ETV Bharat / state

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି - ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ରାଜ୍ୟ ବିଜେପି

ଆଜି ଦଳୀୟ କାର୍ଯ୍ୟାଳୟର ଏକ ପ୍ରେସମିଟ କରି ବିଭୁ କହିଛନ୍ତି, ‘‘ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ସମସ୍ତ ଦଳିତ ଓ ଆଦିବାସୀ ମାନଙ୍କ ପ୍ରତି ଘୋର ଅପମାନ କରିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ।" ଅଧିକ ପଢନ୍ତୁ

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା  ରାଜ୍ୟ ବିଜେପି

author img

By

Published : Jan 24, 2023, 9:21 PM IST

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ହେଉଛନ୍ତି ଦଳିତ ଓ ଆଦିବାସୀ ବିରୋଧୀ । ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ସମସ୍ତ ଦଳିତ ଓ ଆଦିବାସୀ ମାନଙ୍କ ପ୍ରତି ଘୋର ଅପମାନ କରିଛି। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ରାଜ୍ୟ ବିଜେପି ଅନୁସୂଚିତ ଜାତି ଓ ଜନଜାତି ସେଲ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ ଦାବି କରିଛନ୍ତି ।

ଆଜି ଦଳୀୟ କାର୍ଯ୍ୟାଳୟର ଏକ ପ୍ରେସମିଟ କରି ବିଭୁ କହିଛନ୍ତି, ‘‘ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ସମସ୍ତ ଦଳିତ ଓ ଆଦିବାସୀ ମାନଙ୍କ ପ୍ରତି ଘୋର ଅପମାନ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ନହେଲେ ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି। ବିଜେପି କହିଛି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ । ବିଜେପି ଦାବି କରୁଛି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଦଳିତ ଆଦିବାସୀମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।"

ମନ୍ତ୍ରୀଙ୍କ ମନ୍ତବ୍ୟ ହିଁ ସୂଚାଉଛି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ମନୋଭାବ କଣ । ଏଥିରୁ ସ୍ପଷ୍ଟ ଓଡ଼ିଶାରେ ଦଳିତ ଆଦିବାସୀଙ୍କ ଉପରେ ନିର୍ଯ୍ୟାତନା କମ ନାହିଁ । ରାଜ୍ୟ ସରକାରଙ୍କ ଅଧିନରେ ସମସ୍ତ ପୋଲିସ କର୍ମଚାରୀ କାମ କରୁଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ହିସାବରେ ଏକଥା କହିଲା ବେଳେ ସେ ପ୍ରମାଣିତ କରୁଛନ୍ତି ଯେ ଓଡିଶା ପୋଲିସ ଉପରେ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ କି ମହିଳା କମିଶନଙ୍କ ଉପରେ ବି ଭରସା ନାହିଁ । ଆଦିବାସୀ ଓ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ପିପିଲି ଓ କୁନ୍ଦୁଲି ଠାରୁ ଆରମ୍ଭ କରି ରାୟଗଡାର ଜଣେ ଗର୍ଭବତୀ ମହିଳାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କର ମୃତ୍ୟୁ ହେଲା, ଏହାକୁ କଣ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱୀକାର କରିବେ କି ? ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବୋଲି ବିଜେପି ଭାବୁଛି । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ମିଛ ମାମଲା କରୁଥିବା କହୁଛନ୍ତି ମନ୍ତ୍ରୀ । ସମଗ୍ର ଓଡ଼ିଶାରେ ଅଧିକ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ବିଜେଡିର ରହିଛନ୍ତି ତେଣୁ ବିଜେଡିର ଏହି ପ୍ରତିନିଧି ମାନେ ପ୍ରତିପକ୍ଷ ବିଜେପି ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରୁଥିବା ମନ୍ତ୍ରୀ ସ୍ୱୀକାର କରିବେ କି ପ୍ରଶ୍ନ କରିଛି ବିଜେପି ।

ସୂଚନାଯୋଗ୍ଯଯେ ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ‘ସାକାର’ ଯୋଜନା ମାଧ୍ୟମରେ ପୀଡିତ, ପୀଡିତାଙ୍କୁ ସହାୟତା ଯୋଗାଉଛନ୍ତି ସରକାର । କିଛି ପୁଲିସ ଓ ଆଇନଜୀବୀଙ୍କ ଅସାଧୁ ମେଣ୍ଟ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି । ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ହେବା ଦିନରୁ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଅନେକ ଅଭିଯୋଗ ଆସିଛି । ବହୁ ଲୋକ କ୍ଷତିପୂରଣ ସହାୟତା ପାଇଁ ଆବେଦନ କରିଛନ୍ତି । ଯାହା ଭିତରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି । ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.