ETV Bharat / state

ଚାଷୀଙ୍କ ପାଇଁ ଲଢିବ ବିଜେପି, 58 ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବ

author img

By

Published : Dec 19, 2022, 6:44 PM IST

ଚାଷୀ ସମସ୍ୟାକୁ ନେଇ ରାଜ୍ୟର ସମସ୍ତ 58 ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବ ବିଜେପି । 22ରୁ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ମଣ୍ଡି ପରିଦର୍ଶନ କରିବେ ବିଜେପି କର୍ମକର୍ତ୍ତା (Bharatiya Janata Party) । ଚାଷୀଙ୍କୁ ସବୁ ସୁବିଧା ସୁଯୋଗ ମିଳୁଛି କି ନାହିଁ ତଦାରଖ କରିବ ଦଳ । ଯଦି କେଉଁଠି ସଠିକ ନିୟମ ଅନୁପାଳନ ହେଉନଥିବ ଅଧିକାରୀମାନଙ୍କୁ ଚେତାବନୀ ଦେବେ ବିଜେପି ନେତା । ଚାଷୀଙ୍କୁ ଅସହଯୋଗ କଲେ ସହ୍ୟ କରିବ ନାହିଁ ଦଳ । ଆଜି ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି ବିଜେପି । ଅଧିକ ପଢନ୍ତୁ

ଓଡିଶା ବିଜେପିର ପ୍ରେସମିଟ
ଓଡିଶା ବିଜେପିର ପ୍ରେସମିଟ

ଭୁବନେଶ୍ବର: ଚାଷୀ ସମସ୍ୟାକୁ ନେଇ ରାଜ୍ୟର ସମସ୍ତ 58 ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବ ବିଜେପି । 22ରୁ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ମଣ୍ଡି ପରିଦର୍ଶନ କରିବେ ବିଜେପି କର୍ମକର୍ତ୍ତା (Bharatiya Janata Party) । ଚାଷୀଙ୍କୁ ସବୁ ସୁବିଧା ସୁଯୋଗ ମିଳୁଛି କି ନାହିଁ ତଦାରଖ କରିବ ଦଳ । ଯଦି କେଉଁଠି ସଠିକ ନିୟମ ଅନୁପାଳନ ହେଉନଥିବ ଅଧିକାରୀମାନଙ୍କୁ ଚେତାବନୀ ଦେବେ ବିଜେପି ନେତା । ଚାଷୀଙ୍କୁ ଅସହଯୋଗ କଲେ ସହ୍ୟ କରିବ ନାହିଁ ଦଳ । ଆଜି ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି ବିଜେପି ।

ଦଳୀୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ (BJP leader Prithiviraj Harichandan) କହିଛନ୍ତି, ‘‘ଡିସେମ୍ବର 21 ତାରିଖ ଦିନ ରାଜ୍ୟର ସମସ୍ତ 58 ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବ ବିଜେପି । ଚାଷୀଙ୍କ ସମସ୍ୟା ସରକାର ନଶୁଣିଲେ ଜାନୁଆରୀ ମାସରେ ଭୟାବହ ଆନ୍ଦୋଳନ ହେବ । ଚାଷୀ MSP ନପାଇଲେ, ତାହାର ଏକ ଶୁଣାଣି ବ୍ୟବସ୍ଥା କରନ୍ତୁ ସରକାର । ପ୍ରତି ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ । କୌଣସି ଅଧିକାରୀ ଚାଷୀ ପ୍ରସଙ୍ଗରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯଦି ସରକାର ଚାଷୀଙ୍କ ଅଭିଯୋଗ ନଶୁଣିବେ, ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ ସରକାର ପରିଣତି ଭୋଗିବେ ବୋଲି ଚେତାବନୀ ଦେଇଛନ୍ତି ।’’

