ETV Bharat / state

Odisha BJPs Call For Satyagraha: ଚାଷୀଙ୍କ ପାଇଁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି - ବିଜେପି ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି । ବିଜେପି କହିଛି ଚାଷୀଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରିବ । ଓଡିଶାର ସବୁଠୁ ବଡ ବର୍ଗ ସଂଖ୍ୟା ଏବଂ ବୃତ୍ତି ଦୃଷ୍ଟିରୁ ଚାଷୀ ଅଛନ୍ତି । ଏଠାରେ ଚାଷୀ ସବୁଠୁ ବଡ ଅବହେଳିତ । ରାଜ୍ୟ ସରକାର ଚାଷୀ ମାରଣ ନୀତି ବନ୍ଦ କରନ୍ତୁ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି, ଓଡିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ । ଅଧିକ ପଢନ୍ତୁ

Etv BharaOdisha BJPs Call For Satyagraha: ଚାଷୀଙ୍କ  ପାଇଁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପିt
Etv BharatOdisha BJPs Call For Satyagraha: ଚାଷୀଙ୍କ ପାଇଁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି
author img

By

Published : Nov 17, 2022, 6:25 PM IST

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି । ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେପି ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ । ଏନେଇ ଆଜି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Odisha BJPs Call For Satyagraha: ଚାଷୀଙ୍କ ପାଇଁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି

ବିଜେପି କହିଛି ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ ଆରମ୍ଭ କରିବ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବ ଦଳ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି, ଓଡିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ । ରାଜ୍ୟ ସରକାର ଯଦି ନ ଚେତିବେ ଭୟାବାହ ଆନ୍ଦୋଳନ ହେବ । ଯାହା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଓଡିଶାର ସବୁଠୁ ବଡ ବର୍ଗ ସଂଖ୍ୟା ଦୃଷ୍ଟିରୁ ଏବଂ ବୃତ୍ତି ଦୃଷ୍ଟିରୁ ଚାଷୀ ଅଛନ୍ତି । ଏଠାରେ ଚାଷୀ ସବୁଠୁ ବଡ ଅବହେଳିତ। ରାଜ୍ୟ ସରକାର ଚାଷୀ ମାରଣ ନୀତି ବନ୍ଦ କରନ୍ତୁ ।

ଏହାବି ପଢନ୍ତୁ- ବିଧାନସଭା ବଦଳରେ ପାର୍ଲାମେଣ୍ଟ ଆଗରେ ଧାରଣା ଦେବାକୁ ବିଜେପିକୁ ବିଜେଡିର ପରାମର୍ଶ

ବିଜେପି କହିଛି, ଚାଷୀଙ୍କୁ ପ୍ରୋତ୍ସାହନ ମିଳେନାହିଁ । ଚାଷୀ ଏଠି ଭଗବାନ ଭରସାରେ । ସାର୍ଟିଫାଏଡ ବିହନ ନାହିଁ । କୃଷି ବିଭାଗ ଅକ୍ଷମତା ପ୍ରକାଶ କରେ । ହାଇ ଇଲଡ ବିହନ ଚାଷୀଙ୍କ ପାଇଁ ଏକ ସ୍ବପ୍ନ । ପଞ୍ଜାବ ଚାଷୀ ଉନ୍ନତ ବିହନ କାରଣରୁ ଦୁଇ ଗୁଣା ଅଧିକ ଉତ୍ପାଦନ କରେ ।

ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ପୃଥ୍ବୀରାଜ କହିଛନ୍ତି, ଏଠି ଆଳୁ ପିଆଜ ମିଶନ ଫେଲ । କୃଷିର ଉନ୍ନତି ଲାଗି ଯୋଜନା ହେଲାନି । ସରକାର ନୂଆ ଯୋଜନା ମଧ୍ୟ ଅଣୁନାହାନ୍ତି । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ହେଉଥିବା କ୍ଷୟକ୍ଷତି ଆକଳନ ଠିକରେ ହେଉନାହିଁ । 2018 ରୁ ବିଭିନ୍ନ କ୍ଷୟକ୍ଷତି ବା ଇନପୁଟ ସବସିଡି ଠିକ ଢଙ୍ଗରେ ଦେଉନାହାନ୍ତି । ଆସେସମେଣ୍ଟ କରୁନାହାନ୍ତି ରାଜ୍ୟ ସରକାର । 2018ରୁ 2022 ଚାଷୀ ସହୁଛନ୍ତି । ନିର୍ବାଚନ ଆସିଲେ ସରକାର ସବୁ କିଛି ଘୋଷଣା କରନ୍ତି ପରେ ତାହା କୋଲଡ ଷ୍ଟୋରେଜକୁ ପଳାଇଯାଏ ବୋଲି କହିଛନ୍ତି ।

