ETV Bharat / state

କାମିଆ ଜାନି ବିବାଦ: ‘ମୂଳ ପ୍ରସଙ୍ଗରୁ ନଜର ହଟାଇ ପ୍ରମାଣ ମାଗୁଛି ବିଜେଡି’

author img

By ETV Bharat Odisha Team

Published : Dec 23, 2023, 7:25 AM IST

Kamiya Jain controversy: କାମିଆ ଜାନିଙ୍କ ଶ୍ରୀମନ୍ଦିର ଯିବା ପ୍ରସଙ୍ଗ । ବିଜେପିର ସାମ୍ବାଦିକ ସମ୍ମିଳନୀ । ମୂଳ ପ୍ରସଙ୍ଗରୁ ନଜର ହଟାଇ ପ୍ରମାଣ ମାଗୁଛି ବିଜେଡି । ଆଗକୁ ପଢ଼ନ୍ତୁ

କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ
କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ

କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ

ଭୁବନେଶ୍ବର: କାମିଆ ଜାନିଙ୍କ ଶ୍ରୀମନ୍ଦିର ଯିବା ବିବାଦ ଥମିବାର ନା ନେଉଛି । ଚାଲିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହି ପ୍ରସଙ୍ଗରେ ପୁଣି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି ରାଜ୍ୟ ବିଜେପି । ମୂଳ ପ୍ରସଙ୍ଗରୁ ନଜର ହଟାଇ ପ୍ରମାଣ ମାଗୁଛି ବିଜେଡି । ଗୋ ମାଂସ ଖାଇଥିବା ମହିଳାଙ୍କୁ କିଭଳି ସରକାରୀ ପ୍ରୋତ୍ସାହନରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ସେବନ କରାଇବାକୁ ନେଇ ପ୍ରଶ୍ନ କରିଛି ବିଜେପି ।

ସୋସିଆଲ ମିଡ଼ିଆ ଇନପ୍ଲୁଏନସର କାମିଆ ଜାନି ଶ୍ରୀମନ୍ଦିର ଯିବା ପ୍ରସଙ୍ଗକୁ ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ କେଉଁ ଭଳି ଭାବେ ଜଣେ ଗୋ ମାଂସ ଖାଇଥିବା ମହିଳାଙ୍କୁ ସରକାରୀ ପ୍ରୋତ୍ସାହନରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଗଲା ତାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । ମୂଳ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏହା ଏକ ବାହାନା ବୋଲି ବିଜେପି କହିଛି । ଶାସକ ଦଳ ପକ୍ଷରୁ ଏନେଇ ପ୍ରମାଣ ମଗା ଯିବା କଥା ଏହାର ସ୍ପଷ୍ଟୀକରଣ କରୁଛି । ତେବେ କାମିଆ ଜାନି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଠି ସେ ନିଜେ କହୁଛନ୍ତି ଯେ ସେ ଗୋ ମାଂସ ଖାଇଥିଲେ । ସେପଟେ ଅନ୍ୟ ଏକ ଭିଡିଓରେ ତାଙ୍କୁ ପାଣ୍ଡିଆନ ନିଜେ କହୁଛନ୍ତି ଆସ ଶ୍ରୀମନ୍ଦିର ଯିବା ମହାପ୍ରସାଦ ଖାଇବା ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ବିଜେପି ଇର୍ଷାନ୍ଵିତ: ବିଜେଡି

ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, ’’ସବୁ ଜାଣି ନିଜର ବ୍ୟକ୍ତିଗତ ସ୍ବାର୍ଥ ପୁରଣ ପାଇଁ ଜଗନ୍ନାଥ ମନ୍ଦିରକୁ ଅସୁଦ୍ଧି କରାଗଲା । ଏହା ଅତ୍ୟନ୍ତ ନିନ୍ଦନୀୟ । ଜଗନ୍ନାଥ ମନ୍ଦିରରେ କିଭଳି ଜଣେ ଗୋ ମାଂସ ଭକ୍ଷଣକାରୀକୁ ପ୍ରବେଶ କରାଗଲା । ତାର ଉତ୍ତର ଦେଉ ବିଜେଡି । ’’ ତେବେ କାମିଆ ଜାନି ହେଉଛନ୍ତି ପେଡ ବ୍ଲଗର । କାମିଆ ଜାନିଙ୍କୁ ଟଙ୍କା ଦେଇ ଅଣାଯାଇଥିଲା । ଯାହାର ପ୍ରମୋଶନ କରାଯାଉଥିଲା । ତେବେ ଏସବୁ ପଛରେ କ’ଣ କାରଣ ରହିଛି ବୋଲି ପ୍ରଶ୍ନ କରିଛି ବିଜେପି । ଓଡ଼ିଶାର ମୁଖ୍ୟମନ୍ତ୍ରୀ କାହିଁକି ଚୁପ ଅଛନ୍ତି । ଏହାର ସ୍ପଷ୍ଟୀକରଣ ରାଜ୍ୟ ସରକାରଙ୍କ ପାଖରୁ ଆମେ ଜାଣିବାକୁ ଚାହୁଁଚୁ ବୋଲି କରିଛି ବିଜେପି । ସରକାର ଓ ବିଜେଡି ଦଳ ପ୍ରକୃତ କଥା ନକହି ବିତଣ୍ଡା ଯୁକ୍ତି କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.