ସେହିପରି ବିଜେପି ଦାବି କରି କହିଛି 2016ରେ ସରକାର କହିଥିଲେ ଚାଷୀଙ୍କୁ ଏକ କ୍ବିଣ୍ଟାଲ ଧାନ ଉପରେ ବୋନସ 100 ଟଙ୍କା ଦେବେ । ଏବେ ସରକାର ବୋନସ ଦେବା ଆରମ୍ଭ କରନ୍ତୁ । ସବୁ ମିଲର ମାନେ କଟନୀ ଛଟନୀ ନାରେ 5ରୁ 6 କେଜି ଧାନ କାଟୁଛନ୍ତି । ଏହା ବେଆଇନ । ସବୁ ମଣ୍ଡିରେ ମାନ ଯାଞ୍ଚର ବ୍ୟବସ୍ଥା ନାହିଁ । ସଠିକ ଓଜନ କରିବାର ବ୍ୟବସ୍ଥା ନାହିଁ । ଏକଥାକୁ ଚାଷୀ ବରଦାସ୍ତ କରିବେ ନାହିଁ । କଟନୀଛଟନୀକୁ ବେଆଇନ ଘୋଷଣା କରନ୍ତୁ ସରକାର । ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । କେନ୍ଦ୍ର ଦେଉଥିବା ବସ୍ତା ପଇସା ଚାଷୀ ପାଉନାହାନ୍ତି । ଚାଷୀଙ୍କ ପାଇଁ ମଣ୍ଡିରେ ସର୍ବନିମ୍ନ ସୁବିଧା କରାଯାଉ । ଅଣଜଳସେଚିତ ଜମିରେ 22 କ୍ବିଣ୍ଟାଲ ଏବଂ ଜଳସେଚିତ ଜମିରେ 24 କ୍ବିଣ୍ଟାଲ ଧାନ ବିକ୍ରିର ବ୍ୟବସ୍ଥା କରନ୍ତୁ ସରକାର । ଚାଷୀ ନବଞ୍ଚିଲେ, ନଅଙ୍କ ଦୁର୍ଭିକ୍ଷ ଭଳି ସ୍ଥିତି ହେବ । ଧାନ ମଣ୍ଡି ମିଲର ମାନଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଅଭିଯୋଗ କରିଛି ବିଜେପି ।

