ETV Bharat / state

ପିଏମ୍ ଆବାସକୁ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ଦାବି, ରାଜ୍ୟପାଳଙ୍କୁ ଭେଟିଲା ବିଜେପି - ଆବାସ ଯୋଜନା ପ୍ରସଙ୍ଗ

ଦଳ ଦାବି କରିଛି ବାର କୋଡ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଲିଷ୍ଟରେ ସାମିଲ କରାଯାଉ । ସାଢେ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ୱଚ୍ଛତାରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କାରାଯାଉ । ଅଧିକ ପଢନ୍ତୁ

Odisha bjp: ରାଜ୍ୟପାଳଙ୍କୁ ଭେଟିଲା ବିଜେପି
Odisha bjp: ରାଜ୍ୟପାଳଙ୍କୁ ଭେଟିଲା ବିଜେପି
author img

By

Published : Jan 17, 2023, 10:00 PM IST

Odisha bjp: ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ଆବାସ ଯୋଜନା ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ରାଜ୍ୟ ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ଦଳ ଦାବି କରିଛି ବାର କୋଡ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଲିଷ୍ଟରେ ସାମିଲ କରାଯାଉ । ସାଢେ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ୱଚ୍ଛତାରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କାରାଯାଉ । ଆଜି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟ ପାଳଙ୍କୁ ଭେଟିଥିଲା । ବିଶେଷ ଭାବରେ ବାଦ ପଡି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଲିଷ୍ଟରେ ସାମିଲ କରିବା ସହ ସାଢ଼େ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ୱଚ୍ଛତାରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କାରାଯାଉ ବୋଲି ଦାବି କରିଛି ଦାବି ।

ଏହା ସହିତ ୨୦୧୮-୧୯ର ୱେଟିଂ ଲିଷ୍ଟରେ ଥିବା ନାଁ ବର୍ତ୍ତମାନ ସମ୍ଭାବ୍ୟ ତାଲିକାରେ ନାହିଁ । ଯୋଗ୍ୟ ହିତାଧିକାରୀ ଯେମିତି ଏ ତାଲିକାରୁ ବାଦ ନ ପଡିବେ ଧ୍ୟାନ ଦେବାକୁ ଦଳ ଦାବି କରିଛି । ଆସନ୍ତା 26 ତାରିଖରେ ଯେଉଁ ଗ୍ରାମସଭା ହେବ ତାପରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଉ ବୋଲି ରାଜ୍ୟପାଳଙ୍କୁ ଅନୁରୋଧ କରିଛି ବିଜେପି। ଯଦି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ତାହାଲେ ବିଜେପି ଲକ୍ଷ ଲକ୍ଷ ଲୋକଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି କହିଛି ବିଜେପି ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.