ETV Bharat / state

Odisha Budget: MSME ପାଇଁ ୬୪୮ କୋଟି, ଷ୍ଟାର୍ଟଅପ୍ ନୀତି ଅଧିନରେ ନୂଆ ଯୋଜନା

author img

By

Published : Feb 24, 2023, 10:07 PM IST

ଚଳିତ ବର୍ଷ ବଜେଟରେ MSME ପାଇଁ ୬ ଶହ ୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଷ୍ଟାର୍ଟଅପ ନୀତି ଅଧିନରେ ଭିତ୍ତିଭୂମି ବିକାଶ ନାମକ ଏକ ନୂତନ ଯୋଜନା ଅଣାଯାଇଛି ।

Odisha Budget 2023
Odisha Budget 2023

ଭୁବନେଶ୍ବର: ରାଜ୍ୟରେ ପ୍ରସ୍ତୁତ MSME ଉତ୍ପାଦନଗୁଡ଼ିକୁ ବିଶ୍ବ ବଜାରରେ ପ୍ରତିଯୋଗିତାମୂଳକ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ବାଣିଜ୍ୟିକ କାରବାରକୁ ସହଜ କରିବା ସହ ଭିତ୍ତିଭୂମି ବିକାଶରେ ଧ୍ୟାନ ଦେଇ ଉତ୍ପାଦନ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ୨୦୨୩-୨୪ ବଜେଟରେ MSME କ୍ଷେତ୍ର ଆବଣ୍ଟନ ପାଇଁ ୬ ଶହ ୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

କୋଡ଼ିଭ-୧୯ ପରବର୍ତ୍ତୀ ସମୟରେ ରାଜ୍ୟରେ ଅଣୁ ଓ କ୍ଷୁଦ୍ର ଉତ୍ପାଦନ ଶିଳ୍ପ ଗୁଡ଼ିକ ପାଇଁ ଋଣ ଓ ବଜାର ଉପଲବ୍ଧତା ସବୁଠାରୁ ବଡ ସମସ୍ୟା ଭାବେ ଠିଆ ହୋଇଛି । ଯେତେବେଳେ ବାଣିଜ୍ୟିକ କାରବାର କୋଭିଡ ପୂର୍ବବର୍ତ୍ତୀ ସ୍ତରରୁ ଉପରକୁ ଉଠୁଛି ସେବେ ଓଡ଼ିଶାର MSME ଶିଳ୍ପଗୁଡ଼ିକ ୱାର୍କିଂ କ୍ୟାପିଟାଲ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ମୁକାବିଲା ପାଇଁ ଅଣୁ ଓ କ୍ଷୁଦ୍ର ଉତ୍ପାଦନକାରୀ ଉଦ୍ୟୋଗଗୁଡ଼ିକ ଦ୍ବାରା ରପ୍ତାନୀ କରିବା ପାଇଁ ବ୍ୟାଙ୍କଗୁଡ଼ିକ ଠାରୁ ନିଆଯାଇଥିବା ୱାର୍କିଂ କ୍ୟାପିଟାଲ ଋଣର ସୁଧ ବୋଝ ହ୍ରାସ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । MSME-Interest Subvention on working capital loan ନାମରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏକ ନୂତନ ଯୋଜନାର ପ୍ରସ୍ତାବ ରହିଛି ।

ଏହି ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ କ୍ରେଡିଟ ସୀମା ଥିବା, ବ୍ୟାଙ୍କରୁ ନେଇଥିବା ୱାର୍କିଂ କ୍ୟାପିଟାଲ ଋଣର ସମସ୍ତ ସୁଧକୁ ୧୦ ଲକ୍ଷ ଟଙ୍କାରୁ ୩ କୋଟି ଟଙ୍କା କ୍ୟାସ କ୍ରେଡିଟ ସୀମା ଥିବା ୱାର୍କିଂ କ୍ୟାପିଟାଲ ଋଣର ୨୩ ପ୍ରତିଶତ ସୁଧକୁ ସରକାର ପ୍ରତିପୂର୍ତ୍ତି କରିବେ । ଏହି ନୂଆ ଯୋଜନାରେ ଉକ୍ତ ଉପାଦାନ ପାଇଁ ବଜେଟରେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି ରାଶି ହିତାଧିକାରୀ ଶିଳ୍ପ ସଂସ୍ଥାଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ବର୍ଷକୁ ଦୁଇଥର ସିଧାସଳଖ DBT ମାଧ୍ୟମରେ ଜମା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: Odisha Budget 2023: ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି, ମିଳିବ ସ୍କୁଟର

MSME ପାଇଁ ରହିଥିବା Odisha Procurement Preference Policy 2015 ନୀତି ବଦଳରେ ଏକ ନୂତନ ନୀତି ପ୍ରଣୟନ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ପାଇଁ ରାଜ୍ୟର ଅଣୁ ଓ କ୍ଷୁଦ୍ର ଉତ୍ପାଦନ ୟୁଟିନଗୁଡ଼ିକରୁ ରେଟ କଣ୍ଟ୍ରାକ୍ଟ ଏବଂ ସ୍ବତନ୍ତ୍ର ତାଲିକା ଅନ୍ତର୍ଗତ ସାମଗ୍ରୀ କ୍ରୟ କରିବା ବାଧ୍ୟତାମୂଳକ ହେବ । ଓଡ଼ିଶାର 0-Hub ରାଜ୍ୟରେ ଷ୍ଟାର୍ଟଅପ୍ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରୁଛି । ଭୁବନେଶ୍ବରର ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ଅବସ୍ଥିତ ଏହି କେନ୍ଦ୍ରୀୟ ଇନକ୍ୟୁବେଟର ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାଧୀନ ଅଟେ ।

ଏହି ପରିପ୍ରେକ୍ଷୀରେ ଚଳିତ ବଜେଟରେ ଷ୍ଟାର୍ଟଅପ୍ ନୀତି ଅଧିନରେ ଭିତ୍ତିଭୂମି ବିକାଶ ନାମକ ଏକ ନୂତନ ଯୋଜନାର ପ୍ରସ୍ତାବ ରଖାଯାଇଛି । ଏହି ଯୋଜନାରେ ୧ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ଷ୍ଟାର୍ଟଅପ୍ ଓଡ଼ିଶା ପାଇଁ ପୁଞ୍ଜି ଯୋଜନା ବାବଦକୁ ୨୦ କୋଟି ଟଙ୍କା, ଖାଦ୍ୟ ପ୍ରକ୍ରିୟାକରଣ ଓ MSME କ୍ଷେତ୍ରକୁ ଆର୍ଥିକ ସହାୟତା ବାବଦକୁ ୧୫ କୋଟି ଟଙ୍କା, MSME କ୍ଷେତ୍ରର ପ୍ରୋତ୍ସାହନ ପାଇଁ ୮୦ କୋଟି ଟଙ୍କା ଏବଂ ଖଦି ଓ ଗ୍ରାମୋଦ୍ୟୋଗ ଶିଳ୍ପର ପ୍ରୋତ୍ସାହନ ପାଇଁ ୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.