ETV Bharat / state

ରାଜ୍ୟରେ ଧାନକିଣା ଦୁର୍ନୀତି, ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ରାଜ୍ୟରେ ଧାନକିଣାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ପରିଶ୍ରମ କରି ସୁନାର ଫସଲ ହସାଇଥିବା ଚାଷୀକୁ ନିରାଶ ହେବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜେପି ସାଂସଦ । ଅଧିକ ପଢନ୍ତୁ

author img

By

Published : Dec 21, 2022, 1:15 PM IST

BJP MPs seek Goyals help over corruption in paddy
ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି । ରାଜ୍ୟରେ ଧାନକିଣାବିକାରେ ଦୁର୍ନୀତି ଓ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜେପି ସାଂସଦ ( Odisha BJP MPs seek union minister Piyush Goyal ) । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ପ୍ରତିନିଧି ଦଳ । ନୂଆଦିଲ୍ଲୀରେ ବିଜେପି ସାଂସଦ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି । ଏହାକୁ ଗୋଟିଏ ପୂର୍ବରୁ ବିଜେଡି ସାଂସଦ ବାକିଥିବା ଖାଦ୍ୟ ସବସିଡି 14,292 କୋଟି ଟଙ୍କା ଓଡିଶା ସରକାରଙ୍କୁ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବି କରିଥିଲେ।

  • ଓଡ଼ିଶାରେ କ୍ରମାଗତଃ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଆମ ଦଳର ସାଂସଦ ମାନଙ୍କ ସହ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ @PiyushGoyal ଙ୍କୁ ସାକ୍ଷାତ୍ କଲୁ । pic.twitter.com/wNWZ2OivcL

    — Dharmendra Pradhan (@dpradhanbjp) December 20, 2022 " class="align-text-top noRightClick twitterSection" data=" ">

ପୀୟୁଷ ଗୋଏଲକୁ ବିଜେପି ସାଂସଦ ଦେଇଥିବା ଦାବିପତ୍ରରେ ଏହା ଅଭିଯୋଗ ହୋଇଛି କି, ଓଡିଶା ସରକାର ଧାନ କିଣାବିକା ହ୍ରାସ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ନକଲି ଚାଷୀ, ଠକ ବେପାରୀ ମଣ୍ଡି କର୍ମଚାରୀଙ୍କ ସହ ମେଣ୍ଟ କରି ଧାନବିକ୍ରି ଟୋକନ ହାତେଇବା ସହ ସରକାରୀ ଏମଏସପି ହରିଲୁଟ କରୁଛନ୍ତି । ରାଜ୍ୟ ସରକାରଙ୍କ ଅବବ୍ୟସ୍ଥା ଯୋଗଁ ଚାଷୀ ମଣ୍ଡିକୁ ଧାନ ନେଇ ପାରୁନାହିଁ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଓଡ଼ିଶାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ପୂର୍ବଭଳି ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି । ଏହି ସବୁ ସମସ୍ୟାର ସମାଧାନ ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ ପୂର୍ବରୁ ଦେଇଥିବା ତଥ୍ୟ ଓ ସୁପାରିଶକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ପ୍ରତିନିଧି ଦଳ ଆହୁରି କହିଛନ୍ତି, ଅକ୍ଟୋବରରୁ ଖରିଫ ଋତୁ ଆରମ୍ଭ ହେଉଛି । କିଛି ଜିଲ୍ଲାକୁ ଛାଡି ଦେଲେ ଅନେକ ସ୍ଥାନରେ ଏ ଯାଏଁ ମଣ୍ଡି ଖୋଲି ନାହିଁ । 151 ଦିନ ସରକାରୀ ଧାନ କିଣା ସମୟ ସୀମା ବଦଳରେ 40-43 ଦିନରେ ଧାନ କିଣା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଓଡ଼ିଶାର ଗରିବ ଚାଷୀ ମାନଙ୍କର କଲ୍ୟାଣ ପାଇଁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ବିଜେପି ସାଂସଦ ଦଳ ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ

ଏହି ପ୍ରତିନିଧି ଦଳରେ ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ଓ ନୀତିଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାଷୀ ସମସ୍ୟାକୁ ନେଇ ଏକ ସ୍ମାରକପତ୍ର ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.