ETV Bharat / state

Odisha BJP Office Bearers Meeting: କାର୍ଯ୍ୟକାରୀଣୀ ପୂର୍ବରୁ ରାଜ୍ୟ ପଦାଧିକାରୀଙ୍କ ବୈଠକ

author img

By

Published : Jan 21, 2023, 6:34 PM IST

ଆଜି ବୈଠକର ପ୍ରଥମ ଦିନରେ ବିଜେପି ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ମାନଙ୍କର ବୈଠକ ବସିବ । ଏହି ବୈଠକରେ ଯୋଗ ଦେବେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ରାଜ୍ୟ କାର୍ଯ୍ୟକାରିଣୀରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହେବ, ତାହା ଆଜିର ବୈଠକରେ ନିର୍ଦ୍ଧାରିତ ହେବ ବୋଲି ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ଅଧିକ ପଢନ୍ତୁ

Etv BharatOdisha BJP Office Bearers Meeting: କାର୍ଯ୍ୟକାରୀଣୀ ପୂର୍ବରୁ ରାଜ୍ୟ ପଦାଧିକାରୀ ବୈଠକ

Odisha BJP Office Bearers Meeting: କାର୍ଯ୍ୟକାରୀଣୀ ପୂର୍ବରୁ ରାଜ୍ୟ ପଦାଧିକାରୀ ବୈଠକ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ । ବୈଠକରେ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଆଲୋଚନା ହେବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ବୈଠକରେ ରାଜ୍ୟର 3 କେନ୍ଦ୍ରମନ୍ତ୍ରୀ, କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ ହେବେ ।

ଆଜି ବୈଠକର ପ୍ରଥମ ଦିନରେ ବିଜେପି ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ମାନଙ୍କର ବୈଠକ ବସିବ । ଏହି ବୈଠକରେ ଯୋଗ ଦେବେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ରାଜ୍ୟ କାର୍ଯ୍ୟକାରିଣୀରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହେବ, ତାହା ଆଜିର ବୈଠକରେ ନିର୍ଦ୍ଧାରିତ ହେବ ବୋଲି ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ପୃଥ୍ବୀରାଜ କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ଅପାରଗ ପଣିଆକୁ ନେଇ ବ୍ୟାପକ ଆନ୍ଦୋଳନର ପ୍ରସ୍ତୁତି ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟ ଫୋକସ ରହିବ । ରାଜ୍ୟ ସରକାର ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି । ଚାଷୀଙ୍କୁ ଠକିଛନ୍ତି ଆଜି ପର୍ଯ୍ୟନ୍ତ ମଣ୍ଡି ଅବ୍ୟବସ୍ଥା ଠିକ ହେଲା ନାହିଁ। ଆଜି ପର୍ଯ୍ୟନ୍ତ ଚାଷୀ ମଣ୍ଡିରେ ଧାନ ଦେଇ ପାରୁନାହିଁ। ଧାନର କଟନୀ ଛଟନୀ ଆହୁରି ବଢ଼ି ଯାଇଛି । 10 କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି । ସେହିପରି ମଣ୍ଡିରେ ଧାନ କିଣାକୁ ମିଲର ମାନଙ୍କ ହାତରେ ବିକ୍ରି କରିଦେଇଛନ୍ତି ରାଜ୍ୟ ସରକାର । ଏ ପ୍ରକ୍ରିୟା ବିରୋଧରେ ଆନ୍ଦୋଳନ ଚଳାଇବ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ ଏବଂ ଅଯୋଗ୍ୟ ନପାଆନ୍ତୁ ଏ କଥାକୁ ନେଇ 3 ବର୍ଷ ଧରି ବିଜେପି ଲଢେଇ ଜାରି ରଖିଛି ।’’

ହେଲେ ରାଜ୍ୟ ସରକାର ଯେଉଁ ତାଲିକା କରିଛନ୍ତି, ସେଥିରେ ପାଖାପାଖି ଦୁଇ ରୁ ଅଢ଼େଇ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରଖିଛନ୍ତି । ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଅଯୋଗ୍ୟଙ୍କ ତାଲିକାକୁ ପାସ କରିବା ପାଇଁ ତରବରିଆ ଭାବରେ 26 ଓ 30 ତାରିଖରେ ଗ୍ରାମସଭା କରିବା ପାଇଁ ସରକାର ଯୋଜନା ରଖିଛନ୍ତି । ଏହାକୁ ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ କରିବ ବିଜେପି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ପରିସ୍ଥିତି ବିଗୁଡୁଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପ୍ରଚଣ୍ଡ ଭାବରେ ପ୍ରଦର୍ଶିତ ହେଉଛି । ଏହା ବିରୋଧରେ ମଧ୍ୟ ଆନ୍ଦୋଳନର ଡାକରା ଦେବ ବିଜେପି । ଆଗାମୀ ଆନ୍ଦୋଳନ ପାଇଁ ରୂପରେଖ ଏହି କାର୍ଯ୍ୟକାରିଣୀରେ ପ୍ରସ୍ତୁତ କରିବ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.