ଆଜି ବିଜେପି ପୁଣି ଥରେ ରିଲିଫ କୋଡ ସଂଶୋଧନ କରିବା ପାଇଁ ଦାବି କରିଛି । ଇନପୁଟ ସବସିଡି ରିଲିଫ ବୋର୍ଡରେ ସଂଶୋଧନ ଅଣାଯାଉ । ଏନେଇ ରାଜ୍ୟ ସରକାର ଇଛା ମଧ୍ୟ କରୁନାହାନ୍ତି । 30% ଜମି ଚାଷ ହେଉନି । କେନ୍ଦ୍ର ଧାନର ସହାୟକ ମୂଲ୍ୟ 2040 କଲେଣି । ଓଡିଶାରେ ଚାଷୀ 1250 ଟଙ୍କାରେ ଧାନ ବିକୁଛି | ସରକାର ମିଲର ପ୍ରୀତି ଭ୍ରଷ୍ଟାଚାର କାରଣରୁ ଚାଷୀ ଉଚିତ ମୂଲ୍ୟରେ ଧାନ ବିକ୍ରି କରିପାରୁନି । ଧାନ କିଣା ହେଲେବି ଅଭାବୀ ବିକ୍ରି ରହିଛି । ଟୋକନ ନାଁରେ ଭ୍ରଷ୍ଟାଚାରର ଶେଷ ସୀମାରେ ପହଞ୍ଚି ଯାଇଛି । ବିଜେପି ଏହାକୁ ବିରୋଧ କରିବା ଆରମ୍ଭ କରିଛି ବୋଲି କହିଛନ୍ତି ।

ବିଜେପି ଅଭିଯୋଗ କରିଛି ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରନ୍ତି, ତାହା କରନ୍ତି ନାହିଁ । ବରଗଡ ସୋହେଲାରେ 100ଟଙ୍କା ବୋନସ ଦେବେ ବୋଲି ଘୋଷଣା କଲେ । କିନ୍ତୁ 2016 ରୁ 2022 ମଧ୍ୟରେ ଶହେ ଟଙ୍କା ବି ଗୋଟେ ବି ଚାଷୀକୁ ଦେଇ ନାହାନ୍ତି । ଚଳିତ ଖରିଫ ଋତୁରେ 100ଟଙ୍କା ବୋନସ ଦେବାକୁ ଘୋଷଣା କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ବିଜେପି ଦାବି କରିଛି ।

ଏହାବି ପଢନ୍ତୁ- Padmapur ByPoll: ନାମାଙ୍କନ ଭରିଲେ ପ୍ରଦୀପ ଓ ସତ୍ୟଭୂଷଣ, ବିଜୟକୁ ନେଇ କହିଲେ ଏମିତି

ସେହିପରି ସାରାର ଅଭାବ ନେଇ ବିଜେଡି ସରକାର ଉପରେ ସଂଗୀନ ଅଭିଯୋଗ କରିଛି ବିଜେପି । ସାର ବ୍ୟାପକ ଭାବରେ କେନ୍ଦ୍ର ସରକାର ଯୋଗାଉଛନ୍ତି । କିନ୍ତୁ ଜାଣି ଶୁଣି ସାରର ଅଭାବ ସୃଷ୍ଟି କରାଯାଇଛି । ଚାଷୀ ଆବଶ୍ୟକ ସମୟରେ ପାଉନାହିଁ । ଆଜି ବି ମାର୍କେଟରେ ମିଳୁଥିବା 90 ପ୍ରତିଶତ ଔଷଧ ନକଲି ବୋଲି ପୃଥ୍ବୀରାଜ କହିଛନ୍ତି । ଏହି ସମସ୍ତ ପ୍ରସଙ୍ଗ ନେଇ ଆସନ୍ତାକାଲି ଠାରୁ ରାଜ୍ୟ ବିଜେପି ବିଧାନସଭା ବାହାରେ ସତ୍ୟାଗ୍ରହରେ ବସିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.