ଭୁବନେଶ୍ବର: "ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା । ଏହା ରାଜ୍ୟ ସରକାରଙ୍କ କୁକର୍ମର ସାକ୍ଷୀସଫା ଅଭିଯାନ। ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ କେନ୍ଦ୍ରୀୟ ଏଜେନ୍ସି ଦ୍ଵାରା ତଦନ୍ତ ଦାବି କଲା ବିଜେପି। ତେଣୁ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ରଖନ୍ତୁ ନ ହେଲେ ସାକ୍ଷୀ ସଫା ଅଭିଯାନ ବିରୋଧରେ ରାସ୍ତାଘାଟରେ ବିଜେପି କରିବ ପ୍ରତିବାଦ।" ସବ୍ ଜେଲ୍ ଭିତରେ ମମିତା ମେହେର ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦି ସାହୁ ମୃତ୍ୟୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛି ବିଜେପି ।
ସେହିପରି ମମିତା ମାମଲାରେ ପ୍ରମାଣ ଲୁଚାଇବା ପାଇଁ ତାର ମୃତଦେହକୁ ପ୍ରଥମେ ଗାଏବ କରି ଦିଆଯାଇଥିଲା | ମନ୍ତ୍ରୀ ଏବଂ ନେତାମାନେ କୁକର୍ମ କରିବେ | ତାପରେ ରାଜ୍ୟ ସରକାର ସେଥିରୁ ସାକ୍ଷୀ ସଫା କରିବେ । ରାଜ୍ୟବାସୀ ଶାନ୍ତିରେ ବିଶ୍ଵାସ କରନ୍ତି ହିଂସାକୁ ଘୃଣା କରନ୍ତି । ହେଲେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ପୁରପଳ୍ଳୀରେ ଭୟ ବ୍ୟାପିଥିବା ରାଜ୍ୟ ବିଜେପି ସାଧାରଣ ସମ୍ପାଦିକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ବ ହେଉଛି ଆଇନଶୃଖଂଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ଏ କଥା ସେ ଜାଣିବା ଦରକାର ବୋଲି କହିଛନ୍ତି ପୃଥ୍ବୀରାଜ । ହେଲେ ଏମିତି ଘଟଣା ଘଟାଇ ରାଜ୍ୟବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ନୁହେଁ ବୋଲି କହିଛି ବିଜେପି ।
ତେବେ ମୁଖ୍ୟମନ୍ତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ତତ୍କାଳୀନ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଥିଲା ବୋଲି ଜାଣିଥିଲେ ଗୋବିନ୍ଦ । ହେଲେ ଧର୍ମ ଓ ନ୍ୟାୟକୁ ଆଖିଠାର ମାରି ନିଜର ସମସ୍ତ କ୍ଷମତା ଖଟାଇ ତାଙ୍କୁ ବଞ୍ଚାଇଲେ । ପ୍ରଥମେ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ଚେଷ୍ଟା କଲେ । ଗୋବିନ୍ଦ ସାହୁ ଜାଣିଥିଲା ଆଇନ ତାଙ୍କର କିଛି କରିବନି ସେ କାହିଁକି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିିଛି ବିଜେପି।
ସେହିପରି ଜେଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜେଲକୁ ଯାଇଥିଲେ ଗୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ | ଏନେଇ ଗୋବିନ୍ଦଙ୍କ ସମ୍ପର୍କୀୟ କହିଛନ୍ତି ଦୁଇ ଜଣ ମନ୍ତ୍ରୀ ଗୋବିନ୍ଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କୁ ଜେଲରୁ ବାହାରକୁ ଆଣିବା ପାଇଁ ତା ସତ୍ତ୍ଵେ ବି କାହିଁକି ସେ ଆତ୍ମହତ୍ୟା କଲେ ଗୋବିନ୍ଦ | ତେଣୁ ତାଙ୍କ ପତ୍ନୀ ଏବେ ହତ୍ୟା ଅଭିଯୋଗ ଆଣୁଥିବା ବିଜେପି କହିଛି ।
ଏହା ମଧ୍ୟ ପଢନ୍ତୁ - ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ
ଅନ୍ୟପଟେ ସମାନ ଢଙ୍ଗରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଫେରାର ଅଭିଯୁକ୍ତକୁ ଟ୍ରକ୍ ଚଢାଇ ହତ୍ୟା କରାଗଲା, ହେଲେ ତାକୁ ସରକାର ଆଉ ପୋଲିସ ଦୁର୍ଘଟଣା ବୋଲି କହିଲେ । ଠିକ୍ ସେମିତି ଗୋପ ଜିଲ୍ଳା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୃତ୍ୟୁ ରହସ୍ୟକୁ ଚାପି ଦିଆଗଲା ଓ ପ୍ରମାଣ ମଧ୍ୟ ନଷ୍ଟ କରାଗଲା । ବେବିନାଠାରୁ ଆରମ୍ଭ ହୋଇ ପରୀ ପର୍ଯ୍ୟନ୍ତ ତଦନ୍ତ ଶୀତଳ ଭଣ୍ଡାରରେ ପଡିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଉ ଜଣାତରେ ଏ ସାକ୍ଷୀ ସଫା ଅଭିଯାନ ଚାଲିଛି ବୋଲି ଅଭିଯୋଗ ଆଣିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର