ ପଢନ୍ତୁ-CM to Review Covid Situation: ମୁଣ୍ଡ ଟେକୁଛି ସଂକ୍ରମଣ, ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ବୈଠକରେ ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, କ୍ରୀଡା, ଶିଳ୍ପ ଓ ଓଡିଆ, ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିପାରେ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀ ଗଣ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ଅପରାହ୍ନ 5.30 ମିନିଟରେ ଏହି ବୈଠକ ଆରମ୍ଭ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.