ETV Bharat / state

Odisha Cabinet: ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି

ଲକ୍ଷ୍ମୀ ବସ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଚଳାଚଳ କରିବ । ଏହି ଯୋଜନା ଅଧିନରେ ୧୦୦୦ରୁ ଅଧିକ ବସ ନିୟୋଜିତ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଯୋଜନାର ସମୀକ୍ଷା ଓ ସୁଫଳ ପ୍ରଦର୍ଶନ ଆଧାରରେ ଏହାକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଛି । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ । ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇ ଥିଲେ ସୁଦ୍ଧା ସେହି ଅନୁପାତରେ ସାର୍ବଜନୀନ ପରିବହନ ପାଇଁ ବ୍ୟବସ୍ଥାର ଅଭାବ ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 15, 2023, 10:52 PM IST

Odisha Cabinet: ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି
Odisha Cabinet: ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି
Odisha Cabinet: ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ମୀ ଯୋଜନାକୁ ମୋହର ମାରିଛି କ୍ୟାବିନେଟ । ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ୩୧୭୮ କୋଟି ଖର୍ଚ୍ଚ କରିବା ଲାଗି ବ୍ୟୟ ବରାଦ କରାଯାଇଛି ।

ସରକାରଙ୍କ ନୂଆ ଲକ୍ଷ୍ମୀ ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ବ ଦେବ । ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ । ଲକ୍ଷ୍ମୀ ଯୋଜନାରେ ବ୍ଲକରେ ଅନୂନ୍ୟ ଗୋଟିଏ ଆମ ବସ ଷ୍ଟାଣ୍ଡ ନିର୍ମାଣ କରାଯିବ । ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଜୀବିକା, କୃଷି, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ ହେବ । ଏହି ଯୋଜନାରେ ତିନି ବର୍ଷ ପାଇଁ ୩୧୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆଗାମୀ ତିନି ବର୍ଷ ପାଇଁ ଏହି ବ୍ୟୟବରାଦ କରାଯାଇଛି । ଯୋଜନା ଅଧିନରେ ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠ ସ୍ଥଳକୁ ବସ ଯୋଗେ ସଂଯୋଗ ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି ।

ଏହାବି ପଢନ୍ତୁ- ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର, ଲକ୍ଷ୍ମୀକୁ ସ୍ବୀକୃତି

ଲକ୍ଷ୍ମୀ ବସ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଚଳାଚଳ କରିବ । ଏହି ଯୋଜନା ଅଧିନରେ ୧୦୦୦ରୁ ଅଧିକ ବସ ନିୟୋଜିତ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଯୋଜନାର ସମୀକ୍ଷା ଓ ସୁଫଳ ପ୍ରଦର୍ଶନ ଆଧାରରେ ଏହାକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଛି । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ । ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇ ଥିଲେ ସୁଦ୍ଧା ସେହି ଅନୁପାତରେ ସାର୍ବଜନୀନ ପରିବହନ ପାଇଁ ବ୍ୟବସ୍ଥାର ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଯାତ୍ରୀ ଓ ପଣ୍ୟ ପରିବହନ ସ୍ଥାୟୀ, ସୁଲଭ, ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଲକ୍ଷ୍ମୀ ଯୋଜନା ଚଳିତ ଆର୍ଥିକ ବର୍ଷରେ ଆରମ୍ଭ କରିବା ସହିତ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ।

ତେବେ ସୁଦୂର ପ୍ରସାରୀ ହେବାକୁ ଥିବା ଏହି ଯୋଜନା ପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଥିଲା । ଲକ୍ଷ୍ମୀ ଯୋଜନାରେ ଗ୍ରାମପଞ୍ଚାୟତ ସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବିଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି । ଯୋଜନା ଅଧିନରେ ବ୍ଲକ ଓ ଜିଲ୍ଲା ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ମହିଳା ସଶକ୍ତିକରଣ ଲକ୍ଷ୍ୟରେ ବସଷ୍ଟାଣ୍ଡ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହ ବ୍ଲକ ଗୁଡିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ । ଅପରପକ୍ଷେ କୃଷଜାତ ଦ୍ରବ୍ୟକୁ ସେମାନଙ୍କ ଉତ୍ପାଦନ ସ୍ଥଳରୁ ବଜାର ପର୍ଯ୍ୟନ୍ତ ଉନ୍ନତ ପରିବହନ ବ୍ୟବସ୍ଥା ଦ୍ୱାରା ପହଞ୍ଚାଇ ପାରିବେ ।

ଲକ୍ଷ୍ମୀ ଯୋଜନା ଅଧିନରେ ବ୍ଲକ ସଂଯୋଗୀକରଣ ଦ୍ୱାରା ଗ୍ରାମ ପଞ୍ଚାୟତ ଓ ଏହାର ବ୍ଲକ ମୁଖ୍ୟାଳୟ ମଧ୍ୟରେ ଯୋଗାଯୋଗ ସୁବିଧା କରିବା, ଜିଲ୍ଲା ସଂଯୋଗୀକରଣ ଦ୍ୱାରା ବ୍ଲକ୍‌ ମୁଖ୍ୟାଳୟକୁ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ ସୁବିଧା କରାଯିବ । ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ସୁନିଶ୍ଚିତ କରାଯିବ । ସେହିପରି ଲକ୍ଷ୍ମୀ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ । ବସ ଚଳାଚଳ ଆରମ୍ଭ ହେବାର ପ୍ରଥମ ତିନି ବର୍ଷରେ ଅର୍ଥାତ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ପ୍ରାୟ ୩୧୭୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଓଏସଆରଟିସି ଉପରେ ଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.