ETV Bharat / state

ଓଡିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ଆତ୍ମସମୀକ୍ଷା କରନ୍ତୁ ସରକାର: ବିଜେପି

author img

By

Published : May 3, 2023, 8:49 PM IST

ରାଜ୍ୟରେ ବେକାରୀ ସମସ୍ୟା ନେଇ ଆଜି ପୁଣି ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନବାଣ ମାରିଛି ବିଜେପି । ରାଜ୍ୟରେ ନିଯୁକ୍ତିର ଅବସ୍ଥା କଣ ବୋଲି ପଚାରିଛି ବିଜେପି । ଅଧିକ ପଢନ୍ତୁ

ଓଡିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ଆତ୍ମସମୀକ୍ଷା କରନ୍ତୁ ସରକାର: ବିଜେପି
ଓଡିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ଆତ୍ମସମୀକ୍ଷା କରନ୍ତୁ ସରକାର: ବିଜେପି

ଓଡିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ଆତ୍ମସମୀକ୍ଷା କରନ୍ତୁ ସରକାର: ବିଜେପି

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତିର ଅବସ୍ଥା କଣ ? ସେ ବାବଦରେ ଇପିଏଫଓ ସଂସ୍ଥା ଗତ ଏପ୍ରିଲ 20ରେ ସବିଶେଷ ତଥ୍ୟ ପ୍ରକାଶ କରିଛି । ଏଥିରେ ଓଡ଼ିଶା ଯୁବକଙ୍କ ଭବିଷ୍ୟତ ଓ ବର୍ତ୍ତମାନ ଅନ୍ଧକାରଚ୍ଛନ୍ନ ଥିବା ଦର୍ଶାଯାଇଛି । ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛନ୍ତି ।

ସତ୍ୟବ୍ରତ କହିଛନ୍ତି 2023 ଫେବୃଆରୀ ମାସରେ ଯେତେବେଳେ ମହାରାଷ୍ଟ୍ରରେ 2 ଲକ୍ଷ 91 ହଜାର 818, ତାମିଲନାଡୁରେ 1 ଲକ୍ଷ 66 ହଜାର 491, ଗୁଜରାଟରେ 1 ଲକ୍ଷ 14 ହଜାର 270, ହରିୟାଣାରେ 1 ଲକ୍ଷ 12 ହଜାର 600, କର୍ଣ୍ଣାଟକରେ 1 ଲକ୍ଷ 32 ହଜାର 152, ତେଲେଙ୍ଗାନାରେ 79 ହଜାର 700 ନିଯୁକ୍ତି ସୃଷ୍ଟି ହୋଇଛି । ବେକାର ଯୁବକ ମାନେ ଚାକିରୀ ପାଇଛନ୍ତି। କିନ୍ତୁ ଫେବୃଆରୀ ମାସରେ ଓଡିଶାରେ ନିଯୁକ୍ତି ମାତ୍ର 17 ହଜାର 459 ଜଣ ।

ସତ୍ୟବ୍ରତ ଆହୁରି କହିଛନ୍ତି ରାଜ୍ୟ ସରକାରଙ୍କ କେଉଁ ନିଯୁକ୍ତି ନୀତି ଫଳରେ ଓଡିଶାରେ ଏହି ପରିସ୍ଥିତି, ରାଜ୍ୟ ସରକାର ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ । ଜାନୁଆରି ମାସ ତୁଳନାରେ ଫେବୃଆରୀ ମାସରେ ଯେତେବେଳେ ସାରା ଭାରତରେ ନିଯୁକ୍ତ 13.65 ବୃଦ୍ଧି ପାଇଛି ସେତେବେଳେ ଓଡିଶାରେ ଜାନୁଆରୀ ତୁଳନାରେ 6.94 ହ୍ରାସ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି । ସେହିପରି 18ରୁ 21 ବର୍ଷ ବୟସ୍କ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାର ତଥ୍ୟ 0.17 ପ୍ରତିଶତ କମିଛି । 22ରୁ 25 ବର୍ଷ ବୟସ କ୍ଷେତ୍ରରେ 0.5 ହ୍ରାସ ପାଇଛି । 26ରୁ 28 ବର୍ଷ ବୟସ ଭିତରେ 10.42 ପ୍ରତିଶତ ହ୍ରାସ ପାଇଛି । 29ରୁ 35 ବର୍ଷ ବୟସ କ୍ଷେତ୍ରରେ 17.51 ହ୍ରାସ ପାଇଛି ଏବଂ 35 ବର୍ଷରୁ ଉର୍ଦ୍ଧ୍ବ ନିଯୁକ୍ତି କ୍ଷେତ୍ରରେ 26.01 ପ୍ରତିଶତ କମିଛି । 18ରୁ 28 ବର୍ଷ ବୟସ ଭିତରେ ନିଯୁକ୍ତି ନମିଳିଲେ ଯୁବକଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଚାଲିଯାଏ । ଏ ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ କୌଣସି ନିବେଶକାରୀ ଓଡିଶା ଆସୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ରାଜ୍ୟ ସରକାରଙ୍କୁ ଆତ୍ମ ସମୀକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି ବିଜେପି ମୁଖପାତ୍ର । ବିଜେପିର ଏହି ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳ ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.