ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପିର ରାଜ୍ୟବ୍ୟାପୀ ସତ୍ୟାଗ୍ରହ । ରାଜଧାନୀ ସମେତ ସାରା ରାଜ୍ୟରେ ଥିବା ମହାପୁରୁଷଙ୍କ ପ୍ରତୀମୂର୍ତ୍ତୀ ତଳେ ଦଳ ସତ୍ୟାଗ୍ରହ କରିଛି । ଏହି ପରିପ୍ରେକ୍ଷିରେ ଭୁବନେଶ୍ବର କଳ୍ପନା ଛକ ସ୍ଥିତ ବକ୍ସି ଜଗବନ୍ଧୁ" ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ କରିଛି ବିଜେପି ।
ଦଳ ଅଭିଯୋଗ କରିଛି ଓଡିଶା ଏବେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି। ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଏହାର ମୁଖ୍ୟ କାର୍ପଟଦାର । ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ରାଜନୈତିକ ଅପରାଧ ଘଟାଉଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ସେଥିପାଇଁ ଆଜି ରାଜ୍ୟବ୍ୟାପୀ " ସତ୍ୟାଗ୍ରହ" କରୁଛି ବୋଲି ଦଳୀୟ ନେତା କହିଛନ୍ତି । ଓଡିଶାରେ ରାଜନୀତିକୁ ଅପରାଧୀକରଣ ଏବଂ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିର୍ଯ୍ୟାତନା ପ୍ରତିବାଦରେ ବିଜେପି କଳ୍ପନା ଛକ ସ୍ଥିତ ବକ୍ସି ଜଗବନ୍ଧୁ" ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ କରିଛି।
ସତ୍ୟାଗ୍ରହ ସ୍ଥଳରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସମେତ ବିରୋଧୀ ଦଳ ମୂଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ପ୍ରକାଶ ସୋରେନ, ଭାସ୍କର ମଢେଇ, କେ.ନାରାୟଣ ରାଓ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ସୂର୍ଯ୍ୟବଂଶୀ ସୁରଜ, ସୁବାଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟରେ 23 ବର୍ଷ ବିଜେଡି ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି ଓଡିଶା। ଯେପର୍ଯ୍ୟନ୍ତ ସରକାର ରାଜ୍ୟରେ ଥିବ ସେ ପର୍ଯ୍ୟନ୍ତ ରାଜ୍ୟ ରେ ଉନ୍ନତି ହୋଇପାରିବ ନାହିଁ ବୋଲି କହିଛନ୍ତି ମୋହନ ମାଝୀ ।
ଇଟିଭି ଭାରତ, ଭୁବନେଶ୍ବର