ETV Bharat / state

Odisha Cabinet Meeting: 11 ବିଭାଗର 17 ପ୍ରସ୍ତାବକୁ ମୋହର, ଫୋକସରେ କ୍ୟାନସର ଚିକିତ୍ସା

author img

By

Published : Jul 21, 2023, 10:39 PM IST

Updated : Jul 21, 2023, 10:56 PM IST

ମୁଖ୍ୟ ଶାସନ ସଚିବ ପ୍ରଦୀପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

Odisha Cabinet Meeting: 11 ବିଭାଗର 17 ପ୍ରସ୍ତାବକୁ ମୋହର

11 ବିଭାଗର 17 ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଆଜି 17 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମାରିଛନ୍ତି । ସାଧାରଣ ପ୍ରଶାସନର 5ଟି, ସମବାୟର 2ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ସେହିପରି ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା, ମିଶନ ଶକ୍ତି, ଦକ୍ଷତା ବିକାଶ, ପର୍ଯ୍ୟଟନ, ପୂର୍ତ୍ତ, ଯୋଗାଣ, ସ୍ବାସ୍ଥ୍ୟର, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ଜଳସମ୍ପଦ ବିଭାଗର ଗୋଟେ ଲେଖାଏଁ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ପୂର୍ବରୁ ଘୋଷଣା ହୋଇଥିବା ମିଶନ ଶକ୍ତିର ମହିଳାଙ୍କୁ ସ୍କୁଟି ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଲୋକାୟୁକ୍ତଙ୍କ 2022 ବର୍ଷର ବାର୍ଷିକ ରିପୋର୍ଟକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଏହାବି ପଢନ୍ତୁ- Odisha Govt-TBI MoU; ଫୋକସରେ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି

ମୁଖ୍ୟ ଶାସନ ସଚିବ ପ୍ରଦୀପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ 50 କୋଟି ଟଙ୍କାର ବଜେଟ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି । କ୍ୟାବିନେଟ ବନ ସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥି ସହିତ ବକେୟା ଜଳକର ଆଦାୟ କରିବାକୁ OTS ବ୍ୟବସ୍ଥା କରାଯାଇଛି ।

  • #Odisha Cabinet approved a budget of ₹1,001.14 Cr for expansion of comprehensive care services across the state. A total of 11 comprehensive cancer units will be set up to provide cancer care nearer to the households of patients & reduce their out-of-pocket expenses.… pic.twitter.com/zgZiU6oDMf

    — CMO Odisha (@CMO_Odisha) July 21, 2023 " class="align-text-top noRightClick twitterSection" data="

#Odisha Cabinet approved a budget of ₹1,001.14 Cr for expansion of comprehensive care services across the state. A total of 11 comprehensive cancer units will be set up to provide cancer care nearer to the households of patients & reduce their out-of-pocket expenses.… pic.twitter.com/zgZiU6oDMf

— CMO Odisha (@CMO_Odisha) July 21, 2023 ">

ସେହିପରି କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଚାଷୀଙ୍କ ଆର୍ଥିକ ବିକାଶ ପାଇଁ 5 ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯିବ । ଚଳିତ ଆର୍ଥିକ ବର୍ଷରୁ ଆଗାମୀ 5 ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ରାଜ୍ୟରେ ସେମିକଣ୍ଡକଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ପ୍ରୋତ୍ସାହନ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

11 ବିଭାଗର 17 ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଆଜି 17 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମାରିଛନ୍ତି । ସାଧାରଣ ପ୍ରଶାସନର 5ଟି, ସମବାୟର 2ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ସେହିପରି ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା, ମିଶନ ଶକ୍ତି, ଦକ୍ଷତା ବିକାଶ, ପର୍ଯ୍ୟଟନ, ପୂର୍ତ୍ତ, ଯୋଗାଣ, ସ୍ବାସ୍ଥ୍ୟର, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ଜଳସମ୍ପଦ ବିଭାଗର ଗୋଟେ ଲେଖାଏଁ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ପୂର୍ବରୁ ଘୋଷଣା ହୋଇଥିବା ମିଶନ ଶକ୍ତିର ମହିଳାଙ୍କୁ ସ୍କୁଟି ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଲୋକାୟୁକ୍ତଙ୍କ 2022 ବର୍ଷର ବାର୍ଷିକ ରିପୋର୍ଟକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଏହାବି ପଢନ୍ତୁ- Odisha Govt-TBI MoU; ଫୋକସରେ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି

ମୁଖ୍ୟ ଶାସନ ସଚିବ ପ୍ରଦୀପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ 50 କୋଟି ଟଙ୍କାର ବଜେଟ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି । କ୍ୟାବିନେଟ ବନ ସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥି ସହିତ ବକେୟା ଜଳକର ଆଦାୟ କରିବାକୁ OTS ବ୍ୟବସ୍ଥା କରାଯାଇଛି ।

  • #Odisha Cabinet approved a budget of ₹1,001.14 Cr for expansion of comprehensive care services across the state. A total of 11 comprehensive cancer units will be set up to provide cancer care nearer to the households of patients & reduce their out-of-pocket expenses.… pic.twitter.com/zgZiU6oDMf

    — CMO Odisha (@CMO_Odisha) July 21, 2023 " class="align-text-top noRightClick twitterSection" data=" ">

ସେହିପରି କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଚାଷୀଙ୍କ ଆର୍ଥିକ ବିକାଶ ପାଇଁ 5 ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯିବ । ଚଳିତ ଆର୍ଥିକ ବର୍ଷରୁ ଆଗାମୀ 5 ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ରାଜ୍ୟରେ ସେମିକଣ୍ଡକଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ପ୍ରୋତ୍ସାହନ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2023, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.