ସେହିଭଳି ଦଳ ଅଭିଯୋଗ କରିଛି ଚାଷୀଙ୍କ ପ୍ରତି ସରକାରଙ୍କର ସମବେଦନା ନାହିଁ । ପଶ୍ଚିମ ଓଡିଶାରେ 15 ଦିନ ବିଳମ୍ବରେ ମଣ୍ଡି ଖୋଲିଲେ ସରକାର । ମାସେ ବିଳମ୍ବରେ ଉପକୂଳ ମଣ୍ଡି ଖୋଲିବ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ । ରାଜ୍ୟ ସରକାର ଚାଷୀ ମାରଣ ଯଜ୍ଞ ଆରମ୍ଭ କରିଛନ୍ତି । ଏହା ଗ୍ରହଣ ଯୋଗ୍ୟ ନୁହେଁ । କେନ୍ଦ୍ର ସରକାର ପଇସା ଦେଉଛନ୍ତି । କିନ୍ତୁ ନୈତିକ ଦାୟିତ୍ୱ ପାଳନ କରୁନାହାନ୍ତି ରାଜ୍ୟ ସରକାର । ମିଲରଙ୍କ ପାଖରେ ରାଜ୍ୟ ସରକାର ବନ୍ଧା ପଡ଼ିଛନ୍ତି । ସରକାରଙ୍କ ସହ କେତେ ଟଙ୍କାର ଲାଞ୍ଚ କାରବାର ହୋଇଛି ଜଣାନାହିଁ । ପଶ୍ଚିମ ଓଡିଶାରେ ମଣ୍ଡି ଖୋଲିବାରେ 15 ଦିନ ବିଳମ୍ବ କଲେ ରାଜ୍ୟ ସରକାର । ବ୍ୟାପକ ଧାନ ଛତିଶଗଡ଼କୁ ଚାଲାଣ ହେଲା । 1200ରୁ 1400ଟଙ୍କାରେ ଚାଷୀ ଅଭାବୀ ବିକ୍ରି କରିବାକୁ ହେଲେ । ଦଲାଲ ବିଲରୁ ଆସି ଧାନ କିଣି ନେଉଛନ୍ତି । 80 ପ୍ରତିଶତ ଧାନ ଅମଳ ସରିଲାଣି । ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଧାନ । 8 ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ଧାନର MSP 1300 ରୁ 2000 ଟଙ୍କା କଲେ । ଚାଷୀ ଆର୍ଥିକ ଉନ୍ନତିରେ ପ୍ରମୁଖ ବାଧକ ରାଜ୍ୟ ସରକାର । ସେଣ୍ଟ୍ରାଲ ଟୋକନ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ବଲାଙ୍ଗୀର ଜିଲ୍ଲା ଚାଷୀଙ୍କ ଉଦାହରଣ ଦେଇ ବିଜେପି ଧାନ କିଣାରେ କିଭଳି ଭ୍ରଷ୍ଟାଚାର ଚାଲିଛି ତାହାର ମୁଖା ଖୋଲିଛି । ସେହି ଚାଷୀ ମାତ୍ର 1 କିଲୋ 30 ଗ୍ରାମ ଧାନ ମଣ୍ଡିରେ ଦେଇ ପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି । ଏହାକୁ ନେଇ ଅଧିକାରୀମାନେ କହିଲେ ସରକାରଙ୍କୁ ଜଣା, ଆମେ କିଛି କରି ପାରିବୁ ନାହିଁ । ଭ୍ରଷ୍ଟାଚାରର ମଞ୍ଜି ପୋତିଛନ୍ତି ସରକାର । ପ୍ରୋକ୍ରିୟରମେଣ୍ଟ କମିଟି ଏକ ପ୍ରହସନ । ମିଲର ମାନେ ଯାହା ନିଷ୍ପତି ନେବେ ତାହା ଚୂଡାନ୍ତ । ଏଭଳି ସ୍ଥିତି ତିଆରି ହୋଇଛି । ମଣ୍ଡିକୁ ଧାନ ଆଣିବା ପାଇଁ ଚାଷୀଙ୍କ ସକ୍ଷମତାକୁ ହନନ କରାଯାଉଛି । ଡ୍ରୋନ ସର୍ଭେ କରି ଚାଷୀ ପଞ୍ଜିକରଣ ଖାରଜ କରାଯାଉଛି । ସରକାରଙ୍କ ଅବହେଳା କାରଣରୁ ରାଜ୍ୟର 35 ପ୍ରତିଶତ ଜମି ପଡିଆ ପଡ଼ିଛି । ଏହା ଉପରେ ସରକାର ଉତ୍ତର ଦିଅନ୍ତୁ । ଏମଏସପିରୁ କମ ଦରରେ ଧାନ ବିକ୍ରି ହେବ ନାହିଁ, ଏହା ନିୟମ । ସରକାର ଘୋଷଣା କରିଛନ୍ତି ଏକ ଏକର ଜମି ପିଛା 13 କ୍ବିଣ୍ଟାଲ ଧାନ କିଣିବେ । ବାକି ଧାନ ଚାଷୀ ଅଭାବୀ ବିକ୍ରି କରୁଛି । ସରକାର ଯଦି ଚାଷୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି, ତେବେ କହି ଦିଅନ୍ତୁ । ମଣ୍ଡି ଅବ୍ୟବସ୍ଥା ବ୍ୟାପକ ହୋଇଛି । ଚାଷୀର କଷ୍ଟ କହିଲେ ନସରେ । ସମାଜରେ ସବୁଠୁ ଅବହେଳିତ ଚାଷୀ ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.