ETV Bharat / state

Odisha Cabinet Meeting: 12ଟି ବିଭାଗର 19ଟି ପ୍ରସ୍ତାବକୁ ସ୍ବୀକୃତି, 1ବର୍ଷରେ ଦକ୍ଷ ହେବେ 1ଲକ୍ଷ ଯୁବକ ଯୁବତୀ

author img

By

Published : Aug 11, 2023, 4:09 PM IST

Updated : Aug 11, 2023, 5:53 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ନୂତନ ଉନ୍ନତ ଅଭିଳାଷ ବା ନୂଆଁ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଅଧିକ ପଢନ୍ତୁ

୧୨ଟି ବିଭାଗର ୧୯ ଟି ପ୍ରସ୍ତାବକୁ ସ୍ବୀକୃତି
୧୨ଟି ବିଭାଗର ୧୯ ଟି ପ୍ରସ୍ତାବକୁ ସ୍ବୀକୃତି
୧୨ଟି ବିଭାଗର ୧୯ ଟି ପ୍ରସ୍ତାବକୁ ସ୍ବୀକୃତି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ୬୩ ତମ ବୈଠକ ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିଛନ୍ତି । କ୍ୟାବିନେଟ ବୈଠକରେ ୧୨ଟି ବିଭାଗର ମୋଟ ୧୯ ଟି ପ୍ରସ୍ତାବ ସ୍ବୀକୃତି ଲାଭ କରିଛି । ଆଇଟି, କୃଷି, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ, ଜଳ ସମ୍ପଦ ଓ ଆଇନ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

ଏହାବି ପଢନ୍ତୁ- Odisha Cabinet: ସେମିକଣ୍ଡକ୍ଟର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ନୀତିକୁ କ୍ୟାବିନେଟର ମୋହର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ନୂତନ ଉନ୍ନତ ଅଭିଳାଷ ବା ନୂଆଁ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସାହାୟକ ହେବ । ଯୁବ ବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ଼ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷା ଯୁବକ ଯୁବତୀ ମାନଙ୍କ ପାଇଁ ଡିଜିଟାଲ ଇ-ପାଠ୍ୟକ୍ରମ ରଖାଯିବ । ରାଜ୍ୟର ୩୦ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ ।

ଏହାବି ପଢନ୍ତୁ- Odisha Cabinet: ମିଶନ ଶକ୍ତି ସ୍କୁଟର ଯୋଜନାକୁ ମୋହର, ବିନା ସୁଧରେ ଲକ୍ଷେ ଟଙ୍କା ଋଣ

ନାଇଜର ପରିସରରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ । ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ । ୪୮.୮୪୨ ଏକର ଜମି ପ୍ରଦାନ କରିବେ ରାଜ୍ୟ ସରକାର । ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ପ୍ରତିଷ୍ଠା ହେବ ପାନୀୟ ଜଳ ପ୍ରକଳ୍ପ । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି ସରକାର । ସ୍ବତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁରୀ କରିଛନ୍ତି । ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି କ୍ୟାବିନେଟ । ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା । ୪୩୭୩ ପଞ୍ଚାୟତରେ ଖୋଲିବ CSP ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ।

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ସମସ୍ତ ୪୩୭୩ ଗ୍ରାମ ପଞ୍ଚାୟତରେ ଏହି ସୁବିଧା ସଂପର୍କରେ କ୍ୟାବିନେଟ ନିଷ୍ପତ୍ତିର ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ୟ ସମସ୍ତ ୧୮ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ବାରା ସ୍ବୀକୃତି ଲାଭ କରିଥିବା ସୂଚନା ଦେଇଛନ୍ତି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 11, 2023, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.